ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଭବାନୀ ଶଙ୍କର ମନ୍ଦିରରେ କାର୍ତ୍ତିକ ଶୁକ୍ଲ ଚତୁର୍ଦ୍ଦଶୀ ରାତିରେ ପବିତ୍ର କାର୍ତ୍ତିକ ମାସ ଆରମ୍ଭରୁ ଯଜ୍ଞ ମଣ୍ଡପରେ ଏକ ମାସ ଧରି ଚାଲିଥିବା ଯଜ୍ଞର ପୂର୍ଣ୍ଣାହୂତି ହୋଇଛି। ଯଜ୍ଞାଚାର୍ଯ୍ୟ ନିରଞ୍ଜନ ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପୂର୍ଣ୍ଣାହୂତି ଯଜ୍ଞ ରେ ପୂଜକ ସରୋଜ ମୁନି କର୍ତ୍ତା ହୋଇଥିବା ବେଳେ ଶିବ ନାରାୟଣ ଶାସିନି, ଦୁର୍ଗା ମାଧବ ପଣ୍ଡା, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଚରୁ ସମିଧ ଅର୍ପଣ ଦାୟିତ୍ଵ ସମ୍ପାଦନ କରିଥିଲେ। ମନ୍ଦିରର ମୁଖ୍ୟ ପୂଜକ ମନୋଜ କୁମାର ମୁନି ଯଜ୍ଞ ପୂର୍ଣ୍ଣାହୂତିର ତଦାରଖ କରିଥିଲେ। ଶୁକ୍ଳ ଚତୁର୍ଦ୍ଦଶୀ ସନ୍ଧ୍ୟାରେ ମହାଦୀପ ମନ୍ଦିର ଉପରକୁ ଟେକା ଯିବା ପରେ ପ୍ରଥମ ପ୍ରହର ଆଳତି କରାଯାଇଥିଲା। ରାତି ୯ ଟାରେ ଦ୍ଵିତୀୟ ପ୍ରହର ଆଳତି ଶେଷ ହେବା ପରେ ମନ୍ଦିରର ଯଜ୍ଞ ମଣ୍ଡପରେ ଯଜ୍ଞେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା ଓ ହୋମ ଆରମ୍ଭ ହୋଇଥିଲା।
ରାତି ୧୨ ଟାରେ ଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା। ତାପରେ ମନ୍ଦିରରେ ତୃତୀୟ ପ୍ରହର ଆଳତି ହୋଇଥିଲ। ପାହାନ୍ତିଆରେ ଶେଷ ତଥା ଚତୁର୍ଥ ପ୍ରହର ଆଳତି ହୋଇଥିଲା। ଏହି ଭବାନୀ ଶଙ୍କର ମହାଦେବ ଯାହାଙ୍କ ନାମରେ ଭବାନୀପାଟଣା ସହର ନାମିତ ହୋଇଛି। ଏହି ମନ୍ଦିରର ଗର୍ଭ ଗୃହରେ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଅନବରତ ଭାବେ ଅଖଣ୍ଡ ଦୀପ ପ୍ରଜ୍ବଳିତ ହୋଇ ଆସୁଅଛି। ସେହିପରି ଯଜ୍ଞ ମଣ୍ଡପ ନିର୍ମାଣ ଓ ସେଠାରେ ଯଜ୍ଞେଶ୍ଵର ମହାଦେବ ଙ୍କୁ ପ୍ରତିଷ୍ଠା କରିବା ଦିନଠାରୁ ବିଗତ ୩୦ ବର୍ଷ ହେଲା ଯଜ୍ଞ କୁଣ୍ଡର ଅଗ୍ନୀ ନିର୍ବାପିତ ହୋଇନାହିଁ। ପ୍ରତିଦିନ ଏହି ଯଜ୍ଞ କୁଣ୍ଡରେ ଆହୁତି ଦିଆ ଯାଉଛି ଓ ଅଗ୍ନି ରହିଛନ୍ତି।
Latest entries
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ

