ସାକାରାତ୍ମକ ଭାବନା କୁ ଗ୍ରହଣ କରି ଚାପ ମୁକ୍ତ ଜୀବନ ପାଇଁ ଯୋଗ ଓ ଧ୍ୟାନ ର ଆବଶ୍ୟକତା

ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ ଧର୍ମଗଡ଼ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଦୁଇ ଦିନ ଧରି ଯୋଗ ଓ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗ ଓ ଧ୍ୟାନ ର ଉପାଦେୟତା ଉପରେ ଯୁକ୍ତ ରାଷ୍ଟ୍ର ଆମେରିକାରେ ବିଶେଷଜ୍ଞ ଭାବେ ପଞ୍ଜୀକୃତ ଯୋଗ ଓ ଧ୍ୟାନ ବିଶେଷଜ୍ଞ ଡାକ୍ତର ମୋନିକା ପରଶିରା ଶିବିରାର୍ଥି ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଦୈନନ୍ଦିନ ଜୀବନରେ ଚାପ ମୁକ୍ତ […]

ମହାକୁମ୍ଭ ମେଳା ଉପଲକ୍ଷେ ଭବାନୀପାଟଣାରୁ ଅଯୋଧ୍ୟା ଗଡ଼ିଲା ସ୍ୱତନ୍ତ୍ର ବସ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଦୀର୍ଘ ବର୍ଷର ଅନ୍ତରାଳରେ ଅଯୋଧ୍ୟାରେ ଅନୁଷ୍ଠିତ ହେଉଛି ମହାକୁମ୍ଭ ମେଳା। ଏହାକୁ ନେଇ ସାରା ଦେଶରେ ଏକ ମହୋତ୍ସବର ମାହୋଲ ଦେଖାଦେଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଯତ୍ନ ଆରମ୍ଭ କରିଛନ୍ତି। ଏ ଦିଗରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହିତ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଚାରୋଟି ସ୍ଥାନରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ ବସ ସେବା ଚଳାଚଳ ର ବ୍ୟବସ୍ଥା କରିଛନ୍ତି। ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ବସ୍ ସେବା ଚଳାଚଳ […]

ମ. ରାମପୁର ଠାରେ ବ୍ଲକ ସ୍ତରୀୟ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉଦଯାପିତ

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଠାରେ ଶୁକ୍ରବାର ଦିନ ମହା ସମାରୋହ ରେ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ ହୋଇଯାଇଛି । ମା ଡୋକରି ମନ୍ଦିର ରୁ ମଶାଲ ଯାତ୍ରା ଆରମ୍ବ ହୋଇ ବିରାଟ ପଟୁଆରା ରେ ଗୋଟିପୁଅ ନାଚ ,ଘୁମୁରା , ବାଜା ସହ ଆଦିବାସୀ ନୃତ୍ୟ ତଥା ଅନେକ ସାଂସ୍କୃତିକ ଦଳ ସହ ହଜାର ହଜାର ମହିଳା ଓ ଜନ ସମାରୋହ ରେ ଦୁର୍ଗା ମାଧବ ଖେଳ […]

ଡୁମେରଗୁଡା ପଞ୍ଚାୟତ କନ୍ଦାମାଳ ଠାରେ ନୂତନ ସାପ୍ତାହିକ ବଜାର ଶୁଭାରମ୍ଭ କଲେ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ

ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଡୁମେରଗୁଡା ପଞ୍ଚାୟତ ଅଧିନସ୍ଥ କନ୍ଦାମାଳ ଠାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୂତନ ସାପ୍ତାହିକ ବଜାର ଶୁଭାରମ୍ଭ କଲେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ସମ୍ମାନିତ ଅତିଥି ଭାବରେ ଡୁମେରଗୁଡା ସରପଞ୍ଚ ନଳିନୀ ପ୍ରଭା ବେହେରା ଓ ଓ୍ୱାଡ ସଭ୍ୟା ରେମନୀ ନାଗ, ଭାରତୀୟ ଜନତା ପାର୍ଟିର ଟିପିଗୁଡା ମଣ୍ଡଳ ସଭାପତି ଲଲିତ ବାଗ ଯୁବ ନେତା ହିମାଂଶୁ ଶେଖର ପଣ୍ଡା, ପୂର୍ବତନ […]

ଅଦ୍ୱିତୀୟ ଘୁମୁରା ଗୁରୁ ଥିଲେପଣ୍ଡିତ ରୀକ୍ଷିରାମ ତିୱାରୀ

ନ୍ୟୁଜ ଗ୍ୟାଲେରି,ବେହେରା,ଧର୍ମଗଡ ( ଭୂପେଶ କୁମାର ତିୱାରୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଗୁଡହାଣ୍ଡି ମଞ୍ଚରେ ଘୁମୁରା ଗୁରୁ ସ୍ବର୍ଗତ ପଣ୍ଡିତ ରିକ୍ଷିରାମ ତିୱାରୀ ଙ୍କୁ ମରଣ ଉପରାନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା।ତାଙ୍କର ପୌତ୍ର ଭୂପେଶ ତିୱାରୀ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ପଣ୍ଡିତ ରିକ୍ଷିରାମ ତିୱାରୀ ଙ୍କ ଘୁମୁରା ପ୍ରତି ରହିଥିବା ଅବଦାନ ସ୍ୱରଣ କରାଯାଇଥିଲା।ପଣ୍ଡିତ ରୀକ୍ଷିରାମ ତିୱାରୀ କଳାହାଣ୍ଡି ଲୋକ କଳା ଘୁମୁରା ର ଅଦ୍ୱିତୀୟ ଗୁରୁ […]

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ ଜଣେଇ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ନିମନ୍ତେ ସମସ୍ତଙ୍କର ସାହାର୍ଯ୍ୟ ଓ ସହଯୋଗ କାମନା କରିଥିଲେ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାସ୍ତରୀୟ ଜାତୀୟ ଦିବସ କାର୍ଯ୍ୟକ୍ରମରେ […]

ପଞ୍ଚାୟତ ସମିତି କଳାହାଣ୍ଡି ଉତ୍ସଵ ଘୁମୁରା ପାଳିତ

ନ୍ୟୁଜଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଙ୍ଗଣ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳିତ ହୋଇ ଯାଇଛି ।ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ କଲାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଧର୍ମଗଡବ୍ଲକ ଠାରେ ପାଳିତ ହୋଇଯାଇଛି ।ଧର୍ମଗଡ ଇଷ୍ଟଦେବୀ ମା’ଭଣ୍ଡାର ଘରୁଣୀ ଙ୍କ ମନ୍ଦିର ଠାରୁ ମଶାଳ ଯାତ୍ରା ପଂଚାୟତ ସମିତି ଧର୍ମଗଡ ମଞ୍ଚ କୁ ଆସିଥିଲା।ଏହି ମଶାଳ କୁ ଭବ୍ୟ ସ୍ଵାଗତ ଜଣାଇ ମଞ୍ଚରେ ସ୍ଥାପନ କରାଯାଇଥିଲା ।ମଶାଳ ଯାତ୍ରାରେ ଉଛୁଳି ପଡୁଥିଲା […]

ଦଣ୍ଡପାଟ କୁ ବ୍ଲକ ଦାବି ପାଇଁ ୧୧ପଞ୍ଚାୟତ ର ଜନସାଧାରଣ ଏକାଠି ହେଲେ।

ନ୍ୟୁଜ ଗ୍ୟାଲେରି,ଧର୍ମଗଡ, ବେହେରା:(ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳ କୁ ଏକ ସ୍ବତନ୍ତ୍ର ବ୍ଲକ ମାନ୍ୟତା ପ୍ରଦାନ ପାଇଁ ବେହେରା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତ ଜନସାଧାରଣ ଏକତ୍ରିତ ହୋଇଥିଲେ।ସର୍ବ ପ୍ରଥମେ ଦଣ୍ଡପାଟ ର ଇଷ୍ଟ ଦେବୀ ଦନ୍ତେଶ୍ୱରୀ ଙ୍କ ପ୍ରତିମା ରେ ପୂଜାର୍ଚ୍ଚନା କରାଯାଇ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଘନଶ୍ୟାମ ପଟେଲ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା।କଳାହାଣ୍ଡି ର ଉପାନ୍ତ ଅଞ୍ଚଳ କୁହା […]

କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର ଗାଡ଼ି ର ଶୁଭାରମ୍ଭ କଲେ ଧର୍ମଗଡ ଉପ ଜିଲ୍ଲାପାଳ ।

ନ୍ୟୁଜଗ୍ୟାଲେରି,ଧର୍ମଗଡ,ବେହେରା:(ଭୂ ପେଶ ତିୱାରୀ)ଧର୍ମଗଡ ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ ଘୁମୁରା -୨୫ ପାଇଁ ଆଜି ଠାରୁ ବିଧି ବଦ୍ଧ ଭାବରେ ପ୍ରଚାର ପ୍ରସାର କାର୍ଯ୍ୟ ର ଶୁଭାରମ୍ଭ ହୋଇଯାଇଛି । ମା ଭଣ୍ଡାର ଘରଣୀ ଙ୍କ ପୂଜାର୍ଚ୍ଚନା ପରେ ଉତ୍ସବ କମିଟି ଅଧ୍ୟକ୍ଷ ତଥା ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ପତାକା ହଲାଇ ଏହାର ଶୁଭାରମ୍ଭ କରି ଥିଲେ ।କାର୍ଯ୍ୟକ୍ରମ ରେ ପ୍ରଚାର ପ୍ରସାର ଅଧ୍ୟକ୍ଷ ବିରଞ୍ଚି ନାରାୟଣ […]

ଧର୍ମଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୮ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଶିଶୁ ବିଦ୍ୟା ମନ୍ଦିର କମିଟି ସଭାପତି ସୁନିଲ କୁମାର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସଵ ସମାରୋହରେ ମୁଖ୍ୟ ଅତିଥି ଧର୍ମଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପାଟଯୋଶୀ, ମୁଖ୍ୟ ବକ୍ତା ଜୟ ନାରାୟଣ ବାବୁ ବିଭାଗୀୟ ସଂଘ ରାଷ୍ଟ୍ରୀୟ ସଂଘ ସେବକ […]

ଜୟନ୍ତପୁର ରେ ଦଳିତ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଜୟନ୍ତପୂର ଠାରେ ଦଣ୍ଡପାଟ ମୂଳନୀବାସୀ ଦଳିତ ବୁଦ୍ଧିଜୀବୀ କମିଟି ର ଆୟୋଜନ ରେ ଜୟନ୍ତପୂର ସରପଞ୍ଚ ଜୟନ୍ତୀ ବାଗ ଙ୍କ ସଭାପତିତ୍ବ ରେ ଦଳିତ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚନା ଭାବରେ ବଲାଙ୍ଗୀର ଏପିଡି ତରଣୀ ସୁନା, ଡାକ୍ତର ବିବେକାନନ୍ଦ ମହାନନ୍ଦ, ବନମାଳୀ ଭୋଇ, ନିୟମ ଗିରି ସୁରକ୍ଷା ସମିତି ସଭାପତି ଲିଙ୍ଗରାଜ ଆଜାଦ ପ୍ରମୁଖ ଯୋଗ ଦେଇ ଆମ ସମ୍ବିଧାନରେ […]

ଚଳିତ ରବି ଚାଷ ପାଇଁ ୭ ତାରିଖ ରୁ ଜଳସେଚନ ହେବ

ନ୍ୟୁଜଗ୍ୟାଲେରୀ,ଧର୍ମଗଡ,ବେହେରା: (ଭୂପେଶ ତିୱାରୀ)କଳାହାଣ୍ଡି ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ୍ ପ୍ରକଳ୍ପରୁ ଆସନ୍ତା ରବି ଚାଷ ପାଇଁ ଜାନୁୟାରୀ ୭ତାରିଖ ରୁ ଜଳ ସେଚନ ଆରମ୍ଭ ହେବ । ରବି ଋତୁରେ ଜିଲାର ମୋଟ ୪୭, ୫୭୬ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ତେବେ ଜଳଭ ଳଭଣ୍ଡାରରେ ଜଳାଭାବ ଯୋଗୁଁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଜଳସେଚନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରରେ ପ୍ରାୟ […]

ଧର୍ମଗଡ ଠାରେ ଆୟୋଜିତ ଅଟଲ ପ୍ରିମିୟାର ଲିଗ ଉଦ୍ଧଯାପିତ

ନ୍ୟୁଜଗ୍ୟାଲେରି,ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଧର୍ମଗଡ ସ୍ଥିତ ପଞ୍ଚାୟତ କଲେଜ ପଡିଆ ଠାରେ ମାଁ ଭଣ୍ଡାରଘରଣୀ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଅଟଳ ପ୍ରିମିୟର ଲିଗ ୨୦୨୪-୨୫ ଆଜି ଉଦଯାପିତ ହୋଇଯାଇଛି । ଦୀର୍ଘ ଆଠ ଦିନ ଧରି ଏହି ପ୍ରିମିୟର ଲିଗ ଆୟୋଜିତ ହୋଇଥିଲା। ଅନ୍ତିମ ଦିବସ ର ଫାଇନାଲ ମ୍ୟାଚ ରେ ବଲାଙ୍ଗୀର ଓ ନବରଙ୍ଗପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ବଲାଙ୍ଗୀର ଟସ ଜିତି ଫିଲ୍ଡିଂ କରିଥିଲା ନବରଙ୍ଗପୁର ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ […]

କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ।

ନ୍ୟୁଜଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଭବାନୀପାଟଣା ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଭବାନୀପାଟଣା ଓ ଧର୍ମଗଡ ସାଂସ୍କୃତିକ ଉପ କମିଟିର ଏକ ସମନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଭବାନୀପାଟଣା କୁ ଆସୁଥିବା ସାଂସ୍କୃତିକ ଦଳ ଓ ଷ୍ଟାର ପ୍ରୋଗ୍ରାମ ସବୁ ଉପରେ […]

ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ସାତ ଦିନ ପରେ ଉଦଯାପିତ

ନ୍ୟୁଜଗ୍ୟାଲେରି,ଧର୍ମଗଡ,ବେହେରା:(ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ ର କେନ୍ଦ୍ରସ୍ଥଳୀ ବେହେରା ଗ୍ରାମରେ ଚାଲିଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ସାତ ଦିନ ପରେ ଉଦଯାପିତ ହୋଇ ଯାଇଛି ।ମଞ୍ଚରରେ କୃଷ୍ଣ ବଳରାମ ଦ୍ୱାରା ଶିବଧନୁ ଭଗ୍ନ ସହ କଂସାଶୁର ବଧ ଦୃଶ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା ।ଷଷ୍ଠ ସନ୍ଧ୍ୟା ରେ ଓଡ଼ିଶାର ଖ୍ୟାତନାମା କମେଡି ଷ୍ଟାର ଯୋଗେଶ ଜୋଜୋ ଙ୍କ ହାସ୍ୟ ଅଭିନୟ ରେ କମ୍ପିଉଠିଥିଲା ମଞ୍ଚ ।ଶେଷ ସନ୍ଧ୍ୟା ରେ କଂସ ଦରବାର ରେ ମୁଖ୍ୟ ଅତିଥି […]

ଭାରତର ପ୍ରଥମ ଶିକ୍ଷୟତ୍ରୀ ତଥା ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

ନ୍ୟୁଜ ଗ୍ୟାଲେରି,ଜୁନାଗଡ: ଜୁନାଗଡ଼ ସ୍ଥିତ ସହିଦ ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରେ ଭାରତର ପ୍ରଥମ ଶିକ୍ଷୟତ୍ରୀ ତଥା ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ମାଁ ଲଙ୍କେଶ୍ୱରି ମନ୍ଦିର ଠାରୁ ବିଶାଳ ଶୋଭାଯାତ୍ରାରେ ଆସି ମାତା ସାବିତ୍ରୀ ବାଇ ଫୁଲେ ଜନ୍ମ ଜୟନ୍ତୀ କମିଟିର ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟବକ୍ତା ଛବିଲାଲ ସାହୁ, […]

କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ କେରମ ଆସୋସିସନ ର ପ୍ରତ୍ରୁତି ବୈଠକ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ୍ୟରେ କଳାହାଣ୍ଡି କେରମ ଆସୋସିଏସନ ତରଫରୁ ଆଗାମୀ ୯ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କେରମ ଓ ଚେସ ପ୍ରତିଯୋଗିତା ନିମନ୍ତେ କଳାହାଣ୍ଡି କେରମ ସଂଘ ର ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ସଭାରେ ସଂଘର ମୁଖ୍ୟ ଉପଦେଷ୍ଟା ଇଂ କ୍ଷୀରୋଦ ମୁଣ୍ଡ, ସମ୍ପାଦକ ପ୍ରଭାତ ବ୍ରହ୍ମା, କଳାହାଣ୍ଡି ଚେସ […]

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ନ୍ୟୁଜଗ୍ୟାଲେରି,ଧର୍ମଗଡ,ବେହେରା: (ଭୂପେଶ ତିୱାରୀ) ଧନୁଯାତ୍ରା ଦେଖି ବିଳମ୍ବିତ ରାତିରେ ଫେରିବା ବାଟରେ ଦୁର୍ଘଟଣାରେ ଜଣ ଙ୍କ ମୃତ୍ୟୁ ହୋଇଛି। ସୂଚନା ମତେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ପର୍ଲା ନଦୀ ବ୍ରିଜ଼ ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ବାଇକ ଦୁର୍ଘଟଣା ରେ ଜଣକର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଧର୍ମଗଡ ଥାନା ମଝେନପଦର ଗାଁ ର ନୀଳାମ୍ବର ନାଏକ ବୟସ ୨୫। ସେ ବେହେରା ରୁ ଦଣ୍ଡପାଟ ଧନୁଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ […]

ପଣ୍ଡିତ ରୀକ୍ଷିରାମ ସ୍ମୃତିସମ୍ମାନ’ ରେ ସମ୍ମାନିତ ହେଲେ ସତ୍ୟନାରାୟଣ ମହାପାତ୍ର କଳା କ୍ଷେତ୍ର ରେ ଦଣ୍ଡପାଟ ର ସର୍ବବୃହତ ସମ୍ମାନ

 ନ୍ୟୁଜଗ୍ୟାଲେରି,ଧର୍ମଗଡ ବେହେରା: (ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଅବସରରେ ଗବେଷକ ସତ୍ୟନାରାୟଣ ମହାପାତ୍ର ଙ୍କୁ ପଣ୍ଡିତ ରୀକ୍ଷିରାମ ସ୍ମୃତିସମ୍ମାନ ରେ ସମ୍ମାନିତ କରାଯାଇଛି ।ସତ୍ୟନାରାୟଣ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ସିନିୟର୍ ଫେଲୋସିପ ପାଇ ” ଘୁମୁରା ଗୀତ (ସଙ୍ଗୀତ) ର ସାହିତ୍ୟିକ ସୋନ୍ଦର୍ଯ୍ୟବୋଧ” ଉପରେ ଗବେଷଣା କରୁଛନ୍ତି। ସେ ୨୦୨୦ ରୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ମଧ୍ୟ ଅଛନ୍ତି।୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲା […]

ନବ ବର୍ଷରେ ବନାନୀ କବି ସମ୍ମିଳନୀ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ନବ ବର୍ଷକୁ ଏକ ଭିନ୍ନ ଢ଼ଙ୍ଗରେ ପ୍ରାକୃତିକ ପରିବେଶ ମଧ୍ୟରେ ଭବାନୀପାଟଣା ଠାରୁ ୬ କିଲୋମିଟର ଦୂରରେ ଥିବା ଭବାନୀପୁର ଗ୍ରାମର ଆମ୍ର କୁଞ୍ଜରେ “ବନାନୀ କବି ସମ୍ମିଳନୀ” ମାଧ୍ୟମରେ ସ୍ଵାଗତ କରିଥିଲା କଳାହାଣ୍ଡି ଲେଖକ କଳା ପରିଷଦ। ବିଗତ ୩୧ ବର୍ଷ ଧରି ସ୍ବର୍ଗତ କବି ଯୁଗଳ କିଶୋର ଯୋଷୀଙ୍କ ସ୍ମୃତିରେ ଜାନୁୟାରୀ ପହିଲାରେ ପ୍ରତିବର୍ଷ ବନାନୀ କବି ସମ୍ମିଳନୀ ଆୟୋଜନ କରି ଆସୁଛି କଳାହାଣ୍ଡି ଲେଖକ କଳା ପରିଷଦ। ପରିଷଦର […]

ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ଗହଣରେ ନୂତନ ବର୍ଷ ପାଳନ କଲେ ଜିଲ୍ଲାପାଳ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ନୂଆ ଆଶା ଓ ଅଭିଳାଷ କୁ ନେଇ ସୁନେଲି ସ୍ବପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା କୁନି କୁନି ଶିଶୁ ମାନଙ୍କ ସହିତ କିଛି ମୁହୂର୍ତ୍ତ କଟେଇବା ଓ ନୂତନ ବର୍ଷ ୨୦୨୫ କୁ ସ୍ଵାଗତ ଜଣାଇବା ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଜିଲ୍ଲା ର ଅନ୍ୟ ଅଧିକାରୀ ମାନେ ଆଜି ନୂଆବର୍ଷ ର ପ୍ରଥମ ସକାଳ ରେ ଉପସ୍ଥିତ ହୋଇଥିଲେ ଭବାନୀପାଟଣା ସ୍ଥିତ ନେହେରୁ ସେବା […]

କଳାହାଣ୍ଡି ଲିଖିକା ସଂଘର ୨୪ତମ ବାର୍ଷିକ ଉତ୍ସବ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ନାରୀ ଅସୀମ ଶକ୍ତିର ଅଧିକାରିଣୀ। ସେ ଏକା ଧାରରେ ଜନନୀ ଭଗିନୀ ଏବଂ ଜାୟାର କାର୍ଯ୍ୟ ତୁଳାଇବାରେ ସକ୍ଷମ ହେବା ସହସହ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ସୂତ୍ରଧାର ଟିଏ। ଏକା ସାଙ୍ଗରେ ସେ ଘରେ ତଥା ବାହାରେ ନିଜ କର୍ମକ୍ଷେତ୍ରରେ ନିଜ ଦାୟିତ୍ଵକୁ ସୁଚାରୁ ରୂପେ ତୁଳାଇପାରିଥାଏ କିଛି ଏଭଳି ମନ୍ତବ୍ୟ ଦେଇଥିଲେ ଉପସ୍ଥିତ ଅତିଥିଗଣ। କଳାହାଣ୍ଡି ଲେଖିକା ସଂଘର ୨୪ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ବ୍ରଜବିହାର […]

ଚାଷୀଙ୍କ ସମସ୍ୟା କୁନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସଦର ନିର୍ବାଚନ ମଣ୍ଡଳୀ ବନ୍ଦ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ରାଜ୍ଯ ସରକାର ନିର୍ବାଚନ ପୁର୍ବରୁ ଧାନ କୁଇଣ୍ଟାଲ ୩୧୦୦ଟଙ୍କା ରେ ଚାଷୀଙ୍କ ଠାରୁ କ୍ରୟ କରିବା ଏବଂ କଟନୀ ଛଟନୀ ହେବ ନାହି ବୋଲି ପ୍ରତିଶ୍ରୁତି ଦେଇ ନିର୍ବାଚିତ ପ୍ରତିଶୃତି ଦେଇଥିଲେ। ହେଲେ ଏବେ ମଣ୍ଡି ଗୁଡିକ ରେ ୧୦ ରୁ ୧୨କେଜି ଧାନ କଟନୀ ଛଟନୀ କରାଯାଇ ଚାଷୀମାନ ଙ୍କୁ ହଇରାଣ କରିବା ସହ ଶୋଷଣ କରାଯାଉଛି।ପୁଣି ମଣ୍ଡି ଗୁଡିକ ର ଭିତ୍ତିଭୂମିର ଅବସ୍ଥା ଦୟନୀୟ ତେଣୁ ମଣ୍ଡି ଗୁଡିକ ର ଭିତ୍ତିଭୁମି […]

କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ସୁଶାସନ କର୍ମଶାଳା ପାଳନ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ତରୀୟ ସୁଶାସନ କର୍ମ ଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳା ମୁଖ୍ୟ ଅତିଥି ଭାବେ ପରମବ୍ରହ୍ମ ଯୋଷୀ, ଅବସରପ୍ରାପ୍ତ,ଓଡିଶା ପ୍ରଶାସନିକ ସେବା ଅଧିକାରୀ ଯୋଗଦାନ କରି ସୁଶାସନ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ବିଭିନ୍ନ ଉପାଦାନ […]

ଧର୍ମଗଡ ତହସିଲ କାର୍ଯ୍ୟାଳୟ ରେ ଡିମାର କେସନ ଆବେଦନ ମାସ ମାସ ଧରି ପଡିରହୁଛି

ନ୍ୟୁଜଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ତହସିଲ ବିଭିନ୍ନ ସମୟ ରେ ଅଭିଯୋଗ ହୋଇ ଆସୁଛି ଡିମାର କେସନ କରିବାରେ ବିଲମ୍ଵ କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ତା’ର ଏକ ଜ୍ଜଲନ୍ତ ଉଦାହରଣ ହେଉଛି ହେମନ୍ତ କୁମାର ମାଝୀ ଗତ ତା ୨୨/୨/୨୪ ଦିନ ତାଙ୍କର ଦୁଇ ଗୋଟି ପ୍ଳଟ କୁ ଡିମାର କେସନ କରିବା ପାଇଁ ଆବେଦନ କରିଥିଲେ ହେଲେ ତାଙ୍କ ପାଖକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୋୖଣସି ନୋଟିସ ଟିଏ ମଧ୍ୟ […]

ଧର୍ମଗଡ ରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜେଡି ର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ପୂର୍ବତନ ବିଧାୟକ ମୌଶୋଧି ବାଗ ମୁଖ୍ୟ ଅତୀଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ଶଙ୍କର ଜୁଏଡ଼, ପ୍ରଣବ ପ୍ରକାଶ ଭଏସାଲ,ହେମନ୍ତ ମାଝୀ,ଆଇନଜୀବୀ କଲ୍ୟାଣୀ ନାଏକ,ବିଜୁ ମହିଳା ସେଲ ର ସୁଶ୍ରୀ ହୀରା […]

ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ:(ହେମନ୍ତ କୁମାର ମାଝୀ) ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଧର୍ମଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ସମୀକ୍ଷା ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଅନୁସୂଚିତ ଜାତି, ଜନଜାତି,ଖାଦ୍ୟ ସୁରକ୍ଷା, ସହର ,ଗ୍ରାମ୍ୟ ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ,ଖଣି ସମସ୍ୟା, ଶ୍ରମିକ ସମସ୍ୟା, ଗମନା ଗମନ, ସାମାଜିକ ସୁରକ୍ଷା, ପଶୁପାଳନ, କୃଷି,ମତ୍ସ, ଜଳ ସେଚନ, […]

ମଞ୍ଚସ୍ଥ ହେଲା ନାଟକ ‘ଜାତି ନନ୍ଦିଘୋଷ’

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ ସଭାପତିତ୍ୱ କରି ନାଟକ କ୍ଷେତ୍ରରେ କଳାହାଣ୍ଡି ମାଟିକୁ ବିଶେଷ ଅବଦାନ ପାଇଁ ବରିଷ୍ଠ ନାଟ୍ୟଶିଳ୍ପୀ ବସନ୍ତ ପଣ୍ଡା, ମନୋଜ ଶର୍ମା, କାହ୍ନୁ ଚରଣ ଗଉଡ ଏବଂ ଯୁବଶିଳ୍ପୀ ଆଶୁତୋଷ ପୁରୋହିତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବର ଉଦଯାପିତ ସନ୍ଧ୍ୟାରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ […]

ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି ।

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁଶାସନ ଦିବସ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପାୟୀ ଙ୍କ ଜୟନ୍ତୀ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଅଡିଟୋରିଅମ ହଲ ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଭରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତି ଡିସେମ୍ବର ୨୫ ତାରିଖକୁ ସୁଶାସନ ଦିବସ ଭାବରେ ପାଳନ କରାଯାଉଛି ।ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ , ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ […]

ସ୍ମାରକି ଜାତୀୟ ନାଟକ ମହୋତ୍ସବ ରେ ମଞ୍ଚସ୍ଥ ହେଲା ନାଟକ “କାରାଗାରର କାହାଣୀ”

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଶାନ୍ତନୁ ବେହେରା, ଲେଖକ କଳା ପରିଷଦ ସଭାପତି ଉମେଶ ଚନ୍ଦ୍ର ପଣ୍ଡା, ଅଧ୍ୟକ୍ଷ ପ୍ରଗତି ଶିକ୍ଷାନୁଷ୍ଠାନ ଅଜୟ ପଣ୍ଡା, ବରିଷ୍ଠ ଆଇନଯିବି ହରଜିନ୍ଦର ସିଂ, ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଓଡ଼ିଆ ଅଧ୍ୟାପିକା ପଲ୍ଲିଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମର […]