ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ଗାନ୍ଧୀ ଛକ ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି କଳାହାଣ୍ଡି ବିକାଶ ସମୀକ୍ଷା ଜନତା ମଞ୍ଚ ର ସଭାପତି ହୃଷିକେଶ ଗାନ୍ଧୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ସଭାକୁ ଶ୍ରୀ ଗାନ୍ଧୀ ସୁମଧୁର ଅଭିଭାଷଣ ରେ ଜିଲ୍ଲା ର ଜନସାଧାରଣ ଙ୍କୁ ବାର୍ତ୍ତା ଦେଲେଯେ ନିଜେ ସଚେତନତା ହେବାସହ ଦେଶର ବିକାଶ ପାଇଁ ସୁଚିନ୍ତିତ ରହିବା ବିକାଶ ଧାରାରେ ଦେଶପ୍ରଗତି ପାଇଁ କର୍ତ୍ତବ୍ୟ ରତ ରହି ଦେଶର ନାଗରିକ ଭାବରେ ଉପଯୁକ୍ତ କର୍ତ୍ତବ୍ୟ ପ୍ରାରଣୟତ ହେଲେ ଆମଦେଶ ପ୍ରଗତି ଶିଳ ରାଷ୍ଟ୍ର ପ୍ରଗଣିତ ହେବ ଏବଂ ଦେଶପାଇଁ ମହାପୁରୁଷଙ୍କ ର ଅବଦାନ ପ୍ରତୀ ସୁସମ୍ମାନ ହେବ ବୋଲି ଅଭିଭାଷଣ ରେ ପ୍ରକାଶ କରିଥିଲେ। ସମାଜସେବୀ ଅଗଷ୍ଟ ନାଏକ,ଭୀମ ନାଏକ, ସହାଜନ ଅଲ୍ଲୀ, ବେଣୁଧର ନାଗ,ଦୁର୍ଜନ ବାଘ, ଫିରଜ ଅଲ୍ଲୀ,ପ୍ରକାଶ ନାଏକ,ରଙ୍କନିଧି ନାଏକ,ଉଗ୍ରସନ ଦୁର୍ଗା ପ୍ରମ୍ମୁଖ ସାମିଲ ହୋଇ ସ୍ୱାଧୀନତା ଦିବସ ସଫଳତାର ସହ ପାଳନ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

