oplus_0

ଓଡିଶା ଅଣ ଗେଜେଟେଡ ବନସେବା ସଂଘ ଭବାନୀପାଟଣା ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି,ଭବାନୀ ପାଟଣା:ଆଲୋଚନା ଚକ୍ର- “ଜଙ୍ଗଲ ସୁରକ୍ଷା ଓ ବର୍ତ୍ତମାନର ବ୍ୟବସ୍ଥା”କୁନେଇ ଓଡିଶା ଅଣ ଗେଜେଟେଡ୍ ବନସେବା ସଂଘ ଭବାନୀପାଟଣା ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥି ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ, ସମ୍ମାନିତ ଅତିଥି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣ ଭବାନୀପାଟଣା ସର୍କଲ ସନ୍ତୋଷି ଯୋଷୀ, ସମ୍ମାନିତ ଅତିଥି ରମେଶ କୁମାର ବନଖଣ୍ଡ ଅଧିକାରୀ କଳାହାଣ୍ଡି (ଉତ୍ତର) ବନଖଣ୍ଡ, ସମ୍ମାନିତ ଅତିଥି ଆର୍ କଲାଇବନ୍‌ନ୍ ବନଖଣ୍ଡ ଅଧିକାରୀ (ଦକ୍ଷିଣ) ବନଖଣ୍ଡ, ମୁଖ୍ୟବକ୍ତା ଜଗବନ୍ଧୁ ପାତ୍ର ରାଜ୍ୟସଭାପତି ଓଡିଶା ଅଣଗେଜେଟେଡ ବନସେବା ସଂଘ (ଭୁବନେଶ୍ୱର) ସମ୍ମାନୀତ ଅତିଥି ଖଗେଶ୍ୱର ସେଠୀ, ରାଜ୍ୟସଂଘ ଅଧ୍ୟକ୍ଷ ଓ ରାଜ୍ୟ ଉପସଭାପତି ଭବାନୀଶଙ୍କର ପରିଚ୍ଛା ସଭା ପରିଚାଳନା କରିଥିଲେ।ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟବକ୍ତାଙ୍କ ଦ୍ୱାରା ସମ୍ପାଦକୀୟ ବିଶ୍ଲେଷଣ କରିବା ପରେ ମୁଖ୍ୟ ଅତିଥି ସଂଘର ଦାବୀ ଉପରେ ଗୁରୁତର ସହିତ ନେଇ ଶ୍ରୀ ପଡ଼ଯୋଶୀ ଙ୍କ ଯାହାକିଛି ହୋଇପାରିବ ରାଜ୍ୟ ସରକାରଙ୍କୁ ଜଣାଇ ଆପଣ ମାନଙ୍କ ଦାବୀ ପୂରଣ କରାଇବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥିମାନେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଉପରେ କର୍ମଚାରୀମାନଙ୍କୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଦିଗଦର୍ଶନ ଦେଇଥିଲେ ।ଏହି ସାଧାରଣ ପରିଷଦ ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ଆଗାମୀ ଦୁଇ ବର୍ଷ ପାଇଁ ଭବାନୀପାଟଣା ଯୋନ୍‌ର କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ରାଜ୍ୟ ସଂଘ ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା ।ପ୍ରାଥିପତ୍ର ଦାଖଲ କରି ଭୋଟ୍ ଗ୍ରହଣ ପ୍ରକ୍ରିୟା କରି ନବ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଶପଥ ପାଠ କରାଯାଇଥିଲା। ଭବାନୀପାଟଣା ଯୋନ୍‌ର ନବ ନିର୍ବାଚିତ ସଭାପତି ଭାବରେ ନିଳକଣ୍ଠ ସାହୁ, ଉପସଭାପତି ମଙ୍ଗଳୁ ବେହେରା, ଯୋନ୍ ସଂପାଦକ ସୁଶିଲ ମହାନନ୍ଦ, ଯୁଗ୍ମ ସମ୍ପାଦକ ସଂଯୁକ୍ତା ବେହେରା, ସହସମ୍ପାଦକିକା ସରିତା ପୁଝାରୀ ଏବଂ କୋଷାଧ୍ୟକ୍ଷ ଉତ୍ତମ ମେହେର ଈଶ୍ୱରଙ୍କ ନାମରେ ଶପଥ ପାଠ କରି ଆଗାମୀ ଦୁଇ ବର୍ଷ ପାଇଁ ଭବାନୀପାଟଣା ଯୋନ୍‌କୁ ସଠିକ୍ ଭାବରେ ପରିଚାଳନା କରି ସମସ୍ତ କର୍ମଚାରୀଙ୍କ ସୁବିଧା ଉପରେ କାମ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି।ଏହି ପ୍ରଥମ ସାଧାରଣ ପରିଷଦ ବୈଠକରେ ଭବାନୀପାଟଣା ସର୍କଲର ୧୧ ଗୋଟି ବନଖଣ୍ଡର ୨୦୦ ଉର୍ଦ୍ଧ୍ କର୍ମଚାରୀ ୧୧ ଗୋଟି ବନଖଣ୍ଡରୁ ଉପସ୍ଥିତ ହୋଇଥିଲେ। କଳାହାଣ୍ଡି ଉତ୍ତର ବନଖଣ୍ଡ/ଦକ୍ଷିଣ ବନଖଣ୍ଡ ଖରିଆର ଟେରିଟୋରିଆଲ ଓ କେନ୍ଦୁପତ୍ର ବନଖଣ୍ଡ, ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡ, ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିର କେନ୍ଦୁପତ୍ର ବନଖଣ୍ଡ ଓ ବଲାଙ୍ଗିର ଟେରିଟୋରିଆଲ୍ ବନଖଣ୍ଡ ସୁବର୍ଣ୍ଣପୁର ବନଖଣ୍ଡର ସଂଘ କର୍ମକର୍ତ୍ତା ଓ କର୍ମଚାରୀ ଉପସ୍ଥିତ ହୋଇଥିଲେ। ରାଜ୍ୟ ସଂଘ ଉପସଭାପତି ଭବାନୀଶଙ୍କର ପରିଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଏହି ପ୍ରଥମ ସାଧାରଣ ପରିଷଦ ବୈଠକ ୨୦୨୫ କୁ ସମାପ୍ତ ଘୋଷଣା କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts