କଳାହାଣ୍ଡି:ଭବାନୀପାଟଣା,ଆଦିବାସୀ ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ସମେତ ଅନ୍ୟାନ୍ୟ ଆଦିବାସୀ ସଂଘ ରାଜ୍ୟସରକାରଙ୍କୁ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନାମ କୁ ପରିବର୍ତ୍ତନ କରିବା ପାଇଁ ଦାବି କରିଆସୁଥିଲେ।ଉକ୍ତ ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରି ମହାନ ଆଦିବାସୀ ନେତା ତଥା ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିଥିବା ଘୋଷଣାପରେ ଜିଲ୍ଲାର ଆଦିବାସୀ ଓ ଅନ୍ୟାନ୍ୟ ସଂଗଠନ ମହଲରେ ଖୁସିର […]
କଳାହାଣ୍ଡି:ଭବାନୀପାଟଣା, ପୌରପାଳିକା ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଭବାନୀପାଟଣା ପୌରପାଳିକା କାର୍ଯାଳୟ ଠାରୁ ଆରମ୍ଭ ହୋଇ ଭବାନୀ ସିନେମା ହଲ ପର୍ଯ୍ୟନ୍ତ କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା , ଉପାଧ୍ୟକ୍ଷ ବିଷ୍ଣ ପ୍ରଧାନ, ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ନାୟକ, କାଉନସିଲର ଜୟଶ୍ରୀ ଅଗ୍ରୱାଲ , କାଉନସିଲର ହାରାମଣି ଗଣ୍ଡ ,କାଉନସିଲର କ୍ଷୀରସିନ୍ଧୁ ନାଏକ ,କାଉନସିଲର ସଚିନ ନାଏକ , କର୍ମଚାରୀ […]
ଭବାନୀପାଟଣା,କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ, ମାଣିକ୍ୟ ବିହାର ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ କବି ରାଜେଶ ଦାଶଙ୍କ ବ୍ୟଙ୍ଗ କବିତା ସଂକଳନ “ଜଷ୍ଟ ଗୁଟେ”ଲୋକାର୍ପିତ ହୋଇଯାଇଛି। କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ହୋଇ “ବାହ୍ୟ ପରିବେଶ ସହ ଅନ୍ତଃପରିବେଶ ମଧ୍ୟ ସୁସ୍ଥ ରହିବା ଆବଶ୍ୟକ’ବୋଲି ମତବ୍ୟକ୍ତ କରିଥିଲେ । ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା, କଳାହାଣ୍ଡି ଲେଖକ କଳା ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା, […]
କଳାହାଣ୍ଡି: ଭବାନୀପାଟଣା, କଳାହାଣ୍ଡି ସରକାରୀ ମେଡିକାଲ କଲେଜ କୁ ରାଜ୍ୟସରକାର ସହିଦ ରେଣ୍ଡୋ ମାଝୀ ର ନାମରେ ନାମିତ କରିଛନ୍ତି । କଳାହାଣ୍ଡି ବାସୀଙ୍କ ଦୀର୍ଘ ଦିନର ଦାବି ପୁରାଣ ହୋଇଛି।ଭବାନୀପାଟଣା ସ୍ଥିତ ଭଙ୍ଗାବାରୀ ଠାରେ ରାଜ୍ୟ ସରକାର ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ନ୍ୟାସ କରିବା ପରେ ଯୁଦ୍ଧକାଳୀନ ଭିତିରେ କଲେଜ ବିଲଡିଂ ତିଆରି ହୋଇ ଚଳିତ ବର୍ଷ ଠାରୁ ୧୦୦ସିଟ ବିଶିଷ୍ଟ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।ତେବେ ଏହି କଲେଜ […]
କଳାହାଣ୍ଡି:ଭବାନୀପାଟଣା,ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ,ଡ଼ଃ ବିଶ୍ୱଜିତ୍ ଦାସ ଙ୍କ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୧୨୨ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୧୩ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୨ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ […]
କଳାହାଣ୍ଡି:ଭବାନୀପାଟଣା,ଆମ ଆଦମୀ ପାର୍ଟି ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ।ମେ -୨୯ ତାରିଖ ଦିନ କଳାହାଣ୍ଡି ବାସୀ ଙ୍କୁ ୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଦାବି ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା।ତାକୁ ନେଇ ଏକ ସମୀକ୍ଷା ବୈଠକ ସହିତ ଆସନ୍ତା ଜୁନ୍ ୮ ତାରିଖ ଦିନ ଓଡ଼ିଶାର ସମସ୍ତ ପରିବାର କୁ ୨୦୦ ୟୁନିଟ୍ ଫ୍ରି ବିଜୁଳି ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେବା ସମ୍ବନ୍ଧରେ ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ପକ୍ଷରୁ […]
କଳାହାଣ୍ଡି/ଥୁଆମୂଳ ରାମପୁର, ଉତ୍କଳ ଆଲୁମିନା ଇଣ୍ଟରନେସନାଲ କମ୍ପାନୀ ପକ୍ଷରୁ ଥୁଆମୂଳ ରାମପୁର ବ୍ଲକ ରେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ ହୋଇଛି ।ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଲେମନ୍ ଗ୍ରାମ ତୈଳ ନିଷ୍କାସନ ୟୁନିଟ ଉଦ୍ଧଘାଟନ, ନିରୋଗଶାଳା ନାମରେ ଏକ ଗ୍ରାମ ସ୍ୱାସ୍ଥ୍ୟ ଦାତବ୍ୟ ଚିକିତ୍ସାଳୟ ର ଶୁଭାରମ୍ଭ ଏବଂ ଉତ୍ସର୍ଗୀକୃତ ଆମ୍ବୁଲାନ୍ସ ସେବା ଏଥିସହିତ ହାଲୁକା ମୋଟର ଯାନ ଡ୍ରାଇଭିଂ ତାଲିମ କାର୍ଯ୍ୟକ୍ରମ ସମାପନ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉତ୍କଳ ଆଲୁମିନା ପ୍ରେସିଡେଣ୍ଟ ତଥା ୟୁନିଟ […]
କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅମଲା ସଂଘ ପକ୍ଷରୁ କନିଷ୍ଟ ସହାୟକ ଙ୍କ ପ୍ରବେଶିକା ଦରମା ହାର ୪୨୦୦ ଗ୍ରେଡ ପେ କରିବା ଦାବି ନେଇ ଅମଲା ସଙ୍ଘର ଅନିର୍ଦିଷ୍ଟ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଅମଲା ମନେ ଛିଟି ନେଇ ଆନ୍ଦୋଳନ ରେ ଥିବାରୁ ଜିଲ୍ଲାର ସମସ୍ତ ସରକାରୀ ଦପ୍ତର ରେ ସରକାରୀ କାର୍ଯ୍ୟା ତିନି ଦିନ ହେଲା ବନ୍ଦ ଥିବାରୁ ପ୍ରତି ଦିନ ବିଭିନ୍ନ ଗ୍ରାମା ଅଞ୍ଚଳରୁ ଆସୁଥିବା ଜନସାଧାରଣ ସରକାରୀ […]
କଳାହାଣ୍ଡି:ଭବାନୀପାଟଣା, କନିଷ୍ଟ ସହାୟକ ଙ୍କ ପ୍ରବେଶିକା ଦରମା ହାର ୪୨୦୦ ଗ୍ରେଡ ପେ କରିବା ଦାବି କରି ଅନିର୍ଦିଷ୍ଟ ଆନ୍ଦୋଳନ ଜାରି ରଖିଛନ୍ତି ଅମଲା ସଂଘ। ଫଳରେ ଜିଲ୍ଲାର ସମସ୍ତ ସରକାରୀ ଦପ୍ତର ରେ ସରକାରୀ କାର୍ଯ୍ୟା ଦୁଇ ଦିନ ହେଲା ବନ୍ଦ ହୋଇପଡିଛି । ପ୍ରତି ଦିନ ବିଭିନ୍ନ ଅଞ୍ଚଳରୁ ସରକାରୀ କାର୍ଯ୍ୟରେ ହଜାର ହଜାର ଲୋକ ଗାଁରୁ ନିଜର କାର୍ଯ୍ୟ କୁନେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଶି ନିରାଶ ହେବାର ଦେଖିବାକୁ ମିଳୁଛି । […]
କଳାହାଣ୍ଡି:ଭବାନୀପାଟଣା,ସଦର ବ୍ଲକ ଅଧିନସ୍ଥ ସେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ଶିକ୍ଷା ବର୍ଷରୁ +୨ କଳା ବିଭାଗରେ ୧୨୮ଟି ସିଟରେ ନାମ ଲେଖାଇ ଅଧ୍ୟୟନ ନିମନ୍ତେ ସରକାରଙ୍କ ଦ୍ଵାରା ସ୍ବୀକୃତ ପ୍ରାପ୍ତ ହୋଇଛି । ଏହି ଅବସରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ସଚେତନତା ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଅଧ୍ୟକ୍ଷା ଦମୟନ୍ତୀ ସାଗରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରସନ୍ନ କୁମାର ବାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜନ କରାଯାଇଥିଲା […]
କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ବାତ୍ୟା/ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳରୁ ଉଦ୍ଧାର ନିମନ୍ତେ ଟେବୁଲ୍ ଟପ୍ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବାତ୍ୟା ଓ ବନ୍ୟା ଯୋଗୁ ଓଡ଼ିଶା ସର୍ବଦା କ୍ଷତିଗ୍ରସ୍ତ ହୋଇଥାଏ ଏବଂ ବିପୁଳ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ଥାଏ।କିନ୍ତୁ ଏନ୍ ଡି ଆର୍ ଏଫ୍, ଓ ଡି ଆର୍ ଏଫ୍, ଅଗ୍ନିଶ୍ରମ,ପୋଲିସ, ପ୍ରଶାସନିକ,ସେବାକାରୀ ଦଳ ପଦକ୍ଷେପ ଯୋଗୁ ବହୁ ଧନ […]
କଳାହାଣ୍ଡି/ଭବାନିପାଟଣା, କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ “ଗାଁକୁ ଚାଲ”ର ଉଦ୍ଯାପନ ହୋଇଯାଇଛି । ସ୍ଥାନୀୟ ହୋଟେଲ ମିଡ଼୍ଟାଉନଠା୍ରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀ ଅନେଇ ସୂଚନା ଦେଇଛନ୍ତି ବିକାଶ ପରିଷଦ ର ଅଧ୍ୟକ୍ଷ୍ୟ ଡ଼ା ସୁନୀତି ମୁଣ୍ଡ । ଏହି ଅଭିଯାନ ଗତ ୨୩ ମେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ କଳାହାଣ୍ଡି ଜିଲ୍ଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାବେଳେ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ […]
କଳାହାଣ୍ଡି/ ଭବାନୀପାଟଣା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଯୁକ୍ତ ୨ ସିଏଚସଇ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଟପର ଓ ଅନ୍ୟ କୃତି ବିଦ୍ୟାର୍ଥୀ ମାନଙ୍କୁ ସମ୍ଭର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିକାଶ ର ନିର୍ଦେଶକ ଡ଼ି ଶ୍ୟାମ, ଅନ୍ୟତମ ନିର୍ଦେଶକ ଡ଼ି ରାମକୁମାର, ଅଧ୍ୟକ୍ଷ ଯୁବରାଜ ନାୟକ ଏବଂ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ୍ୟ ଆରତୀ ମିଶ୍ର ଓ ସ୍କୁଲର ଅନ୍ୟ ଅଧ୍ୟପିକା ଓ ଅଧ୍ୟପକ ମାନେ ଉପସ୍ଥିତ ରହି କୃତି ଛାତ୍ର […]
କଳାହାଣ୍ଡି/ଭବାନୀପାଟଣା,ଗରିବ ଜନସାଧାରଣ ଙ୍କୁ ମାଗଣାରେ ୨୦୦ ୟୁନିଟ ବିଦ୍ୟୁତ ପ୍ରଦାନ ନେଇ ଆଜି ଆମ ଆଦମୀ ପାର୍ଟି କଳାହାଣ୍ଡି ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟ ଳୟ ସମ୍ମୁଖରେ ଘେରାଓ କରାଯାଇଥିଲା। ଦିଲ୍ଲୀ, ପଞ୍ଜାବ ଭଳି ରାଜ୍ୟମାନଙ୍କରେ ବିଜୁଳି ଉତ୍ପାଦନ ନହୋଇ ମଧ୍ୟ ଗରିବ ଜନସାଧାରଣ ଙ୍କୁ ସେଠାକାର ଆମ ଆଦିମୀ ସରକାର ୨୦୦ ରୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜାଳ ବିଦ୍ୟୁତ ପ୍ରକଳ୍ପ ରୁ ବାର୍ଷିକ […]
କଳାହାଣ୍ଡି/ଲାଞ୍ଜିଗଡ଼,ବସନ୍ତ ପଡା ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଦଳିଦେବାରୁ ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଲାଞ୍ଜିଗଡ଼ ବ୍ଲକ ବସନ୍ତପଡ଼ା ଗାଁର ବାଙ୍ଗରା ମାଝୀ(୫୪) । ସେ ସକାଳୁ ଗାଁ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀପଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ଦଳିଦେବାରୁ ତାଙ୍କ ଶରୀର ସଂପୂର୍ଣ୍ଣ ଭାବେ ଖିନଭିନ ହୋଇଯାଇଛି । ଏ ସଂପର୍କରେ […]
କଳାହାଣ୍ଡି :କେସିଙ୍ଗା, କେସିଙ୍ଗାସହର କଲେଜ୍ ରୋଡ ସ୍ଥିତ ରହୁଥିବା ସୁବାଷ ଅଗ୍ରୱାଲଙ୍କ ଘରୁ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ରାତି ପ୍ରାୟ ୨ଟାରେ ୮ରୁ ୯ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । କେସିଙ୍ଗା ଆଦର୍ଶ ଥାନା ପୁଲିସ ଭୋର୍ ୪ ଟାରେ ଖବର ପାଇବା ପରେ ଆଇଆଇସି ସତ୍ୟ କୁମାର ନନ୍ଦଙ୍କ […]
କଳାହାଣ୍ଡି:ଭବାନୀପାଟଣା,ସଂସ୍କୃତ ସାହିତ୍ୟ ର ଜଣେ ଜାତୀୟ ସ୍ତରୀୟ କବି ବାଚସ୍ପତି ଗଣେଶ୍ୱର ରଥଙ୍କ ରଚିତ ଚଣ୍ଡୀ ବିଧାନ ପଦ୍ଧତି ଦେଶର ଏକ ଶ୍ରେଷ୍ଠତମ କୃତି। ଶ୍ରୀ ରଥ ଙ୍କ ଦୁଇଟି ସଂସ୍କୃତ ପୁସ୍ତକ ‘ଲିଙ୍ଗରାଜୟନମ’ ଓ ‘ପୁରୁଷୋତ୍ତମ ଚରିତମ’ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୭୦ ମସିହାରେ ପ୍ରକାଶିତ। ସାହିତ୍ୟ ପ୍ରତି ଅତୁଳନୀୟ ଅବଦାନ ଯୋଗୁଁ ଶ୍ରୀ ରଥ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ। ସଂସ୍କୃତ ସାହିତ୍ୟ ର ଜଣେ ପ୍ରଣମ୍ୟ ପୁରୁଷ ବାଚସ୍ପତି ଗଣେଶ୍ୱର […]
କଳାହାଣ୍ଡି: ଭବାନୀପାଟଣା,ସଦର ବ୍ଲକଅନ୍ତର୍ଗତ ଦାଦପୁର ଗ୍ରାମ ସ୍ଥିତ ପାତଳ ବନ୍ଧ ମାଟିତଳୁ ୧୨୦୦ ଶତାଦ୍ଧିର ପୁରାତନ ଗମ୍ବୁଜ ଉଦ୍ଧାର ହୋଇଛି।ସୂଚନା ମତେ ଆଜି ଦାଦପୁର ସରପଞ୍ଚ ଗୀତାଞ୍ଜଳି ସାହୁ ପାତଳାପୋଖରୀ ପଙ୍କପୁନଃ ଉଦ୍ଧାର ପାଇଁ ଜେସିବିଯୋଗେ ପଙ୍କ ସଫା କଲାବେଳେ ଏକ ବିରାଟ ଗମ୍ବୁଜ ବାହାରି ଥିଲା। ଏହାକୁ ଦେଖିବା କୁ ଆଖପାଖ ଲୋକେ ରୁଣ୍ଡ ହୋଇଥିଲେ । ଏହି ଗମ୍ବୁଜଟି ପ୍ରାୟ୧୨୦୦ଶତାଦ୍ଧିର ବୋଲି ଅନେକ ବୃଦ୍ଧିଜୀବି ମତ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ କୁ ଏବିଷୟରେ […]
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଜମିଜମା ଇ-ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଭିଡ଼ ସମସ୍ୟା ଦୂର କରିବା ଲାଗି ଏଣିକି ଅନ୍ ଲାଇନ୍ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ। ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜୀକରଣ ହେବ। ଆଇଜିଆର (ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟେ୍ରସନ୍)ଙ୍କ ପକ୍ଷରୁ ସଂପର୍କରେ ଘୋଷଣା କରାଯାଇଛି।ଘୋଷଣା ଅନୁଯାୟୀ ଏଣିକି ଜମି କିଣାବିକା ବା ଯେକୌଣସି ସେଲ୍ ଡିଡ୍ ବା ପଞ୍ଜୀକରଣ ପାଇଁ ସବ ରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାର […]
କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ପୋୖରାଅଞ୍ଚଳ ବିକାଶ, ମହିଳା ସଶକ୍ତିକରଣ ଓ ଦିନ ମଜୁରିଆଙ୍କୁ ରୋଜଗାର ଯୋଗେଇବା ପାଇଁ ମୁକ୍ତା ଯୋଜନା ବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ଆରମ୍ଭ କରାଯାଇଛି।ଏହି ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ପୌରପାଳିକା ଓ ବିଜ୍ଞାପିତ ଅଂଚଳର ସାମଗ୍ରିକ ବିକାଶ ପାଇଁ ଦେଉଥିବା ବେଳେ ଭବାନୀପାଟଣା ପୌରପାଳିକାର ବେପାରୁଆ ଠିକାଦାର ପୋଷା ନୀତି ଯୋଗୁଁ ସ୍ୱୟଂ ସହାୟକ ଗୋଷ୍ଠୀ ଆଳରେ ଠିକାଦାର ପୋଷା ଏବେ ବାଟରୁ ଯାଇ ହାଟରେ ଗଡୁଛି।ବର୍ଷାଜଳ […]
କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ଜିଲ୍ଲାରେ ଛତୁ ଫୁଟିଲା ଭଳି ଦିନକୁ ଦିନ ଔଷଧ ଦୋକାନ ଗଢି ଉଠୁଥିବାବେଳେ ବିନା ଲାଇସେନ୍ସରେ କେତେକ ଦୋକାନ ଚାଲିଥିବା ଅଭିଯୋଗ ହୋଉଛି। ଅଧିକ ଅର୍ଥ ଲାଳସାରେ କିଛି ଦୋକାନୀ ନକଲିଔଷଧ,ଏକ୍ସପାଏରି ଔଷଧ ବିକ୍ରି କରି ଲୋକଙ୍କ ଜୀବନ ସହିତ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଏହାର ଯାଞ୍ଚ ଓ ତଦନ୍ତ ଦାୟିତ୍ଵ ଜିଲ୍ଲାଡ୍ରଗ୍ଧ ଇନ୍ସପେକ୍ଟରର ଙ୍କ ଦେଖା ନଥିବାବେଳେ ଗତ ୧ବର୍ଷରୁ ଉର୍ଦ୍ଧ ହେବ ଜିଲ୍ଲାରେ ସ୍ଥାୟୀ ଡ୍ରଗ୍ ଇନ୍ସପେକ୍ଟର ନାହାନ୍ତି। ଜୟପୁରରୁ ଡେପୁଟେସନରେ […]
କଳାହାଣ୍ଡି:ଭବାନୀପାଟଣା,ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ୧୧ଜଣ କଳାକାର ଆଜି ୨୫ତାରିଖ ଜାପାନ ଟୋକିଓ ଗସ୍ତକରି ସେଠାରେ ବିଭିନ୍ନ ସହରରେ ସାତଦିନ ବ୍ୟାପି ନିରାନ୍ତରସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଜୁନ ୪ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ମହାବୀର ସାଂସ୍କୃତି ଅନୁଷ୍ଠାନର ପକ୍ଷରୁ ଏକ ସାମ୍ବାଦିକ ସଂମିଳନୀ ରେ ଅନୁଷ୍ଠାନ ର ସଭାପତି ଜୟନ୍ତ ବେହେରା ପ୍ରକାଶ କରିଛନ୍ତି । ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା ରୁ ମହାବୀର ସାଂସ୍କୃତିକ […]
କଳାହାଣ୍ଡି:ଭବାନୀପାଟଣା, ଗାଁ ଆମ୍ବ ପସରା ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦ, ଉଦ୍ୟାନ କୃଷି, ମିଶନ ଶକ୍ତି, ନାବାର୍ଡ ଏବଂ ଓରମାସ୍ କଳାହାଣ୍ଡି ମିଳିତ ଭାବରେ ଉଦ୍ଧଘାଟିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ସ୍ଥିତ ମାଉସୀମା ମନ୍ଦିର ପ୍ରାଙ୍ଗଣରେ ଆମ୍ବର ଖୁଚୁରା ଆଉଟଲେଟ ଷ୍ଟୋର ଗାଁ ଆମ୍ବ ପସରାକୁ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱିଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଧଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟ […]
କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ଜିଲ୍ଲାପାଳ ଙ୍କ ସମ୍ମିଳନୀ ଗୃହରେ ଭୁଲେଖ ନିର୍ଦ୍ଦେଶକ,ଓଡ଼ିଶା ସରକାର ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାରେ ଅଣ ସର୍ଭେ ଗ୍ରାମରେ ଜମିମାପ ସର୍ଭେ ସମ୍ବନ୍ଦିୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବର୍ତ୍ତମାନ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ରେ ୯୬ ଟି ଅଣସର୍ଭେ ଗ୍ରାମରେ ହାଇଟେକ୍ ଟେକ୍ନୋଲୋଜି ସାଟେଲାଇଟ୍ ସାହାଯ୍ୟରେ ସର୍ଭେ କାମ ଆରମ୍ଭ କରାଯାଇଛି। ଜୁନାଗଡ଼ ତହସିଲ ଅନ୍ତର୍ଗତ ୫ ଟି ଗ୍ରାମରେ ଏହି ସର୍ଭେ କାର୍ଯ୍ୟ ଚାଲୁରହିଛି।ଏହି ସର୍ଭେ କାମ ପାଇଁ ଜିଓ […]
କଳାହାଣ୍ଡି:ଜୟପାଟଣା, ବରିଷ୍ଠ ଦେୱାନୀ ବିଚାରପତି ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼. ଏସ୍.ମୁରଲୀଧର ଙ୍କ ଦ୍ୱାରା ଭରଚୁଆଲ ମୋଡ଼ରେ ମାନ୍ୟବର ଓଡିଶା ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଙ୍କ ଉପସ୍ଥିତି ରେ ଉଦ୍ଧଘାଟିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀଦୀପ ମିଶ୍ର, ନୂତନ ଭାବେ ଯୋଗଦେଇଥିବା ସିଭିଲ ଜଜ୍ ଶ୍ରୀ ଜିତେନ୍ଦ୍ର ପାଣିଗ୍ରାହୀ, ଜୟପାଟଣା ସିଭିଲ ଜଜ୍ […]
କଳାହାଣ୍ଡି:ଥୁଆମୂଳ ରାମପୁର,(ଲକ୍ଷ୍ମୀ ରଞ୍ଜନ ବାଗ) ସରକାରଙ୍କ ଗ୍ରାମାଞ୍ଚଳର ବିକାଶର ଲକ୍ଷ ଏବଂ ଦେଖିଥିବା ସ୍ୱପ୍ନ କେବଳ କାଗଜ କଲମରେ ସୀମିତ ରହୁଛି । ଦୁର୍ଗମ ଇଲାକାରେ ବସବାସ କରୁଥିବା ଗାଁ ଗୁଡ଼ିକରେ ଲୋକେ ପିଇବା ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା- ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଗ୍ରାମପଞ୍ଚାୟତ ଅଧିନସ୍ଥ ଫୁଲଡୁମେର ଗ୍ରାମର ଏହେଉଛି ବାସ୍ତବ ଚିତ୍ର।ଏହି ଗାଁରେ ସରକାରଙ୍କ ଦ୍ଵାରା ଏ ଯାଏଁ ପାନୀୟଜଳର […]
କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ l ଜିଲ୍ଲା ର ଅନେକ ଉନ୍ନତମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ମହିଳା ସ୍ଵଂୟ ସହାୟକ ଗୋଷ୍ଟୀ ଙ୍କୁ ଭେଟି ବିଭିନ୍ନ ଉପରେ ଆଲୋଚନା କରିଥିଲେ ।୫ଟି ସଚିବ କଳାହାଣ୍ଡି ଉତ୍କେଲା ବିମାନ ବନ୍ଦର ରେ ଅବତରଣ କରି ସେଠାରୁ ବେଲଖଣ୍ଡି ର ପ୍ରାଚୀନ ଶୈବପୀଠ ଓ ଚଣ୍ଡୀ ମନ୍ଦିର ପରିଦର୍ଶନ ଓ ପୂଜାର୍ଚନା କରି ମନ୍ଦିରର ଉର୍ନ୍ନତି […]
କଳାହାଣ୍ଡି: ଲାଞ୍ଜିଗଡ,(କୈଳାଶ ସାହୁ)ଲାଞ୍ଜିଗଡ ବ୍ଲକ ରେ ଘଟିଛି ଏକ ଆମନୁଷିକ ଘଟଣା ପ୍ରେମ ବିବାହକୁନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ହତ୍ୟା ଭଳି ଏକ ସଙ୍ଗୀନ ଅଭିଯୋଗ ଲାଞ୍ଜିଗଡ଼ ସହରରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ସହରର ସୁବାସ ମହାକୁଡ଼ ସନ୍ଧ୍ୟାରେ ନିଜର ଜଣେ ବନ୍ଧୁଙ୍କ ସହିତ କୁଆଡ଼େ ଯାଇ ନିଜ କାରରେ ଘରକୁ ଫେରିଥିଲେ । ଏଇ ସମୟରେ ତାଙ୍କ ଘର ସାମ୍ନାରେ […]
କଳାହାଣ୍ଡି:କେସିଙ୍ଗା,(ତୁମେଶ୍ୱର ସାହୁ)କେସିଙ୍ଗା ବ୍ଲକ ଓ ଏସ ଇ ବି କର୍ମଚାରୀ ଫେଡେରେସନ ନିଖିଲ ଓଡ଼ିଶା ବିଦ୍ୟୁତ୍ ଶ୍ରମିକ ମହାସଂଘ କେସିଙ୍ଗା ପକ୍ଷରୁ ବିକ୍ଷୋଭ ଓ ଗଣ ଧାରଣା ଦିଆଯାଇଥିଲା। ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ମହାସଂଘ କୁ ନେଇ ଗଠିତ ଏକତା ମଞ୍ଚ ଡାକରାରେ ବିଭିନ୍ନ ଦାବୀ ନେଇ ଗତ ୮ ତାରିଖ ମଙ୍ଗଳବାର ଠାରୁ ଆନ୍ଦୋଳନ ଜାରି ରହିଛି। ଏ ହି କ୍ରମରେ ଗୁରୁବାର ତୃତୀୟ ଦିନ ବିଦ୍ୟୁତ୍ କ୍ଷେତ୍ର ର ସମସ୍ତ କର୍ମଚାରୀ କଳା ବେଚ […]
