ନ୍ୟୁଜଗ୍ୟାଲେରି, କଳାହାଣ୍ଡି:ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ, ରାଜ୍ୟର ଶିକ୍ଷା ସମସ୍ୟା ର ସମାଧାନ କରନ୍ତୁ ଅଧ୍ୟାପକ ପଦବୀ ପୁରଣ କରନ୍ତୁ ଅନ୍ୟଥା ଆଗାମୀ ଦିନରେ ୟାର ସମାଧାନ ନ ହେଲେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆନ୍ଦୋଳନ ହେବ ବୋଲି ଆଜି ଭବାନୀପାଟଣା ଶିଶୁ ବିଦ୍ୟ ମନ୍ଦିର ଠାରେ ଏବିଭିପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂଯୋଜକ ତନ୍ମୟ ବିଶି ପ୍ରକାଶ କରିଛନ୍ତି । କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ,ଅଧ୍ୟାପକ ପଦବୀ ପୂରଣ ତଥା ଧର୍ମଗଡ଼ ମହାବିଦ୍ୟାଳୟକୁ ପୂର୍ଣ୍ଣ ସରକାରୀ ମାନ୍ୟତା ଓ ସ୍ୱୟଂଶାସିତ ଦାବି ତଥା ଜୁନାଗଡ଼ ଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ପାଇଁ ମଧ୍ୟ ଆନ୍ଦୋଳନ କରାଯିବ । ଏହି ପ୍ରେସ ବାର୍ତ୍ତାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡିର ଜିଲ୍ଲା ସଂଯୋଜକ ତନ୍ମୟ ବିଶି ,ବିଭାଗ ସଂଯୋଜକ କେଶବ ସାହୁ,ଭବାନୀପାଟଣା ନଗର ସମ୍ପାଦକ ପଞ୍ଚାନନ ଦୁର୍ଗା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭିଷେକ ନାଏକ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

