ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:ଧର୍ମଗଡ଼+୩ ବୋଡ଼ର୍ ଡିଗ୍ରୀ କଲେଜ କାଙ୍କେରୀ ଠାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଗୁପ୍ତେଶ୍ୱର ମେହେର ଙ୍କ ଅଧ୍ୟକ୍ଷତା ରେ ବନ ମହୋତ୍ସବ ତଥା ଏକ ସଚେତନତା ମୂଳକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ କମିଟି ସଭାପତି ଦିକଷନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହ କରିଥିଲେ ଏବଂ ମହାବିଦ୍ୟାଳୟ ଅଧ୍ୟାପକ ଅଭିମନ୍ୟୁ ନାଏକ,ପୂର୍ଣ୍ଣଚନ୍ଦ୍ର କୁମାର,ଦେବେନ୍ଦ୍ର ସୁନାନୀ, ଧର୍ମୁ ନାଏକ, କମଳା କାନ୍ତ ଧଙ୍ଗଡ଼ା ମାଝୀ, ସ୍ବିଟି ଧର, କିରାଣୀ ଗୋବର୍ଦ୍ଧନ ନାଏକ, ସ୍ୱେଚ୍ଛାସେବୀ ମହେଶ୍ବର ସୁନାନୀ,ଖେଳ ଶିକ୍ଷକ ସୁରେଶ ନାଏକ, ଡି.ଇ.ଓ ମିତ୍ର ମଣୀ ଟୋଲଟିଆ, ଏକତା ପାଢ଼ୀ, ଲବ ନାଏକ, ଜଗନ୍ନାଥ ନାଏକ,ବିବେକ ସା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ସାହାଯ୍ୟ ସହଯୋଗ କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

