ନ୍ୟୁଜଗ୍ୟାଲେରି,ଭବାନୀପାଟଣା :ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଭାବରେ ଦାୟିତ୍ଵ ନେଲା ପରେ ପ୍ରଥମ ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଳକ ସଭାପତି ମାନଙ୍କୁ ନେଇ ବିଜେଡିର ଏକ ସମନ୍ୱୟ ବୈଠକ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ହେବାପାଇଁ ଜିଲ୍ଲା ବିଜେଡି ସଭାପତି ଆହ୍ବାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକ ମନୋରମା ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ମହିଳା ସଭାନେତ୍ରୀ ଲଳିତା ନାଏକ, ଯୁବ ବିଜେଡି ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ବିଜେଡି ନେତା ଟିକେଲାଲ ସାହୁ, ବଦ୍ରିନାରାୟଣ ପଟ୍ଟନାୟକ, ଜୁନାଗଡ଼ ବିଧାୟକ ପ୍ରତିନିଧି ଦିନେଶ ବଗର୍ତ୍ତି, ପିତବାସ ବେହେରା, ସମସ୍ତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ, ବ୍ଳକ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

