ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଡୁମେରଗୁଡା ସାପ୍ତାହିକ ବଜାର ପ୍ରାଙ୍ଗଣ ରେ ମଣ୍ତଳ ସଭାପତି ଲଳିତ କୁମାର ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ଜିଲ୍ଲା ଉପସଭାପତି ସୁକାନ୍ତି ସା ଜିଲ୍ଲା ସଂପାଦକ ତଥା ଟିପିଗୁଡା ମଣ୍ତଳ ପ୍ରଭାରୀ ହେମନ୍ତ କୁମାର ମାଝୀ ଯୋଗ ଦେଇ ଥିବାବେଳେ। ମଣ୍ଡଳୀ ଦୁଇଜଣ ସାଧାରଣ ସମ୍ପାଦକ ଗଣେଶ ପଣ୍ଡା ଓ ଲକ୍ଷ୍ମଣ ମେହେର ସମେତ ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଟିକେ ରାମ ସା ଗଜାନନ ନାଏକ ସୁନ୍ଦର ଲାଲ ନାଏକ ଏଵଂ ଆଠ ଗୋଟି ପଞ୍ଚାୟତ ପ୍ରମୁଖ ଏଵଂ ବୁଥ କମିଟି ର ସଭାପତି ଏଵଂ ମଣ୍ଡଳ ବିଭିନ୍ନ ପଦାଧିକାରୀଙ୍କ ଯୋଗ ଦେଇଥିଲେ। ସଙ୍ଗଠନର ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକ କୁ ଡୁମେରଗୁଡା ସରପଞ୍ଚ ପ୍ରତିନିଧି ତଥା ଅଞ୍ଚଳ ର ଜଣେ ଟାଣୁଆ ନେତା ଭାବରେ ପରିଚିତ ଚିତ୍ତରଞ୍ଜନ ବେହେରା ଧନ୍ୟବାଦ୍ ଦେଇଥିଲେ । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

