ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ବାଳ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବାଲ୍ୟ ବିବାହ ବିରୋଧରେ ୧୦୦ ଦିନିଆ ଅଭିଯାନ ଅଧୀନରେ ଏକ ଜିଲ୍ଲାସ୍ତରୀୟ ସାଇକେଲ ରାଲି କଳାହାଣ୍ଡି ଜିଲ୍ଲାରେ ଆୟୋଜିତ ହୋଇଯାଇଛି। ଏହି ରାଲିର ମୂଳ ଉଦ୍ଦେଶ୍ୟ ଶିଶୁମାନଙ୍କ ଅଧିକାର ସୁରକ୍ଷା, ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ସଚେତନତା ପ୍ରସାର ଏବଂ ଶିଶୁମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମାଜକୁ ସଚେତନ କରିବା।ରାଲିରେ କଲେଜ ଛାତ୍ରଛାତ୍ରୀ, ଯୁବକ-ଯୁବତୀ, କଲେଜ ଅଧ୍ୟାପକ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ମହିଳା ହବ୍ କର୍ମଚାରୀ ଏବଂ ପ୍ରିଣ୍ଟ ମିଡିଆର ସଦସ୍ୟମାନେ ବ୍ୟାପକ ଉତ୍ସାହ ସହିତ ଅଂଶଗ୍ରହଣ କରିଥିଲେ। ରାଲି ସହରର ମୁଖ୍ୟ ରାସ୍ତା ଦେଇ ପରିକ୍ରମା କରି ସାଧାରଣ ଲୋକଙ୍କୁ ବାଲ୍ୟ ବିବାହ ବିରୋଧରେ ସଚେତନ କରିଥିଲା। ଏହି ସଚେତନତାମୂଳକ ଆନ୍ଦୋଳନ ସମାଜରୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସାମୂହିକ ସଙ୍କଳ୍ପକୁ ଆହୁରି ସୁଦୃଢ଼ କରିବ ରାଲିକୁ ମାନ୍ୟବର ସ୍ନିଗ୍ଧା ପଣ୍ଡା, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଳାହାଣ୍ଡି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣୀ ମୁଯିବୁନ ନିଶା, ସମାଜ କଲ୍ୟାଣ ଅଧିକାରୀଣୀ ସୁମିତା ଦେବୀ ତ୍ରିପାଠୀ,ସୁରକ୍ଷା ଅଧିକାରିଣୀ ସନ୍ଧ୍ୟାରଣୀ ନାୟକ, ଯୋଗେଶ୍ଵର ବୁଦ୍ଧିଆ, ଜିଲ୍ଲା ସଂଯୋଜକ (ମହିଳା ସଶକ୍ତିକରଣ) ଦିବ୍ୟରଞ୍ଜନ ଯୋଷି, ଜିଲ୍ଲା ସଂଯୋଜକ (ଏଡ୍ ଏଟ୍ ଆକ୍ସନ) ବଦ୍ରି ପ୍ରସାଦ ସାହୁ, ଆଭା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସହିତ ଜିଲ୍ଲା ମହିଳା ହବ୍, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ୱାନ ସ୍ଟପ ସେଣ୍ଟର ଏବଂ ପୋଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ରେଲି ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ

