ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ପୂର୍ବତନ ସାଂସଦ ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ସ୍ପଷ୍ଟୀକରଣ ସ୍ଥାନୀୟ ମିଟ ଟାଉନ ହଟେଲ ଦେଇଛନ୍ତି । ସେ କହିଛନ୍ତି , ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ଓ ଅଦ୍ଵିତୀୟ ନେତା । ଓଡିଶାବାସୀ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ଏବେ ଭାରତୀୟ ଜନତା ପାର୍ଟି ର ସରକାର ଓଡ଼ିଶାରେ ଆସିଲା ପରେ ନାରୀ ଓ ଶିଶୁ ନିର୍ଯ୍ୟାତନା ବଢିଛି, ଯୁବକ ଓ ଚାଷୀଙ୍କୁ ନ୍ୟାୟ ଦେବାରେ ଏ ସରକାର ବିଫଳ ହୋଇଛି । ଏଣୁ ଆଗାମୀ ୨୦୨୯ ମସିହାରେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇ ମାନ୍ୟବର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଳି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ବିଧାୟକ ହିସାବରେ ବଲାଙ୍ଗୀରର ଏକ ଫୁଟବଲ ଟୁର୍ନାମେଣ୍ଟ କୁ ମୁଁ ଅତିଥି ଭାବରେ ଯାଇ ସ୍ଥାନୀୟ ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶଂସା କରି ମଞ୍ଚ ଓ ମଞ୍ଚ ତଳେ ବାଇଟ୍ ଦେବା ସମୟରେ ଉଲ୍ଲେଖ କରିଥିଲି । ଯେ, କଳୀକେଶ ଜଣେ ଜାତୀୟ ସ୍ତରର ରାଇଫଳ ଖେଳାଳୀ ଏବଂ ଜାତୀୟ ରାଇଫଳ ଏସୋସିଏସନ ର ସଭାପତି ମଧ୍ୟ ଅଛନ୍ତି । ସେ ଜଣେ ଭଲ ପୂର୍ବତନ ସାଂସଦ, ବର୍ତ୍ତମାନର ଯୁବ ବିଧାୟକ ଅଟନ୍ତି। ସେ ଜଣେ ଭଲ ସ୍ପୋର୍ଟ୍ସ ମ୍ୟାନ ମଧ୍ୟ । ତେଣୁ ଆଗାମୀ ଯୁବ ପିଢ଼ି ତାଙ୍କୁ ଜଣେ ରୋଲ ମୋଡେଲ ଭାବରେ ଗ୍ରହଣ କରି ଆଗକୁ ବଢ଼ିପାରିବେ ବୋଲି ମତାମତ ଦେଇଥିଲି ।ରାଜ୍ୟ ସ୍ତରରେ ଯୁବକ ମାନଙ୍କ ନେତୃତ୍ୱ ନେବା ପାଇଁ ତାଙ୍କର ଯଥେଷ୍ଟ ଦକ୍ଷତା ରହିଛି ବୋଲି ପ୍ରଶଂସା କରିବା ସହିତ ତାଙ୍କ ଜେଜେବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ଉଲ୍ଲେଖ କରିଥିଲି । ବଲାଙ୍ଗୀରରେ ଦେଇଥିବା ମୋ ବାଇଟ୍ ଓ ଅଭିଭାଷଣକୁ କିଛି ଗଣମାଧ୍ୟମ କଟ୍ ପ୍ୟାଷ୍ଟ କରି ଉପସ୍ଥାପନା କରୁଛନ୍ତି ।ତେଣୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପରେ ମୁଁ କହିବାକୁ ଚାହେଁ ଯେ ଓଡିଶାର ସର୍ବମାନ୍ୟ ନେତା ଏବଂ ମୋର ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଅଦ୍ଵିତୀୟ ଏବଂ ତାଙ୍କର ମାର୍ଗଦର୍ଶନରେ ଆମେ ସମସ୍ତେ ବିଧାୟକ, ସାଂସଦ , ନେତୃମଣ୍ଡଳୀ ତଥା ସମସ୍ତ ଦଳୀୟ କର୍ମକର୍ତ୍ତା କାମ କରୁଛୁ ।ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ତାଙ୍କ ନେତୃତ୍ୱରେ ଓଡିଶା ବାସୀଙ୍କ ସେବା ଆଗକୁବି ଜାରି ରଖିଥିବେ।
କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ଆମେ ଯାହା କହିଲେ ବି ଅନ୍ୟ ପ୍ରକାରରେ ଉପସ୍ଥାପନା କରିବାକୁ ପ୍ରଚେଷ୍ଟା କରୁଛନ୍ତି । ଏଣୁ ସେମାନେ ଏଥିରୁ କ୍ଷାନ୍ତ ରହିବାକୁ ଅନୁରୋଧ କରୁଛି ବୋଲି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
Latest entries
ଜିଲ୍ଲା ଖବରAugust 10, 2026ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର
ଜିଲ୍ଲା ଖବରAugust 8, 2026ଭବାନୀପାଟଣା ମୁସିଗୁଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ନିଶାମୁକ୍ତ କାର୍ଯ୍ୟକ୍ରମ
ଜିଲ୍ଲା ଖବରAugust 6, 2026ଗଣ ସକ୍ରିୟ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ
ଜିଲ୍ଲା ଖବରAugust 5, 2026ତୁର୍କେଲ ବ୍ରିଜ ନିର୍ମାଣ ପାଇଁ ସଦର ବିଧାୟକ ୩୮କିମି ପଦଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ରଦେଲେ

