Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହା ପୂର୍ବରୁ ମଧ୍ୟ ଛାତ୍ର କଂଗ୍ରେସ ସଭାପତି ନାଁ ରେ ଅନେକ କେସ ରେକର୍ଡ ରହିଥିବା ,ନାରୀ ସୁରକ୍ଷା ଆଳ ରେ ସାଧାରଣ ଲୋକଙ୍କୁ ହଇରାଣ କରିବା ଓ ନାରୀ ନିର୍ଯାତନା ରେ କଂଗ୍ରେସ ଓ ତାହାର ନେତା ମାନେ ସଂପୃକ୍ତ ଥିବା ସ୍ପଷ୍ଟ ଭାବରେ ଜଣାପଡୁଛି ବୋଲି ବିଜେପି କର୍ମକର୍ତ୍ତା ମତବ୍ୟକ୍ତ କରି ପ୍ରତିବାଦ କରିଛନ୍ତି। ଅପରାଧରେ ସଂପୃକ୍ତ ବ୍ୟକ୍ତି ବିଶେଷ ଙ୍କୁ କଂଗ୍ରେସ ସୁରକ୍ଷା ଦେଉଥିବା ଉଦ୍ୟମ କରୁଛନ୍ତି ବୋଲି ଓଡ଼ିଶା ବାସୀ ଏହାକୁ ଭଲ ଭାବେ ଜାଣି ସାରିଲେଣି। ଏହି ସଙ୍ଗୀନ ଅପରାଧକୁ ପରୋକ୍ଷରେ କଂଗ୍ରେସ ଦଳର ରାଜ୍ୟ ସଭାପତି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ପରିବର୍ତେ ଘଣ୍ଟା ଘୋଡାଉଥିବା କାରଣ ରୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଏହାକୁ ତୀବ୍ର ବିରୋଧ କରି ଭବାନୀପାଟଣା ଠାରେ ବିଜେପି ଦଳ ପକ୍ଷରୁ କଂଗ୍ରେସ ସଭାପତି ଭକ୍ତ ଦାସ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଙ୍କ ଇସ୍ତଫା ଦାବି କରିବା ସହ ଦୁଇ ଜଣ ଙ୍କର କୁଶ ପୁତ୍ତଳିକା ଦାହ କରିଛି । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି ,ଭାବେନ୍ଦ୍ର ପଣ୍ଡା ,ଭାରତ ଦେଓ ,ସନ୍ତୋଷ ବିଶି ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ଜିଲ୍ଲା ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ ,ହିମାଂଶୁ ପଣ୍ଡା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ,ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ, ଭବାନୀପାଟଣା ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର ,ନଗର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ,ପ୍ରକାଶ ଧଙ୍ଗଡାମାଝୀ ,ମାନସ ଜେନା ରୁପେଶ ଜୈନ ,ଭବାନୀ ନିଆଲ ,ଆକୁର ହରପାଲ୍,ହିମାଂଶୁ ବିଶ୍ଵାଳ ,ବିଜୟ ମହାରଣା , ଙ୍କ ସମତେ ମହିଳା ମୋର୍ଚ୍ଚା ନେତ୍ରୀ ସନ୍ତୋଷି ଦାସ,ସୋଭାଗିନି ପାତ୍ର,ନିରୁପମା ସାମଲ,ନିରୁପମା ନାଏକ,ଅନିତା ବିଶ୍ଵାଳ, ପଦ୍ମା ଶବର,ପ୍ରଭାତୀ ଜାଲ,ଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ
Editor, News Gallery Mob: 9439506580 Email: newsgallery.in@gmail.com
