ଜିଲ୍ଲା ଖବର ଜିଏସଟି ହାର କମ କୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ By Hemant Kumar Ray September 16, 2025September 16, 2025 0 minutes, 0 seconds Read 235 ନ୍ୟୁଜ ଗ୍ୟାଲେରି, ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ବିଜେପି କଳାହାଣ୍ଡି ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସଟି ହ୍ରାସ ହେବା ଦ୍ୱାରା ସାମାନ୍ୟ ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାରମାନଙ୍କୁ ସିଧାସଳଖ ଲାଭ ମିଳିଵା ସହ ସାଧାରଣ ଜନତାଙ୍କ ପାଇଁ ଜୀବନଯାପନ ରେ ସହଜତା ଆସିବ । ଦେଶର ଆର୍ଥିକ ଶକ୍ତିକୁ ଆହୁରି ଦୃଢ଼ କରିବାରେ ଜିଏସଟି ହ୍ରାସ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବର୍ତ୍ତମାନ ର ଜିଏସଟି ହାରକୁ ସରଳ ଏବଂ ହ୍ରାସ କରାଯିବା ସହିତ ଗ୍ରୋସରି, ମୋଟରଯାନ, କାର, ଶିକ୍ଷା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ହାର ୧୨ ପ୍ରତିଶତ ରୁ ୫ ପ୍ରତିଶତ କୁ ହ୍ରାସ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଜିଏସଟି ହାର ୨୮ ପ୍ରତିଶତ ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି।ଘରୋଇ ବିମାନ ଭଳି ବିଳାସପୁର୍ଣ୍ଣ ଏବଂ ନିଶା ସାମଗ୍ରୀ ଉପରେ ୪୦% ଟିକସ ସ୍ଲାବରେ ଆସିବ । କେନ୍ଦୁପତ୍ର ତୋଳାଳୀ ମାନେ ଦୀର୍ଘ ଦିନରୁ ଜିଏସଟି ହ୍ରାସ କରିବାକୁ ଦାବୀ କରୁଥିଵା ବେଳେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ରୁ ବର୍ତମାନ ୫ ପ୍ରତିଶତ କୁ କମେଇଥିବାରୁ କେନ୍ଦୁପତ୍ର ର ବିକ୍ରି ବଢିବ ଓ କେନ୍ଦୁପତ୍ର ତୋଳାଳୀଙ୍କ ଉପାର୍ଜନ ବଢିବା ସହ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା କେନ୍ଦୁପତ୍ର ତୋଳାଳୀ ମାନେ, କେନ୍ଦୁପତ୍ର କିଣୁଥିବା ସରକାରୀ ସଂସ୍ଥା ମାନଙ୍କ ପାଖରୁ ସଠିକ ମୂଲ୍ୟ ପାଇଵା ସହ ଓଡିଶା ର ୨୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ବେଶ ଉପକୃତ ହେବେ ବୋଲି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ କହିବା ସହିତ ଏହା ଓଡିଶା ବାସୀଙ୍କ ଦଶହରା ଓ ଦୀପାବଳି ଭେଟି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ସମଗ୍ର ଜିଲ୍ଲା ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ନରହରି ପଟ୍ଟନାୟକ ଏବଂ ଯୁବ ମୋର୍ଚ୍ଚା ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା ଉପସ୍ଥିତ ଥିଲେ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଜିଲ୍ଲା ଖବର ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ର ରାଜ୍ୟ ସମ୍ମିଳନୀ By Hemant Kumar Ray August 4, 2025August 4, 2025
ଜିଲ୍ଲା ଖବର ଓଡ଼ିଆ ପକ୍ଷ ପାଳନ ଅବସରରେ “ଓଡ଼ିଆରେ ନାମଫଳକ ଅଭିଯାନ- ସଚେତନତା ପଦଯାତ୍ରା” By Hemant Kumar Ray April 4, 2025April 4, 2025