ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କୃଷି ମହାବିଦ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଦ୍ୱିତୀୟ ଦିନରେ ସଫଳତାର ସହ ଅତିକ୍ରମ କରିଛି। ମେଳାର ପ୍ରଥମ ଦୁଇ ଦିନ ମଧ୍ୟରେ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି, ଯାହାର ପରିଣାମସ୍ୱରୂପ ମୋଟ ୩.୫୭ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରୟ ହୋଇଥିବା ସୂଚନା ମିଳିଛି। ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୫୦୦ ଚାଷୀ ଯୋଗଦେଇ ପାଠଶାଳା ମାଧ୍ୟମରେ ବିଭିନ୍ନ କୃଷି ଭିତ୍ତିକ ବୈଷୟିକ ଜ୍ଞାନକୌଶଳ ବିଷୟରେ ଶିକ୍ଷା ଲାଭ କରିଥିଲେ।
ପ୍ରମୋଦ କୁମାର ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ମେଳାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ କୃଷି ଅଧିକାରୀ ଓ ବୈଜ୍ଞାନିକମାନେ ଯୋଗଦେଇ ଚାଷୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଇଂ. ଅଜୟ କୁମାର ମାରାଣ୍ଡି, ନିର୍ବାହୀ ଯନ୍ତ୍ରୀ (କୃଷି) ଯନ୍ତ୍ରପାତିର ବ୍ୟବହାର ଓ ସରକାରୀ ରିହାତି ବିଷୟରେ ବୁଝାଇଥିଲେ। ଡ. ସ୍ମୃତି ହାଁସଦା, ସହକାରୀ ପ୍ରଫେସର, କୃଷି ମହାବିଦ୍ୟାଳୟ ଜମିରେ ଜଳର ସଠିକ୍ ବିନିଯୋଗ ଓ ସଂରକ୍ଷଣ କୌଶଳ ବିଷୟରେ ବୈଷୟିକ ସୂଚନା ପ୍ରଦାନ କରିଥିଲେ। ଯୋଜନା ଅଧିକାରୀ ବିଶ୍ୱନାଥ ମହାପାତ୍ର ବିଭିନ୍ନ କୃଷି ଯୋଜନା ବିଷୟରେ କହିଥିବା ବେଳେ, ଇଂ. ଅଂଶୁମାନ ପାଇକରାୟ ସହକାରୀ କୃଷି ଯନ୍ତ୍ରୀ ଉପସ୍ଥିତ ରହି
କୃଷି ଯନ୍ତ୍ରପାତି ବୁକିଂ କରିଥିବା ହିତାଧିକାରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଯନ୍ତ୍ରପାତି ବଣ୍ଟନ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କୃଷି ବିଭାଗର ଯନ୍ତ୍ରୀ, ଅଧିକାରୀ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

