ଭବାନୀପାଟଣା:କଳାହାଣ୍ଡିର ଯୁବ ସାମ୍ବାଦିକ ସତ୍ୟା ନାରାୟଣ ଦାସ ଏକ ଷଡ଼କ ଦୃଘଟଣା ରେ ତାଙ୍କର ଦେହାନ୍ତ ହୋଇଯାଇଛି।ଭବାନୀପାଟଣା ରୁ ଭୁବନେଶ୍ୱର ଯାଇ ତାଙ୍କର ଜଣେ ବନ୍ଧୁଙ୍କ ସହ ଭୁବନେଶ୍ୱର ରୁ ବାହାରି ଭଦ୍ରକ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଯାଜପୁର ଜିଲ୍ଲା ବଇରୀ ଥାନା ନିକଟ ରାସ୍ତା କଡରେ ନିଜର ଏକ ବାଇଗଣୀ ରଙ୍ଗର ସ୍କୁଟି ରଖି ଛିଡା ହୋଇଥିବା ସମୟରେ କଟକରୁ ଚଣ୍ଡିଖୋଲ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ପିକଅପ ଭ୍ୟାନ ନମ୍ବର OD0୨BT୮୮୭୩ ତାଙ୍କୁ ପଛ ପଟରୁ ଧକା ଦେବା ଫଳରେ ଛିଟିକି ପଡ଼ିଥିଲେ ।ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଥିଲା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସ୍ଥାନୀୟ ବାସିନ୍ଦା ଙ୍କ ସହାୟତାରେ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇବା ପାଇଁ ଚେଷ୍ଟା କରୁଥିବା ପିକଅପ ଭ୍ୟାନ କୁ ଲୋକେ ପିଛା କରି ଗାଡିକୁ ଅଟକାଇବା ସହ ଡ୍ରାଇଭର କୁ କାବୁ କରି ପୋଲିସ ର ଜିମା ଦେଇଥିଲେ। ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବକୁ ପଞ୍ଚନାମା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ବଇରୀ ଥାନା କେସ ନମ୍ବର ୨୬୯/୨୫ ରେ ଏକ ଦୃଘଟଣା ଜନିତ ମୃତ୍ୟୁ ମାମଲା ୠଜୁ କରି ଦୃଘଟଣା ଘଟଇଥିବା ଡ୍ରାଇଭରକୁ କୋଟ ଚାଲାଣ କରିଛି। ତାଙ୍କ ଅକାଳ ବିୟୋଗ ଖବର ଚାରିଆଡେ ପ୍ରଚାରିତ ହେବା ପରେ କଳାହାଣ୍ଡି ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି।
Latest entries
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ
ଜିଲ୍ଲା ଖବରSeptember 5, 2026ସରକାରଙ୍କ ସିଏମ୍ କିସାନ

