ଜିଲ୍ଲା ପରିଷଦ ଓ ବ୍ଳକ ସଭାପତିଙ୍କୁ ନେଇ ବିଜେଡିର ସମନ୍ୱୟ ବୈଠକ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା :ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଭାବରେ ଦାୟିତ୍ଵ ନେଲା ପରେ ପ୍ରଥମ ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଳକ ସଭାପତି ମାନଙ୍କୁ ନେଇ ବିଜେଡିର ଏକ ସମନ୍ୱୟ ବୈଠକ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ହେବାପାଇଁ ଜିଲ୍ଲା ବିଜେଡି ସଭାପତି ଆହ୍ବାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକ ମନୋରମା ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ମହିଳା ସଭାନେତ୍ରୀ ଲଳିତା ନାଏକ, ଯୁବ ବିଜେଡି ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ବିଜେଡି ନେତା ଟିକେଲାଲ ସାହୁ, ବଦ୍ରିନାରାୟଣ ପଟ୍ଟନାୟକ, ଜୁନାଗଡ଼ ବିଧାୟକ ପ୍ରତିନିଧି ଦିନେଶ ବଗର୍ତ୍ତି, ପିତବାସ ବେହେରା, ସମସ୍ତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ, ବ୍ଳକ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts