Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ପରିପ୍ରେକ୍ଷୀରେ ଏପ୍ରିଲ ଦୁଇ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ପାଳନ କରାଯାଇଥିଲା। ଏପ୍ରିଲ ତିନି ତାରିଖରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ ଅବସରରେ ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀ ପାରମ୍ପରିକ ବେଶ ପୋଷାକ ପରିଧାନ କରିଥିଲେ। ଓଡ଼ିଆ ପକ୍ଷ ପାଳନ ନିମନ୍ତେ ସରକାରଙ୍କ ଦ୍ଵାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦ ଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଅଛି। ଏଥିସହିତ ଏକ ସଚେତନତା ରଥ ପରିକ୍ରମଣ କାର୍ଯକ୍ରମକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ସଚେତନତା ପଦଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ।
ଏଥିରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଦୟାମୟ ପାଢି, ଉପ – ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିକ୍ଷା ଅଧିକାରୀ, ରାଧାକାନ୍ତ ଛତ୍ରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ମୁଜିବୁନ ନିଶା, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ତତ୍ୱାବଧାନରେ ଏହି ସଚେତନତା ପଦ ଯାତ୍ରାରେ ଛାତ୍ରଛାତ୍ରୀ, ଅଙ୍ଗନୱାଡ଼ି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ କର୍ମୀ ଓ ବିଭିନ୍ନ ସମାଜସେବୀ ସଂଗଠନ ଏବଂ ଶ୍ରମିକସଂଘ ଭାଈମାନେ ଅଂଶ ଗ୍ରହଣ କରିଥିଲେ ।ଭବାନୀପାଟଣା ସହରର ବିଭିନ୍ନ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କୁ ଓଡ଼ିଆ ରେ ନାମଫଳକ ଳେଖିବା ପାଇଁ ଏହି ସଚେତନ ପଦଯାତ୍ରା କରାଯାଇଥିଲା।
Editor, News Gallery Mob: 9439506580 Email: newsgallery.in@gmail.com
