Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଧର୍ମଗଡ ବିଧାନସଭା ମଣ୍ଡଳୀର ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ବିଧାୟକ ଶ୍ରୀ ପାଟଯୋଷୀ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ଧର୍ମଗଡ ନିର୍ବାଚନମଣ୍ଡଳୀ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଜଳସେଚନ, ଗମନାଗମନ ଇତ୍ୟାଦି କ୍ଷେତ୍ରରେ ଉନ୍ନତି ଓ ବିକାଶ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଯତ୍ନବାନ୍ ହୋଇ ଲୋକଙ୍କ ହିତରେ ସେବା ମନୋଭାବ ନେଇ କାମ କରିବା ପାଇଁ ବିଧାୟକ ଶ୍ରୀ ପାଟଯୋଷୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ର ସରକାର ହେଉଛନ୍ତି ଲୋକଙ୍କର ସରକାର, ଜନସାଧାରଣଙ୍କ ହିତରେ ସମସ୍ତ ସରକାରୀ ଅଧିକାରୀ କର୍ତ୍ତବ୍ୟ ନିଷ୍ଠା ଭାବରେ କାର୍ଯ୍ୟ କରିବା ପାଇଁ ମାନ୍ୟବର ବିଧାୟକ ପରାମର୍ଶ ଦେଇଥିଲେ। ବିଶେଷ କରି ବିକାଶ ମୂଳକ କାର୍ଯ୍ୟରେ ବିଭାଗୀୟ ଆଧିକାରୀ ମାନେ ବିଶେଷ ଗୁରୁତ୍ୱ ଦେବାକୁ ଶ୍ରୀ ପାଟଯୋଷୀ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଡି ଏଫ୍ ଓ, କଲାଇ ବନାନ୍,ଉପ ଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚାକମା,ଉପ ନିର୍ଦେଶକ, ଜ଼ିଲ୍ଲା ଯୋଜନା ଓ ସମନ୍ଵୟ ବିଭାଗ ଶ୍ରୀକାନ୍ତ ଦଲେଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁଚେତା ପାଣି, ମୁଖ୍ୟ ଜିଲା କୃଷି ଅଧିକାରୀ ମଳୟ କୁମାର ପରିଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ ଙ୍କ ସମେତ ସମସ୍ତ ଜ଼ିଲ୍ଲା ସ୍ଥରୀୟ ପଦାଧିକାରୀ ବ୍ଳକ ଉନ୍ନୟନ ଅଧିକାରୀ, ତହସିଲଦାର ଧର୍ମଗଡ଼, କୋକସରା, କଲମପୁର, ଜୟପାଟଣା କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍,ଏ,ସି ପ୍ରମୁଖ ଉପସ୍ଥିତ ଥିଲେ । ଶୋଷରେ ଉପନିଷକ ଜିଲ୍ଲା ଯୋଜନା ଓ ସମନ୍ବୟ ଶ୍ରୀ ଦଲେଇ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
