ନ୍ୟୁଜ ଗ୍ୟାଲେରି, କୋକସରା:କାର୍ଯ୍ୟ ରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ର ନୂଆଁଖାଇ ଭେଟଘଟ ନିକୁଞ୍ଜ ଚଲାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ କୁସୁମଖୁଣ୍ଟି ଡାକ ବଙ୍ଗଳାଠାରେ କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ଦୁର୍ନୀତି ମୁକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଗୁରୁତ୍ୱ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ତଥା ଗବେଷକ ସତ୍ୟନାରାୟଣ ମହାପାତ୍ର, ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ରଜନୀ ମିଶ୍ର, ଜଗମୋହନ ପଟ୍ଟନାୟକ, ନରେନ୍ଦ୍ର କ୍ଷତି ପ୍ରମୁଖ ଯୋଗଦେଇ ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଓ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ସାମ୍ବାଦିକଙ୍କ କର୍ତ୍ତବ୍ୟ ଓ ମୂଲ୍ୟବୋଧ ଉପରେ ବକ୍ତବ୍ୟ ରଖିଥିଲେ ।ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଦିବଂଗତ ସାମ୍ବାଦିକ ରମେଶ ବେହେରାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।କାର୍ଯ୍ୟକ୍ରମକୁ ରଞ୍ଜନ ସାହୁ ସଂଯୋଜନା କରିଥିବାବେଳେ ସାମ୍ବାଦିକ ଗଣେଶ ରାମ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କ୍ରମରେ ସଙ୍ଘ ପକ୍ଷରୁ ସାମ୍ବାଦିକଙ୍କ ଉଲ୍ଲେଖନିୟ କାର୍ଯ୍ୟ ଦକ୍ଷତା ଯୋଗୁଁ ଗଣେଶରାମ ବାଗ, ଶୋଭିତ ଗାନ୍ଧୀ, ହିରଣ୍ୟ ବେହେରା, ଶର୍ମିଷ୍ଠା ଯୋଶୀ, ଚିତ୍ରସେନ ବାଗ, ଗଜିନ୍ଦ୍ର ନାଗ କାମେଶ ରଞ୍ଜନ ନାଗ, ପ୍ରମୁଖ ୧୦ ଜଣ ବିଭିନ୍ନ ବ୍ଳକରୁ ସାମ୍ବାଦିକଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ସାମ୍ବାଦିକ ରଜନୀକାନ୍ତ ଛତ୍ରିଆ, ହରିହର ଛତ୍ରିଆ, ଟୁନା ବିହାରୀ, ଚକ୍ରଧର ବେଶ୍ରା, ଜଗଦୀଶ ନାଏକ, ମହାଦେବ ଖଣ୍ଡୁଆଲ, ପରମାନନ୍ଦ ଛତ୍ରିଆ, ପ୍ୟାରିଲାଲ ଦୁର୍ଗା ପ୍ରମୁଖ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଜିଲ୍ଲା ରୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

