କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଙ୍କ ଇସ୍ତଫା ଦାବିରେ ଜିଲ୍ଲା କଂଗ୍ରେସ ଦଳର ବିରାଟ ଶୋଭାଯାତ୍ରା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଙ୍କ ଇସ୍ତଫା ଦାବୀରେ ଜିଲ୍ଲା କଂଗ୍ରେସ ଦଳର ବିରାଟ ଶୋଭାଯାତ୍ରା ସହ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନକରିଛନ୍ତି। ସମ୍ବିଧାନ ନିର୍ମାତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦ ରେ ଦେଇଥିବା ଅପମାନ ଜନକ ମନ୍ତବ୍ୟ ବିରୋଧରେ ଏକ ବିରାଟ ଶୋଭାଯାତ୍ରା କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ ଙ୍କ ଦ୍ଵାରା ଅୟୋଜିତ ବିରାଟ ଶୋଭାଯାତ୍ରାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ,ସଦର ବିଧାୟକ […]

ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀ ଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଅର୍ଥ ରାଶି ବଣ୍ଟନ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ବୈତୁରା ଦୀପଙ୍କ ଉପସ୍ଥିତିରେ ଜିଲ୍ଲାପାଳ କାର୍ଯ୍ୟଳୟ ସଦଭାବନା ଗୃହରେ, ଓଡିଶା କୋଠବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଅର୍ଥରାଶି ବଣ୍ଟନ କରାଗଲା।(୧) ମୃତ୍ୟ କାଳୀନ ସହାୟତା ୧୨୯ ଜଣ, ୨,୫୯,୦୦,୦୦୦ ଟଙ୍କା (୨) ବିବାହ ସହାୟତା ୩୦୯ ଜଣ, ୧,୫୨,୦୦,୦୦୦ ଟଙ୍କା (୩) ଅନ୍ତେଷ୍ଠୀ କ୍ରିୟା […]

ସ୍ମାରକି ଜାତୀୟ ନାଟକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ମଞ୍ଚସ୍ଥ ହେଲା ନାଟକ ଲଙ୍ଗ ମାର୍ଚ୍ଚ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରୀଶ ଚନ୍ଦ୍ର ବେହେରା,ବରିଷ୍ଠ ଶିକ୍ଷାବିତ୍ ଡ.ଅଜୟ କୁମର ମିଶ୍ର, ବିଶିଷ୍ଟ ଅଭିନେତା ଜଗନ୍ନାଥ ମୁଣ୍ଡ ଏବଂ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର […]

ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକି ଜାତୀୟ ନାଟକ ମହୋତ୍ସବ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର, ସାରଳା ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସଂସ୍କୃତିବିତ୍ ଜୟନ୍ତ ବେହେରା, ଶିକ୍ଷାବିତ୍ ତଥା ବରିଷ୍ଠ ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ […]

ଭବାନୀପାଟଣା ର ବିଭିନ୍ନ ମଣ୍ଡି ର ଅବ୍ୟକ୍ତ କୁନେଇ ବିଧାୟକ ସାଗର ଚରଣ ଦାସ ଙ୍କ ସାମ୍ବାଦିକ ସମ୍ମିଳନୀ

ନ୍ୟୁଜଗ୍ୟାଲେରି,ଭବାନିପାଟଣା: କଂଗ୍ରେସ ନେତା ରାହୁଳ ଗାନ୍ଧୀ ଙ୍କ ନାମରେ କରାଯାଇଥିବା ମିଥ୍ୟା କେଶ ର ସତ୍ୟା ସତ୍ୟ ଜାଣିବା ପାଇଁ ସାଂସଦ ର ସିସି କ୍ୟାମେରାକୁ ତଦନ୍ତ କରିବା ବଦଳରେ ସିସି କ୍ୟାମେରା ତଦନ୍ତ ନ କରି ମିଥ୍ୟା କେଶ କରି ଏକଛତ୍ରବାଦୀ ଶାସନ ଚଳାଇଛି ଏବଂ ଜିଲ୍ଲା ର ମଣ୍ଡି ଗୁଡିକରେ ଧାନ ରୁ ୭କେଜି ଲେଖାଏ କଟନି ଛଟନି ହେଉ ଥିବା ନେଇ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ […]

ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ନିର୍ବାଚନ ପୂର୍ବରୁ ବିଜେପି ଦଳ ଚାଷୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ ଓଡିଶାରେ ବିଜେପି ସରକାର ଶାସନ କୁ ଆସେ ତେବେ ମଣ୍ଡି ଗୁଡିକ ରେ ଧାନର ବିନା କଟନି ଛଟନି ରେ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ରେ କିଣିବେ । କିନ୍ତୁ ସେହି ପ୍ରତିଶ୍ରୁତି ମିଥ୍ୟାରେ ରହିଗଲା। ପ୍ରତେକ ମଣ୍ଡି ରେ ୫ରୁ ୮ କେଜି ପର୍ୟ୍ୟନ୍ତ କଟନି ଛଟନି କରି ମିଲର ମାନେ ଧାନ ଉଠାଉଛନ୍ତି ।ସେଥି ପ୍ରତି ପ୍ରଶାସନ […]

ସ୍ଵାସ୍ଥ୍ୟମନ୍ତ୍ରୀ ବୁଲିଲେ ଧର୍ମଗଡ଼ ଉପଖଣ୍ଡ ର ବିଭିନ୍ନ ମଣ୍ଡି

ନ୍ୟୁଜ ଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଗସ୍ତ ରେ ଆସି ଜୁନାଗଡ଼, କଲମପୁର,କୋକସରା ଓ ଧର୍ମଗଡ ବ୍ଲକ ର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରିବା ସହ ସ୍ଥାନୀୟ ଅଞ୍ଚଳର ଚାଷି ଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ବିଜେପି ର ନେତୃବୃନ୍ଦ ଙ୍କ ସହପ୍ରଥମେ କଲମପୁର ବ୍ଲକ ର କୁଟରୁ, ବିଜମରା ମଣ୍ଡି ପରିଦର୍ଶନ ପରେ କୋକସରା […]

ମାଣିକେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୬ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ,ଅନ୍ୟତମ ଅତିଥି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ମୁଖ୍ୟବକ୍ତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ର ଯୋଗ ଦେଇଥିଲେ।ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ ବିଦ୍ୟାଳୟର ବିବରଣୀ […]

ଭବାନୀପାଟଣା ବ୍ଲକ ନବ ନିଯୁକ୍ତି କନିଷ୍ଠ ଯୋଜନାଭିତ୍ତିକ ଶିକ୍ଷକ ଙ୍କ ନୂତନ କର୍ମକର୍ତ୍ତା ଚୟନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ପ୍ରାଥମିକ ଶିକ୍ଷକ ଭବନ ଭବାନୀପାଟଣା ଠାରେ ନବାଗତ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ (ଯୋଜନା ଭିତ୍ତିକ) ମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଦର ବ୍ଲକ ଶିକ୍ଷକ ସଂଘର ସଭାପତି ମଧୁସୂଦନ ପ୍ରଧାନ ସଭାପତିତ୍ୱ କରିଥିଲେ ଏବଂ ସଂପାଦକ ପ୍ରଦ୍ୟୁମ୍ନ କୁମାର ହୋତା ନବାଗତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉଦବୋଧନ ସଂଭାଷଣ ପ୍ରଦାନ କରିି ସ୍ୱାଗତ କରିଥିଲେ ।ଉକ୍ତସଭା ମଞ୍ଚରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦିଶ ମୁଣ୍ଡ ମହୋଦୟ ମୁଖ୍ୟ […]

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୋଗ ଅଭ୍ୟାସ ର ଶୁଭାରମ୍ଭ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଯୋଗ ଅଭ୍ୟାସ ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହେ,ଏହାକୁ ଉପଲବ୍ଧି କରି ବରିଷ୍ଠ ନାଗରିକ ସଂଘ ର ଅନୁରୋଧ ରକ୍ଷା କରି ଜିଲ୍ଲାପାଳ ପାୱାର ସଚିବ ପ୍ରକାଶ ଙ୍କ ନିର୍ଦ୍ଦେଶ କ୍ରମେ ମାସ କୁ ଦୁଇ ଦିନ ଯଥା ପ୍ରତି ମାସର ୧ ଏବଂ ୧୬ ତାରିଖରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, କର୍ମଚାରୀ, କଲେକ୍ଟରିଏଟ ଷ୍ଟାଫ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତଞ୍ଜଳି ଯୋଗ ସମିତି ର ତତ୍ୱାବଧାନରେ ଜିଲ୍ଲା ର ବରିଷ୍ଠ ନାଗରିକ […]

କଳାହାଣ୍ଡି ଜିଲ୍ଲା ଭେଟେରାନ ଫୁଟବଲ ଆସୋସିଏସନ ର ବନ୍ଧୁମିଳନ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଚକ୍ରଧର ନଗର ସ୍ଥିତ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ପରିସରରେ କଳାହାଣ୍ଡି ଜିଲ୍ଲା ଭେଟେରାନ ଫୁଟବଲ ଆସୋସିଏଶନ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁ ସାହିତ୍ୟକ ଜୟନ୍ତ କୁମାର ବେହେରାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମ ରେ ବୈଦ୍ୟନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଭେଟେରାନ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାହାଣ୍ଡି […]

କଳାହାଣ୍ଡି ଉତ୍ସବ ଘୁମୁରା ପ୍ରସାର ପ୍ରଚାର କମିଟି ବୈଠକ

ନ୍ୟୁଜଗ୍ୟାଲେରି,ଭବାନୀପାଟନା: କଳାହାଣ୍ଡିର କଳା, ସଂସ୍କୃତି, ଐତିହ, ପରମ୍ପରାର ର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଆସନ୍ତା ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଭବାନୀପାଟଣା ଓ ୧୫ରୁ ୧୭ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ , ଜିଲ୍ଲା ସଂସ୍କୃତି ପରିଷଦ, ଉତ୍ସବ ପାଳନ ସବ କମିଟିର ଆବଶ୍ୟକ ପୂର୍ବ ପ୍ରସ୍ତୁତି ଜାରୀରହିଛି ।ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ […]

ନବାଗତ କନିଷ୍ଠ ଶିକ୍ଷକ ଓ ଶିକ୍ଷାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ପ୍ରାଥମିକ ଶିକ୍ଷକ ଭବନ ଠାରେ ନବାଗତ କନିଷ୍ଠ ଶିକ୍ଷକ ଓ ଶିକ୍ଷୟତୀ (ଯୋଜନା ଭିତ୍ତିକ) ମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଦର ବ୍ଲକ ଶିକ୍ଷକ ସଂଘର ସଭାପତି ମଧୁସୂଦନ ପ୍ରଧାନ ସଭାପତିତ୍ୱ କରିଥିଲେ ଏବଂ ସଂପାଦକ ପ୍ରଦ୍ୟୁମ୍ନ କୁମାର ହୋତା ନବାଗତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉଦବୋଧନ ସଂଭାଷଣ ପ୍ରଦାନ କରିି ସ୍ୱାଗତ କରିଥିଲେ ।ମୁଖ୍ୟ ଅତିଥି ଭବାନୀପାଟଣା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦିଶ ମୁଣ୍ଡ ଯୋଗଦାନ […]

ଯୁବ ସାମ୍ବାଦିକ ମହମ୍ମଦ ଅସଲମ ଙ୍କ ତୃତୀୟ ପୁଣ୍ୟ ତିଥି

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଯୁବ ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ମହମ୍ମଦ ଅସଲମ୍ ସ୍ମୃତି କମିଟି ତରଫରୁ ଭବାନୀପାଟଣା ଅମଲା ଭବନ ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବିଶିଷ୍ଟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ପୁରୁଷୋତ୍ତମ ସିଂ ଠାକୁର, ମନୋରଞ୍ଜନ ଯୋଷୀ, ସମାଜସେବା ଭାରତ ଠାକୁର, ଶିକ୍ଷାବିତ […]

୧୩ଟି ଚୋରି ବାଇକ ଜବତ ଜଣେ ଅଭିଯୁକ୍ତ ଗିରଫ

ନ୍ୟୁଜଗ୍ୟାଲେରି,ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) ଉପଖଣ୍ଡ ଅଞ୍ଚଳରେ ଦୈନନ୍ଦିନ ବାଇକ ଚୋରି ହେବା ଭଳି ଖବର ବଢି ଚାଲିଛି । ପୁଲିସର ନିଷ୍କ୍ରିୟତା ଯୋଗୁଁ ଚୋର ମାନେ ବିଭିନ୍ନ ସ୍ଥାନ ରୁ ଚୋରି କରିବା ସାହାସ ଜୁଟାଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ବର୍ତ୍ତମାନ ଧର୍ମଗଡ ପୁଲିସ ସକ୍ରିୟ ହୋଇ ଉଠିଛି । ଜଣେ ବାଇକ ଚୋର କୁ ଧରିବାରେ ସକ୍ଷମ ହୋଇଛି।ଏନେଇ ଧର୍ମଗଡ ଥାନା ପରିସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର […]

ଜାତୀୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ମାଇ ଭାରତ ଓ ସି ଆର ପି ଏଫ ୬୪ ବେଟାଲିଆଁନଙ୍କ ମିଲିତ ଉଦ୍ୟମରେ ୧୬ତମ ଜନଜାତିୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଶାଖାପାଟଣା ଯାଇଥିବା ୪୦ ପ୍ରତିଭାଗୀ ଓ ମୁମ୍ବାଇ ଯାଇଥବା ୩୦ ପ୍ରତିଭାଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ଯୁବକ ଯୁବତୀଙ୍କୁ ବିଭିନ୍ନ […]

ଗୀତା ଜୟନ୍ତୀ ଉପଲକ୍ଷେ କଳସ ଯାତ୍ରା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ମାର୍ଗଶିର ଶୁକ୍ଲ ପକ୍ଷ ତ୍ରୟୋଦଶୀରେ ଭବାନୀପାଟଣା ସ୍ଥିତ ବାଲାଜୀ ମନ୍ଦିର ପରିସରରେ ଗୀତା ଜୟନ୍ତୀ ସମାରୋହ ଆୟୋଜନ କରାଯାଉଛି । ଗୀତା ଜୟନ୍ତୀ ଉପଲକ୍ଷେ ଗୁରୁବାର ଅପରାହ୍ନ ଚାରିଟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।ଗୀତା ଯଜ୍ଞର ଆଚାର୍ଯ୍ୟ ନିରଞ୍ଜନ ଦାଶ, ଶରତ କୁମାର ମିଶ୍ର, ସନ୍ତୋଷ ରଥ ଓ ଆଶିଷ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କଳସ ଯାତ୍ରାରେ ଯଜ୍ଞର କର୍ତ୍ତା ମଳୟ କୁମାର ମୁଣ୍ଡ ସସ୍ତ୍ରିକ ସମେତ ପ୍ରଜ୍ଞା […]

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳ ଉଦ୍ଧଯାପିତ

ନ୍ୟୁଜଗ୍ୟାଲେରି ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପତ ମେଳା ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ଅତିଥି ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷ ପୁଷେନ୍ଦ୍ର ସିଂଦେଓ, ମୁଖ୍ୟ ଜିଲାପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡ. ମଧୁସୂଦନ ଦାସ, ଜିଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ, ଜୁନାଗଡ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ,ଜିଲ୍ଲା ତାଳିମ ସଂଯୋଜକ ଡ.କେଦାର ନାଥ ଖମାରୀ […]

ଅନୁସୂଚିତ ଜାତି ମାନଙ୍କ ଚାକିରୀ ଅନ୍ୟ କୁ ଦେବା ବରଦାସ୍ତ କରାଯିବ ନାହିଁ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:(ହେମନ୍ତ କୁମାର ମାଝୀ) ଓଡିଶା ବିଧାନସଭାରେ ବିଧାୟକ ଅରୁଣ ସାହୁ ଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯେଉଁ ଉତ୍ତର ଦେଇଛନ୍ତି, ତାହା ଓଡିଶା ର ବହୁଜନ ସମାଜ ଉପରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି।ବିଶେଷ କରି ଓଡିଶା ସରକାର ଙ୍କ ଶାସନ ବ୍ୟବସ୍ଥା ରେ ୮୫% ଜନସଂଖ୍ୟା ବିଶିଷ୍ଟ ଓବିସି-ଏସଟି-ଏସସି ସମାଜକୁ ମାତ୍ର ୩୦% ଚାକିରୀ ଦେବା ପ୍ରଥମ ଶ୍ରେଣୀ ଚାକିରୀରେ ଏହି ବର୍ଗ ରୁ ମାତ୍ର […]

ଗୋଳାମୁଣ୍ଡା ବ୍ଲକ ରେ ଯୁଗ୍ମ ଜଣ ଶୁଣାଣୀ ଶିବିର ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡ ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ ।ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୬୮ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ୪୩ ଗୋଟି […]

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ସମୁଦାୟ୩୧୦୦ଟଙ୍କା ପ୍ରଦାନର ଶୁଭାରମ୍ଭ କଲେ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ରାଜ୍ୟର କୃଷକ ମାନଙ୍କ ପାଇଁ ବିଶେଷ କରି ଧାନ ଫସଲ ଉପରେ କୁଇଣ୍ଟାଲ ପିଛା ରହିଥିବା ସହାୟତା ରାଶି ର ବୃଦ୍ଧି ନିମନ୍ତେ ରହିଥିବା ବହୁତ ଦିନର ଦାବି ଆଜି ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଅଛି ।ଏହି ଅବସରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ ଉତ୍ସବରେ କୁଇଣ୍ଟାଲ ପିଛା ଧାନ ର ସର୍ବ ନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ଉପରେ ରାଜ୍ୟ ବଜେଟ ରୁ ୮୦୦ଟଙ୍କା ର ଇନପୁଟ […]

ମାଣିକେଶ୍ଵରୀ ଉଚ୍ଚ ବିଦ୍ୟାଳୟର ୫୬ତମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ୫୬ତମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡାର ଉଦଘାଟନୀ ଉତ୍ସବ ସ୍ଥାନୀୟ ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ବେଳେ ଉଦଯାପନୀ ଉତ୍ସବ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସମାପନ ହୋଇଥିଲା।ଏହି କ୍ରୀଡା ଉତ୍ସବର ଉଦଘାଟନୀ ଦିବସରେ ବିଦ୍ୟାଳୟର କ୍ରୀଡ଼ାବିତମାନେ ଶାରୀରିକ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଆଶୁତୋଷ ଦୁବେଙ୍କ ତତ୍ୱାବଧାନରେ ମାଣିକେଶ୍ବରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା […]

କଳାହାଣ୍ଡି କଳାକାର ପେନସନ ଭୋଗୀ ମହା ସମାବେଶ ଓ ସାଧାରଣ ସଭା

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଳାକାର ପେନସନଭୋଗୀ ମହା ସମାବେଶ ଓ ସାଧାରଣ ସଭା ମହାବୀର ସାଂସ୍କୃତିକ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳର ପେନସେନ ପାଉଥିବା ୨୦୦୦ରୁ ଉର୍ଦ୍ଧ୍ବ କଳାକାରଙ୍କ ସମାବେଶ ହୋଇଥିଲା।ମୁଖ୍ୟ ଅତିଥି ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା ଓ ଭବାନୀପାଟଣା ପୌରପାଳିକା ର ପୋୖରାଧକ୍ଷ ବିଷ୍ଣୁ ପ୍ରଧାନ,ସଙ୍ଘର ସଭାପତି ନାଟ୍ୟ ଭୂଷଣ ପ୍ରଦୀପ ଡି ମାଝୀଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାରେ ସରକାରଙ୍କୁ […]

କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ମାଇ ଭାରତ ପକ୍ଷରୁ ଯୁବ ଉତ୍ସବ ପାଳିତ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମାଇ ଭାରତ ତରଫରୁ ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ୦୭ ତାରିଖ ଶନିବାର ଦିନ ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟ ଭବାନିପାଟଣା ସଭାଗୃହ ଠାରେ ଯୁବ ଉତ୍ସବ ପାଳିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ […]

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଧଘାଟିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା କୃଷି ମହାବିଦ୍ୟାଳୟ (ଓ.ୟୁ.ଏ.ଟି.) ପଡିଆ, ଭବାନୀପାଟଣା ଠାରେ ଉଦଘାଟିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜିତ ଏହି କୃଷି ଯନ୍ତ୍ରପାତି ମେଳା ଡିସେମ୍ବର ସାତ ତାରିଖ ଠାରୁ ଆସନ୍ତା ଦସେମ୍ବର ଏଗାର ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ । ଏହି ଉପଲକ୍ଷେ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ବିତରଣ କୃଷି ଓ ଆନୁଷଙ୍ଗିକ ବିଭାଗ କାର୍ଯ୍ୟାକ୍ରମ […]

ସ୍ମାରକି ନାଟ୍ୟ ସଂସ୍ଥା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ସ୍ମାରକୀ ନାଟ୍ୟ ସଂସ୍ଥା” ପକ୍ଷରୁ ଆସନ୍ତା ଡିସେମ୍ବର ୨୨ ତାରିଖଠାରୁ ଡିସେମ୍ବର ୨୫ ତାରିଖ ପର୍ଯ୍ଯନ୍ତ ୪ ଦିନ ବ୍ୟାପୀ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ “ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ – ୨୦୨୪” ଅନୁଷ୍ଠିତ ହେବ। ଏହି ମହୋତ୍ସବର ଉଦଘାଟନୀ ଦିବସରେ ନାଟ୍ୟକାର ମନୋଜ ରଥଙ୍କ ରଚିତ ଓ ସୌରଭ ମହାପାତ୍ରଙ୍କ ନିର୍ଦ୍ଦେଶିତ ସ୍ମାରକୀ ନାଟ୍ୟ ସଂସ୍ଥାର ନାଟକ “ଜୟଯାତ୍ରା” ଓ ତଥାଗତ ମିଶ୍ରଙ୍କ […]

ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ୭୫ତମ ସମ୍ବିଧାନ ଦିବସ ଅବସରରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସଂଘ ତରଫରୁ ସମ୍ବିଧାନ ଦିବସ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଠାରେ ପାଳନ କରାଯାଇଛି । ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ଥିବା ଭାରତ ରତ୍ନ ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ପୁରାତନ ଛାତ୍ର ସଂଘ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ ଅଜୟ କୁମାର ମିଶ୍ର ଯୋଗଦେଇ ଭାରତୀୟ ସମ୍ବିଧାନ ଓ […]

ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ ର ସମୀକ୍ଷା ବୈଠକ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗସ୍ତରେ କମିଶନର ତଥା ସଚିବ ଉଚ୍ଚଶିକ୍ଷା ବିଭାଗ ଓ ଇଲେକ୍ଟୋରାଲ ରୋଲ ଅବଜରଭର କଳାହାଣ୍ଡି ଜିଲ୍ଲା ଅରବିନ୍ଦ ଅଗ୍ରୱାଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲା ସ୍ତରୀୟ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜିଲ୍ଲାରେ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଅଭିଯାନର ଅଗ୍ରଗତି ସମ୍ପର୍କରେ ଅବଜରଭର ଶ୍ରୀ ଅଗ୍ରୱାଲ ଙ୍କୁ ଅବଗତ କରାଇଥିଲେ।ମୃତ ବ୍ଯକ୍ତିଙ୍କ ର ଭୋଟର […]

କନିଷ୍ଠ ଶିକ୍ଷକଙ୍କ ଡିଇଓ ଅଫିସ ଘେରାଉ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ଦାବିରେ ସୋମବାର କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନେ ସରକାର ଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ଛଅ ବର୍ଷ ସେବା ପ୍ରଦାନ କରି ଗତ ଏପ୍ରିଲ ମାସ ରୁ ନିୟମିତ ଚିଠି ପାଇବା ପାଇଁ ଅପେକ୍ଷା କରିଛନ୍ତି। ଜିଲ୍ଲା ସଂଘ ତରଫରୁ ଜିଲ୍ଲା […]

ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଏନ ଏସ ଏସ ପୁରୁଷ ବିଭାଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ଏନ୍‍ ଏସ୍‍ ଏସ୍‍ ପୁରୁଷ ବିଭାଗ-1 ତରଫରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅଧିକାରୀ ଜୟନ୍ତ କୁମାର ଦନସନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ମୁଖ୍ୟ ଅତିଥିରୂପେ ଏହି ରକ୍ତଦାନ ଶିବିରର ଉଦ୍‍ଘାଟନ କରିବା ସହିତ ନିଜେ ରକ୍ତଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ରୂପେ ବିଶ୍ୱବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ ଏବଂ କାର୍ଯ୍ୟକ୍ରମ ସଂଯୋଜକ […]