oplus_131072

ମଞ୍ଚସ୍ଥ ହେଲା ନାଟକ ‘ଜାତି ନନ୍ଦିଘୋଷ’

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ ସଭାପତିତ୍ୱ କରି ନାଟକ କ୍ଷେତ୍ରରେ କଳାହାଣ୍ଡି ମାଟିକୁ ବିଶେଷ ଅବଦାନ ପାଇଁ ବରିଷ୍ଠ ନାଟ୍ୟଶିଳ୍ପୀ ବସନ୍ତ ପଣ୍ଡା, ମନୋଜ ଶର୍ମା, କାହ୍ନୁ ଚରଣ ଗଉଡ ଏବଂ ଯୁବଶିଳ୍ପୀ ଆଶୁତୋଷ ପୁରୋହିତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବର ଉଦଯାପିତ ସନ୍ଧ୍ୟାରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ସତ୍ୟବ୍ରତ ରାଉତ, କବିୟିତ୍ରୀ ଅଭିନେତ୍ରୀ ମମତା ତ୍ରିପାଠୀ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଳାକାର ଶିକ୍ଷକ ପ୍ରଭାସ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅବେଳରେ ବାହୁଡି ଯାଇଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଉଦଯାପନୀ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ “ଜାତି ନନ୍ଦିଘୋଷ”। ଓଡ଼ିଶାର ଭାଷାକୁ ବଞ୍ଚେଇବା ପାଇଁ ଓଡ଼ିଆ ସଂଘର୍ଷ ଏଥିରେ ପ୍ରତିଫଳିତ ହୋଇଛି। ବାଗଦେବୀ ଲିଟରେଚର ଟ୍ରଷ୍ଟ୍ ଭୁବନେଶ୍ୱର କଳାକାରମାନଙ୍କ ଦ୍ଵାରା ପରିବେଷିତ ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ରଚନା କରିଥିବା ବେଳେ ପ୍ରବୋଧ ରଥ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମାନୁ ପଟ୍ଟନାୟକ, ସୁନୀଲ ପଟ୍ଟନାୟକ, ଦୀପାଞ୍ଜଳି ମହାନ୍ତି, ରାଜେଶ ମହାନ୍ତି, ଦେବେନ୍ଦ୍ର, ସିଦ୍ଧାନ୍ତ, ସାଇସ୍ଵରୂପ, କାଜଲ, ସୂର୍ଯ୍ୟ ଯାମିନୀ ମିଶ୍ର,କୃଷ୍ଣ ଚନ୍ଦ୍ର ମିଶ୍ର ପ୍ରମୂଖ ଅଭିନୟ କରିଥିଲେ। ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ଶକ୍ତି ପ୍ରସାଦ ମିଶ୍ର ଦେଇଥିବାବେଳେ ନୃତ୍ୟରେ ରୁବି ହାତୀ ସହାୟତା କରିଥିଲେ। ବେଶ ପୋଷାକରେ ହରି ସହାୟତା କରିଥିଲେ। ଆଲୋକ ପରିଚାଳନା କରିଥିଲେ ପି. ତ୍ରିପାଠୀ। ପୋଷାକରେ ମାମା ସହାୟତା କରିଥିଲେ। ନାଟକଟି ବେଶ୍ ହୃଦୟସ୍ପର୍ଶୀ ହେବାସହ କଳାକାରଙ୍କ ଅଭିନୟ ଶେଷଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନ ହଲରେ ଅଗଣିତ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି କଳାକାରଙ୍କୁ ଆହୁରି ଉତ୍ସାହିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ମଞ୍ଚ ଉପସ୍ଥାପକ ଶୁଭେନ୍ଦୁ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଧ୍ୟାନାନନ୍ଦ ପଣ୍ଡା, ଦେବୀ ପ୍ରସାଦ ରଥ, ବିରଞ୍ଚି ନାରାୟଣ ମୁଣ୍ଡ, ରାଜେଶ ଦାଶ, ସୌରଭ ମହାପାତ୍ର, ଆଶୁତୋଷ ପୁରୋହିତ, ଆଲୋକ କୁମାର ସାହୁ, ରାମେଶ୍ଵର ତ୍ରିପାଠୀ, ଶୁଭମ୍ ବେହେରା, ଦୀପ୍ତିମୟୀ ସିଂ, ତଥାଗତ ମିଶ୍ର, ସୌମ୍ଯ ରଂଜନ ଜେନା, ଶିବଶକ୍ତି ପୁରୋହିତ, ଦୀପକ ଶର୍ମା, ବିକାଶ ରଞ୍ଜନ ମୁଣ୍ଡ, ଅମରେନ୍ଦ୍ର ମହାନ୍ତି, ଶୁଭାଶିଷ ମହାପାତ୍ର, ଆର୍ୟା ନାୟକ, ପ୍ରିୟଙ୍କା ପଟ୍ଟନାୟକ, ଶାଲିନୀ ମହାପାତ୍ର, ସୁଶୀଲ ଆଚାର୍ଯ୍ୟ, ଅବିନାଶ ଅଗସ୍ତି, ଦୀପକ ଶର୍ମା, ଗୋପିଧର ନାୟର, ପୁଷ୍ପାଞ୍ଜଳି ଦୀପ, ଲିପ୍ସା ମହାରଣା, ପ୍ରଜ୍ଞା ପରିମିତା ନାୟକ, ଲିପ୍ସାରାଣୀ ବାରିକ ପ୍ରମୁଖ ସହଯୋଗ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts