ନ୍ୟୁଜଗ୍ୟାଲେରି,ଧର୍ମଗଡ଼,(ହେମନ୍ତ କୁମାର ମାଝୀ) ସରକାର ଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଵା ସୁଭଦ୍ରା ଯୋଜନା ଏହି ଯୋଜନାରେ ବାଦ ପଡ଼ିଥିବା ମହିଳା ମାନେ କିପରି ସୁଭଦ୍ରା ଯୋଜନା ସାମିଲ ହେବେ ଏବଂ ସୁଭଦ୍ରା ଯୋଜନା ରେ ଯେଉଁ ମହିଳାମାନେ ଟଙ୍କା ପାଇଛନ୍ତି ସେହି ଟଙ୍କା କୁ ଛୋଟ ଛୋଟ ବ୍ୟବସାୟ କରି ନିଜ ପରିବାର କୁ ସ୍ବାବଲମ୍ବୀ କରିପାରି ଵେ ସେଥିପାଇଁ ସରକାର ଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ମାନଙ୍କ ରେ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଛି ।
ସେହି ପରିପ୍ରେକ୍ଷୀରେ ଆଜି ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଛିଳପା ଗ୍ରାମ ପଞ୍ଚାୟତ ଠାରେ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା। ଏହି ପଥପ୍ରାନ୍ତ ସଭା ରେ ମୁଖ୍ୟଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର , ସି,ଡି,ପି,ଓ , ସମାଜସେବୀ ହିମାଂଶୁ ଶେଖର ପଣ୍ଡା, ଅପ୍ରେସ ସ୍ଵାଇଁ, ଏବଂ ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ମାନେ ଉପସ୍ଥିତ ଥିବା ମହିଳା ମାନଙ୍କୁ ସରକାର ଙ୍କ ପକ୍ଷରୁ ଦିଆଯାଇଥିବା ଟଙ୍କା କୁ ଛୋଟ ଛୋଟ ବ୍ୟବସାୟ କରି ନିଜ ନିଜ ପରିବାର କୁ ସ୍ଵାଵଳମ୍ଵୀ କରିପାରିବେ ସେଥିପାଇଁ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ। ମଞ୍ଚକୁ ସରପଞ୍ଚ ଶ୍ରୀ ପ୍ରଧାନୀ ପରିଚାଳନା କରିଥିବା ବେଳେ ସି,ଡି,ପି,ଓ, ମଞ୍ଚରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଏଵଂ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ଏଵଂ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

