ନ୍ୟୁଜଗ୍ୟାଲେରି, କଳାହାଣ୍ଡି:ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ, ରାଜ୍ୟର ଶିକ୍ଷା ସମସ୍ୟା ର ସମାଧାନ କରନ୍ତୁ ଅଧ୍ୟାପକ ପଦବୀ ପୁରଣ କରନ୍ତୁ ଅନ୍ୟଥା ଆଗାମୀ ଦିନରେ ୟାର ସମାଧାନ ନ ହେଲେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆନ୍ଦୋଳନ ହେବ ବୋଲି ଆଜି ଭବାନୀପାଟଣା ଶିଶୁ ବିଦ୍ୟ ମନ୍ଦିର ଠାରେ ଏବିଭିପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂଯୋଜକ ତନ୍ମୟ ବିଶି ପ୍ରକାଶ କରିଛନ୍ତି । କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ,ଅଧ୍ୟାପକ ପଦବୀ ପୂରଣ ତଥା ଧର୍ମଗଡ଼ ମହାବିଦ୍ୟାଳୟକୁ ପୂର୍ଣ୍ଣ ସରକାରୀ ମାନ୍ୟତା ଓ ସ୍ୱୟଂଶାସିତ ଦାବି ତଥା ଜୁନାଗଡ଼ ଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ପାଇଁ ମଧ୍ୟ ଆନ୍ଦୋଳନ କରାଯିବ । ଏହି ପ୍ରେସ ବାର୍ତ୍ତାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡିର ଜିଲ୍ଲା ସଂଯୋଜକ ତନ୍ମୟ ବିଶି ,ବିଭାଗ ସଂଯୋଜକ କେଶବ ସାହୁ,ଭବାନୀପାଟଣା ନଗର ସମ୍ପାଦକ ପଞ୍ଚାନନ ଦୁର୍ଗା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭିଷେକ ନାଏକ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

