କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବମଣ୍ଡଳ ର ଭବାନୀପାଟଣା ପଲ୍ଲୀ ନୂତନ କାର୍ଯ୍ୟ କର୍ତ୍ତା ଚୟନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କ୍ଷେତ୍ରୀୟ ପାଇକ ସମାଜ ପୂର୍ବମଣ୍ଡଳ ଭବାନୀପାଟଣା ଉପମଣ୍ଡଳ ସ୍ତରୀୟ ନୂତନ କାର୍ଯ୍ୟ କର୍ତ୍ତା ଚୟନ ବୈଠକ ଭବାନୀପାଟଣା ସ୍ଥିତ ତାରିଣୀ ମନ୍ଦିର ପଡା ଭୈରବ ପ୍ରସାଦ ନାୟକ ଙ୍କ ପେଲେସ ଠାରେ ସମାଜର ଉପକୁଳପତି ଭୈରବ ପ୍ରସାଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପମଣ୍ଡଳ ସ୍ତରୀୟ ବୈଠକରେ ପୂର୍ବତନ କୁଳପତି ଭବାନୀଶଙ୍କର ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମଣ୍ଡଳ ସଦସ୍ୟ କେଶରୀ ଦୁବେ ଭବାନୀପାଟଣା […]

ଭବାନୀପାଟଣା ଅଦମୁଣ୍ଡା ଠାରେ ମର୍ମନ୍ତ ସଡକ ଦ୍ରୁଘଟଣା ବାଇକ ଅରହି ମୃତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସଦର ଥାନା ଅନ୍ତର୍ଗତ ଅଧମୁଣ୍ଡା ବାଇପାସ ରାସ୍ତା ନିକଟରେ ଏକ ଟ୍ରକ ଚାପ ରେ ଜଣେ ଯୁବକର ମୃତ୍ୟ ଘଟିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ସ୍ଥାନୀୟ ମେଦିନୀ ପୁର ଗ୍ରାମର ପୂର୍ଣ୍ଣ ଶବର ( ୪୦)ଏକ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଗାଁ ପରିଆ ବହାଲି ଯାଉଥିବା ବେଳେ ଅଧମୁଣ୍ଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକା ହେବା ଫଳରେ ଟ୍ରକ ଚକାତଳେ ଚାପି ହୋଇ ଘଟଣା ସ୍ଥଳରେ […]

୧୨ ଜଣକୁ କାରୁଣ୍ଡଶ୍ରୀ ସମାନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା କାରୁଣ୍ଡ କଳା କେନ୍ଦ୍ର ତାହାର ରୌପ୍ୟ ଜୟନ୍ତୀ ଆସନ୍ତା ଜୁଲାଇ୧୬ତାରିଖରେ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଆୟୋଜନ କରିବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପାଇଁ ଉଲ୍ଲେଖନୀୟ କୃତ୍ରିତ୍ୟ ଆଣିଥିବା ଅବଦାନ ନିମନ୍ତେ କଳାହାଣ୍ଡି ଜିଲ୍ଲାର ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ” ରେ ସମ୍ମାନିତ କରାଯିବ। ଏଥିରେ ସଙ୍ଗୀତଜ୍ଞ ସୁଧୀର ଚନ୍ଦ୍ର ପଣ୍ଡା, ଘୁମୁରା ଗୁରୁ କୈଳାସ ଚନ୍ଦ୍ର ସିଂହ, ନାଟ୍ୟକାର ନିର୍ଦେଶକ ଅଶୋକ କୁମାର ପାତ୍ର, ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଶଶାଙ୍କ […]

ଭବାନୀପାଟଣା ଟାଉନ ଥାନା ପୋଲିସ ଶିଶୁ ଶ୍ରମିକକୁନେଇ ଆକ୍ସନ ମୋଡ଼ରେ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ସହର ର ବିଭିନ୍ନ ହୋଟେଲ, ଦୋକାନ, ଟିକା ସଂସ୍ଥା ମାନଙ୍କରେ ଶିଶୁ ଶ୍ରମିକ କାମ କରୁଥିବା ନଜରକୁ ଆସିଥିବାବେଳେ ଆଜି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଛକ ଚତୁର୍ଥ କର୍ମଚାରୀ ସଂଘ ତଳେ ଟିଫିନ ହୋଟେଲ ଦେଇଥିବା ମାଲିକ ବେଆଇନ ଭାବେ ନାବାଳକ ମାନଙ୍କୁ ନିୟୋଜିତ କରିବା ଅଭିଯୋଗ ପାଇ ଭବାନୀପାଟଣା ଟାଉନ ଥାନା ପୋଲିସ ଚଢ଼ାଉ କରି ୩ ନାବାଳକ ଙ୍କୁ ଉଦ୍ଧାର କରିବାସହ ହୋଟେଲର ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । […]

କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଆଦିବାସୀ ମାନଙ୍କ ସମସ୍ୟ କୁନେଇ ଦାବିପତ୍ର ପ୍ରଦାନ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜୟପାଟଣା ବ୍ଲକ ବିଭିନ୍ନ ଗ୍ରାମପଞ୍ଚାୟତ ର ଜଙ୍ଗଲ ଜମି ଉପରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ତାଙ୍କର ହକ ଦେବା ସହ ପଟ୍ଟା ପ୍ରଦାନ କରିବା ପାଇଁ ଜିଲ୍ଲା ଆଦିବାସୀ ସଂଘ ଜୟପାଟଣା ଗ୍ରସ୍ତ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମଙ୍ଗଳ ଅଧିକାରୀ ଓ ଜଙ୍ଗଲ ବିଭାଗ ସହ ଆଲୋଚନା କରିଛି।ବ୍ଲକରେ ଏବେ ମଧ୍ୟ ଅନେକ ଆଦିବାସୀ ମାନେ ନିଜର ହକ ପାଇ ନ ଥିବା ବେଳେ […]

କାରୁଣ୍ଡ କଳା କେନ୍ଦ୍ର ର ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ନ୍ୟୁଜଗ୍ୟାଲେରି:ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “କାରୁଣ୍ଡ କଳା କେନ୍ଦ୍ର” ଚଳିତ ଜୁଲାଇ ମାସ ୧୬ ତାରିଖ ଦିନ ସ୍ଥାନୀୟ ଟାଉନ ହଲ ଠାରେ ତାହାର ରୌପ୍ୟ ଜୟନ୍ତୀ ପାଳନ କରିବ। ଏହି ଉପଲକ୍ଷେ କାରୁଣ୍ଡ କଳା କେନ୍ଦ୍ର ର ସଭାପତି ପଦ୍ମନାଭ ରାଜୁଙ୍କ ପୌରହିତ୍ୟ ରେ ଆଜି ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦର ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ରୌପ୍ୟ ଜୟନ୍ତୀ ସମାରୋହର କାର୍ଯ୍ୟକ୍ରମ ଗୁଡିକ ଚୁଡାନ୍ତ କରାଯାଇଥିଲା। […]

ଜିଲ୍ଲା ସ୍ତରୀୟ ମିଲିତ ଅମଲା ସଂଘ ର ବୈଠକ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ବୈଠକ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ୨୦ ଦିନ ଅତିବାହିତ ହେଲା ପରେ ମଧ୍ୟ ଦାବି ପୂରଣ ଦିଗରେ ଓଡିଶା ସରକାର କୋଣସି ପଦକ୍ଷେପ ନ ନେବାରୁ ଆସନ୍ତା ୨୧ତାରିଖ ଦିନ ଠାରୁ ପୁଣି ଥରେ ଜିଲ୍ଲାରେ କାର୍ଯ୍ୟରତ ଅମଲା ସାମୁହିକ ଛୁଟି ରେ ଯିବା […]

ପ୍ରଥମ ଦିଶା କମିଟି ବୈଠକ ୨୦୨୩/୨୪ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ,ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧିର ମହାନ୍ତି,ଅତିରିକ୍ତ ଉନ୍ନୟନ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ […]

ସଙ୍ଗୀତ ସୁଦ୍ଧା ପକ୍ଷରୁ ଗୁରୁପୁର୍ଣିମା ପାଳିତ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥାନୀୟ ଓଡିଶୀ କଳାକେନ୍ଦ୍ର ପରିସରରେ ଓଡ଼ିଶାର ଅଗ୍ରଣୀ ସଙ୍ଗୀତ ଶିକ୍ଷାନୁଷ୍ଠାନ ସଙ୍ଗୀତ ସୁଧା ପକ୍ଷରୁ ଗୁରୁପୂର୍ଣିମା ପାଳିତ ହୋଇଯାଇଛି। ସଂଗୀତ ସୁଧାର ପ୍ରଧାନ ଶିକ୍ଷକ ଶଶାଙ୍କ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପ୍ରକୃତି ବନ୍ଧୁ ପ୍ରଦୀପ ସାହୁ, ସମ୍ମାନିତ ଅତିଥି ଗୁରୁ ସୁଧୀର ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ କରୁଣାକର ଦାସ, ସଙ୍ଗୀତ ସୁଧାର ଗୁରୁ ଶଚିକାନ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ […]

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ରେ ବିକାଶ ମହାବିଦ୍ୟାଳୟ ର ଦୁଇ ଛାତ୍ର ଛାତ୍ରୀ ଟପର

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ନାତକୋତ୍ତର ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ମହାବିଦ୍ୟାଳୟର ବିଦ୍ୟାର୍ଥୀ ଉଲେକ୍ଷନିୟ କୃତିତ୍ୱ ଅର୍ଜନ କରିଛନ୍ତି.ବିବିଏ, ବିସିଏ ପାସ କରିଥିବା ସମସ୍ତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।             ଚଳିତ ବର୍ଷ ବିକାଶ ମହାବିଦ୍ୟାଳଦୁଇୟର ଦୁଇ ଛାତ୍ର ଛାତ୍ରୀ ବିସିଏ ବିଭାଗରେ ଯୁଗ୍ମ ଟପର ହୋଇଛନ୍ତି ଆରୟାନ ଯୋଷୀ ଏବଂ ସିଂଧାରାଣୀ ପଟ୍ଟନାୟକ ସଫଳତା ପାଇଥିବା ବେଳେ […]

ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା: ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ।

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:- ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଜୁଲାଇ ୨୫ ତାରିଖରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକାଡେମୀ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି କ୍ରମରେ ଆଜି ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ଠାରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରବନ୍ଧ, ବକ୍ତୃତା, କବିତା ଅବୃତି ଓ ସାଧାରଣ ଜ୍ଞ୍ୟାନ ଏବଂ ଇଂରାଜୀ ରୁ ଓଡ଼ିଆ ଅନୁବାଦ କଳାହାଣ୍ଡି […]

କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ର ମଣ୍ଡଳସ୍ତରୀୟ ବୈଠକ

ଭବାନୀପାଟଣା:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା କ୍ଷେତ୍ରୀୟ ପାଇକ ସମାଜ ପୂର୍ବ ମଣ୍ଡଳର ମଣ୍ଡଳ ସ୍ତରୀୟ ବୈଠକ ଭବାନୀପାଟଣା ସ୍ଥିତ ମେରେଜ ପେଲେସ ଠାରେ ଉପକୁଳପତି ଭୈରବ ପ୍ରସାଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ମଣ୍ଡଳ ସ୍ତରୀୟ ବୈଠକରେ ପୂର୍ବତନ କୁଳପତି ଭବାନୀଶଙ୍କର ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କୁଳାଧକ୍ଷ ଚନ୍ଦ୍ର ପେସନୀଆ ଓ ମୁଖ୍ୟ ବକ୍ତା ଭାବେ ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ ଘଡେଇ ଉପସ୍ଥିତ […]

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା, କୋକସରା ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିର ରେ ଧର୍ମଗଡ଼ ଉପ ଜିଲ୍ଲାପାଳ, ବେଦ ଭୂଷଣ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୬୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ […]

ଆନ୍ତର୍ଜାତୀୟ ନିଶା ବ୍ୟବହାର ଓ ଅବୈଧ ଚାଲାଣ ନିସିଦ୍ଧ ଦିବସ ପାଳନ

କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା, ଜିଲ୍ଲାସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜତୀୟ ନିଶା ବ୍ୟବହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଚେତନ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହାକୁ ଅତିରିକ୍ତ ଜଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାକୁ ଜିଲ୍ଲା ଅବକାରୀ ଅଧିକ୍ଷକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉପଖଣ୍ଡ […]

ନିଆରେ ପୋଡି ଶ୍ରମିକ ମୃତ୍ୟୁ ଘଟଣା କ୍ଷତିପୁରାଣ ପାଇଁ ଶ୍ରମବିଭାଗ ର ମକଦ୍ଦମା

କଳାହାଣ୍ଡି :(ନ୍ୟୁଜଗ୍ୟାଲେରି) ହାଇଦ୍ରାବାଦ ନିକଟସ୍ଥ ସୁରିଜୀ ଚନ୍ଦ୍ରୟଂମ ବ୍ରିଗ୍ସ ଇଟାଭାଟିରେ ଦାଦନ ଶ୍ରମିକ ଦାଦନ ଶ୍ରମିକ ସତ୍ୟ ସୁନାଙ୍କ ଜଳନ୍ତା ଗରମ ପାଉଁଶ ପଡି ମୃତ୍ୟୁ ବରଣ କରିବା ଘଟଣାରେ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଇଟା ଭାଟି ମାଲିକ ବିରୁଦ୍ଧରେ ମକ୍କଦମା ରୁଜୁ ହେବା ସହ ଶ୍ରମ ଆଇନ ଅନୁଯାଇ ମୃତକ ସତ୍ୟସୁନାଙ୍କ ପରିବାରକୁ ଅଧିକ କ୍ଷତିପୂରଣ ରାଶି ଦେବାପାଇଁ ଶ୍ରମ କ୍ଷତିପୁରଣ ଆଇନ ର ଧାରା ୧୦(କ )ଅନୁଯାଇ ନୋଟିସ ଜାରି ହୋଇଥିବା ଜାତୀୟ […]

ଲାଞ୍ଚୁଆ ଅବସର ପ୍ରାପ୍ତ ଆରଆଇ କୁ ଆଢେଇ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା

କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଲାଞ୍ଚୁଆ ଅବସର ପ୍ରାପ୍ତ ଆରଆଇ କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଶ୍ରୀକାନ୍ତ ମିଶ୍ର ଏକ ଲାଞ୍ଚ ମାମଲା ର ଚୂଡ଼ାନ୍ତ ରାୟ ପ୍ରକାଶ କରି ଲାଞ୍ଚୁଆ ଅବସର ପ୍ରାପ୍ତ ଆରଆଇ ଈଶ୍ୱରୀ ପ୍ରସାଦ ପୁରୋହିତ କୁ ଅଢେ଼ଇ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଡଣ୍ଡାଦେଶ କରିଛନ୍ତି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ସାଢ଼େ ୩ ମାସ କାରାଦଣ୍ଡ ଆଦେଶ କରିଛନ୍ତି। ଅଭିଯୁକ୍ତ ଆରଆଇ ଈଶ୍ୱରୀ ପ୍ରସାଦ ପୁରୋହିତ […]

ରାଜ୍ୟ ଯୁବ ବିଜେଡି ଉପସଭାପତିଙ୍କ ଜନସମ୍ପର୍କ ଯାତ୍ରା

କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଶ୍ରୀପୁର ପଞ୍ଚାୟତର କନକପୁର ଠାରେ ସ୍ଥାନୀୟ ଜନସଧାରଣ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ସହ ସ୍ଥାନୀୟ ସମସ୍ୟା ସମ୍ପର୍କରେ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ ବିଜେଡ଼ି ସଂଗଠନ କିଭଳି ଆହୁରି ମଜଭୂତ ହୋଇପାରିବ ସେ ସମ୍ପର୍କରେ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ମାନ୍ୟବର […]

କଳାହାଣ୍ଡି ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

କଳାହାଣ୍ଡି:(ନ୍ୟୁଜ୍ ଗ୍ୟାଲେରି) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଜିଲ୍ଲା ପହଞ୍ଚିବା ପରେ ଭବାନୀପାଟଣା , ଥୁଆମୂଳ ରାମପୁର , ମୁଖିଗୁଡା , ଧର୍ମଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ର ତଦାରଖ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାରେ ବିଶେଷତଃ ଶିଳ୍ପ,କୃଷି ଭିତ୍ତିକ ଶିଳ୍ପର ସ୍ଥାପନ ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଊପରେ କିଭଳି ଆଖି ଦୃଶିଆ ଅଗ୍ରସର ହୋଇପାରିବ ତା ଉପରେ କୃଷି, […]

କଳାହାଣ୍ଡି ମାଟିରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କଳାହାଣ୍ଡି ଜିଲ୍ଲା ପହଁଚିବା ପରେ ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ଦର୍ଶନ କରିବାପରେ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ‘ମହା ଜନସମ୍ପର୍କ ଅଭିଯାନ’ରେ ସାମିଲ ହୋଇଥିଲେ । ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସଭାରେ ଉପସ୍ଥିତ ବିଶାଳ ଜନସମୁଦାୟକୁ ସମ୍ବୋଧିତ କରି ସେ ମୋଦୀ ସରକାରଙ୍କ ୯ ବର୍ଷର ସଫଳତାର […]

ଆନ୍ତର୍ଜାତିୟ ଯୋଗ ଦିବସ ରେ ଧର୍ମଗଡ଼ ସ୍ବଧାର ଗୃହ ପରିସରରେ ମିଳିତ ଯୋଗା ଅଭ୍ୟାସ

କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଧର୍ମଗଡ ସ୍ଥିତ ଭାରତୀୟ ଆଦିମ ଜାତି ସେବା ସଂଘ ପରିଚାଳିତ ସ୍ଵଧାର ଗୃହ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗାଭ୍ୟାସକରାଯାଇଥିଲା। ସ୍ଵଧାର ଗୃହରେ ରହୁଥିବା ୩୫ ଜଣ ଅନ୍ତେବାସୀ ମିଳିତ ଭାବେ ଯୋଗାଭ୍ୟାସ କରିଥଲେ। ଧର୍ମଗଡ ସ୍ଵଧାର ଗୃହର ପରିଚାଳିକା ନିବେଦିତା ପ୍ରଧାନ, ସଦସ୍ୟା ଗୀତା ପଟ୍ଟନାୟକ, ସହାୟକ କର୍ମଚାରୀ ସରସ୍ଵତୀ ନାଏକ, ସୁଭାଷନି ରାଉତ, ରୋଜାଲିନ ନାଏକ, ଖଦୀ ଭଣ୍ଡାର ପରିଚାଳକ ଦେବରାଜ ମହାନନ୍ଦ ଉକ୍ତ ଯୋଗାଭ୍ୟାସ ରେ ଯୋଗଦେଇ ଅନ୍ତେବାସୀ ମାନଙ୍କ ସହ […]

ଯୁବକକୁ ବଣୁଆ ଦନ୍ତା ହାତୀ ଟାଣିନେଇ ଦଳିଦେଲା

କଳାହାଣ୍ଡି: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପେଚାମୁଣ୍ଡି ଗ୍ରାମରେ ଘରେ ଶୋଇଥିବା ବେଳେ ପବିତ୍ର ନାଏକ ନାମକ ଜଣେ ବିବାହିତ ଯୁବକକୁ ବଣୁଆ ଦନ୍ତା ହାତୀ ଟାଣିନେଇ ଦଳି ମାରି ଘରପାଖ ପଡ଼ିଆରେ ପକେଇ ଦେଇଥବା ଜଣାଯାଇଛି। ଘଟଣାରୁ ଜଣାଯାଏ ରାତି ପ୍ରାୟ ୩ଟା ବେଳେ ଘର ସମ୍ମୁଖରେ ଥିବା ଏକ ପଣସ ଗଛରୁ ପଣସ ଖାଉଥିବା ବେଳେ ପବିତ୍ର ଉଠିପଡ଼ି ଲାଇଟ ପକେଇ ଦେବାରୁ ବଣୁଆ ହାତୀଟି ତାକୁ ଟାଣିନେଇ ମାରିଦେଇଥିଲା । ଗ୍ରାମବାସୀଙ୍କ ଠାରୁ […]

ଲଖନପୁରରେ ମୁହାଁମୁହିଁ ହେଲେ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌, ୨ ଡ୍ରାଇଭରଙ୍କ ସମେତ ୧୦ ଆହତ

କଳାହାଣ୍ଡି:ଝାରସୁଗୁଡ଼ା, ଛତିଶଗଡ଼ରୁ ରାୟଗଡ଼ ଠାରୁ ଝାରସୁଗୁଡ଼ାକୁ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ ସହିତ ଟ୍ରକ୍‌ ମୁହାଁମୁହିଁ ହୋଇଛି। ଏହି ଦୁର୍ଘଟଣାରେ ଉଭୟ ଗାଡ଼ିର ଚାଳକଙ୍କ ସମେତ ୧୦ ଜଣ ବସ୍‌ଯାତ୍ରୀ ଆହତ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ବସ୍‌ (ରାଧାରାଣୀ)ଟି ରାୟଗଡ଼ ଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ବିପରୀତ […]

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ବୈଠକ

କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଏଡ଼ଏଟ ଏକ୍ସନ ଓ ୟୁନିସେଫ ଦ୍ୱାରା ବ୍ଲକ ସମ୍ମିଳନୀ କକ୍ଷରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳରେ ଶିଶୁଶ୍ରମିକ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । କିଶୋର କିଶୋରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି ଓ ଆଶା କର୍ମୀ ତଥା ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା ବ୍ଲକ କାର୍ଯ୍ୟଳୟ ରୁ ଚିକିତ୍ସାଳୟ ଛକ ପଯନ୍ତ ରେଲି ଆୟୋଜିତ ହୋଇଥିଲା। ଧର୍ମଗଡ଼ […]

ଓଡ଼ିଶା ସାହିତ୍ୟ ଏକାଡେମୀ ର ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

କଳାହାଣ୍ଡି:ନ୍ୟୁଜଗ୍ୟାଲେରି, ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଧର୍ମଗଡ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ ଆଲୋଚକମାନେ ଆହ୍ବାନ ଦେଇଛନ୍ତି।ଓଡିଶା ସାହିତ୍ୟ ଏକାଡେମୀ ଆୟୋଜିତ  ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର “ଓଡିଆ ଉପନ୍ୟାସରେ ଆଦିବାସୀଙ୍କ ନିଚ୍ଛକ ଚିତ୍ର” ଶିର୍ଷକ ଆଲୋଚନା ଚକ୍ରକୁ ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୁଷଣ ଉଦଘାଟନ କରିଥିଲେ। ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ଗବେଷକ ପରମେଶ୍ବର ମୁଣ୍ଡ ଓ […]

ମୁଖ୍ୟ ଶାସନ ସଚିବ ଙ୍କୁ ଏନଏଚଆର୍ସିଙ୍କ ନୋଟିସ

କଳାହାଣ୍ଡି:ନ୍ୟୁଜଗ୍ୟାଲେରି,ଭବାନୀପାଟଣା ସିର୍ଲିଗୁଡ଼ା ଗାଁ ର ୧୬ବର୍ଷ ବୟସ୍କ ନାବାଳିକା ପଦ୍ମିନୀ ମେହେର ଅଗଷ୍ଟ ୨୦୨୨ରେ ଅଳ୍ପ ଉଚ୍ଚତା ରେ ଝୁଲୁଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଏହି ଘଟଣା ସମ୍ବନ୍ଧ ରେ ମାନବ ଅଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବ ଅଧିକାର କମିଶନ ଙ୍କ ନିକଟରେ ଅଭିଯୋଗ ଦାଖଲ କରି କ୍ଷତିପୂରଣ ଅର୍ଥ ଦେବା ପାଇଁ ଦାବି କରିବା ସହିତ ଦୋଷୀ ଅଧିକାରୀ ମାନଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ […]

କଳାହାଣ୍ଡି ଅବକାରୀ ବିଭାଗ ପକ୍ଷରୁ ୧୨୫କେଜି ଗଞ୍ଜାଇ ସହ ୩ ଗିରଫ

କଳାହାଣ୍ଡି:ନ୍ୟୁଜ୍ ଗ୍ୟାଲେରି, କଳାହାଣ୍ଡି ଅବକାରୀ ବିଭଗ ମଦନପୁର ରାମପୁର ଓ ନର୍ଲା ଅଞ୍ଚଳରେ ଚଢ଼ାଉ କରି ଏକ ବଡ ସଫଳତାପାଇଛି। ଭବାନୀପାଟଣା ସଦର ଅବକାରୀ ମୋବଇଲ ୟୁନିଟ, ନର୍ଲା ଓ ମଦନପୁର ରାମପୁର ଅବକାରୀ ଅଧିକାରୀଙ୍କ ମିଳିତ ଚେକିଂ ବେଳେ ମଦନପୁର ରାମପୁର ଥାନା ପାଜିବାହାଲି ଛକ ଓ ନର୍ଲା ଥାନା ଅନ୍ତର୍ଗତ ସିର୍ଜା ପାଲି ଛକନିକଟରୁ ଗୋଟିଏ ଇନୋଭା ଓ ଗୋଟିଏ ହିରୋ ହଣ୍ଡା ମୋଟର ସାଇକେଲ ରୁ ୧୨୫ କେଜି ୩୭୫ ଗ୍ରାମ ଗଞ୍ଜାଇଜବତ […]

ଶିଶୁ ଶ୍ରମିକ ସଚେତନତା ରଥ ଶୁଭ ଆରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି:ଭବାନୀପାଟଣା, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ପକ୍ଷରୁ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସଚେତନତା ରଥ ଜିଲ୍ଲା ର ବିଭିନ୍ନ ବ୍ଲକ , ଏନ୍ ଏ ସି ଅଂଚଳ ପରିକ୍ରମା କରି ଶିଶୁ ଶ୍ରମିକ ନିରାକରଣ ଓ ଶିଶୁ ତଥା କିଶୋର ମାନଙ୍କୁ ବିଭିନ୍ନ କର୍ମସଂସ୍ଥାନ ରେ ନିୟୋଜନ ନିଷେଧ ଉପରେ ସଚେତନତା ସୃଷ୍ଟି […]

ବାଲେଶ୍ୱର ଜିଲ୍ଲା ବାହାନଗା ଠରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ମୃତ୍ୟୁକ ଙ୍କୁ ଭବାନୀପାଟଣା ସହର ଯାଦବ ସମିତି ର ଦୀପଦାନ

କଳାହାଣ୍ଡି:ଭବାନିପାଟଣା,ସହର ଯାଦବ ସମିତି ତରଫରୁ ବାଲେଶ୍ବର ଜିଲ୍ଲାର ବାହାନଗା ଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ମୃତ୍ୟୁ ବରଣ କରି ଥିବା ଅମର ଆତ୍ମା ର ସଦଗତି ନିମନ୍ତେ ମା ମାନିକେଶ୍ୱରୀ ନନ୍ଦିର ଠାରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଦୁର୍ଘଟଣା ରେ ଆହାତ ଲୋକମାନଙ୍କର ଶିଘ୍ର ଆରୋଗ୍ୟ କାମନା କରିବା ପାଇଁ ମାଁ ମାଣିକେଶ୍ଵରୀ ଙ୍କ ପାଖରେ ସମୂହ ଦୀପଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଭବାନିପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ସହର […]

ମନରେଗା କାର୍ଯ୍ୟକୁ ମସିନରେ କରାଯାଇଥିବା ଗ୍ରାମବାସୀଙ୍କ ଅଭିଯୋଗ

କଳାହାଣ୍ଡି:ଭବାନୀପାଟଣା,ସଦର ବ୍ଲକ ଅନ୍ତର୍ଗତ ଦୁଆରସୁଣୀ ପଞ୍ଚାୟତ ର ମୂଷିଗୁଡା ଆଦର୍ଶ ବିଦ୍ୟାଳୟ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବାଣୀପଡ଼ା ମଶାଣୀ ପର୍ଯ୍ୟନ୍ତ ରାସ୍ତା କାମରେ ବ୍ୟାପକ ଘୋଟଲା ସାଙ୍ଗକୁ ମନରେଗା କାମକୁ ମେସିନରେ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ମତେ୧୦୨୨-୨୩ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା ବ୍ୟୟାମଂଜୁର ରେ ଭବାନୀପାଟଣା ପଞ୍ଚାୟତ ସମିତି ପକ୍ଷରୁ ଏହି କାର୍ଯ୍ୟା କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ କାମକୁ ବିଭାଗର ଯନ୍ତ୍ରୀ ନକରି […]

କାଉଡୋଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଉଦ୍ଧଘାଟିତ

କଳାହାଣ୍ଡି :କୋକସରା, କାଉଡୋଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ଶୁଭ ଉଦ୍ଘାଟନ ହୋଇଯାଇଛି । ଶୁଭ ଉଦ୍ଧଘାଟନୀ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଧର୍ମଗତ ବିଧାୟକ ମୈ।ଷଧି ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ସଭାପତି ଗିରିଶ ଚନ୍ଦ୍ର ବେହେରା , କୋକସରା ତହସିଲଦାର ଦେବବ୍ରତ କରାଟି,କେନ୍ଦ୍ର ସମବାୟ ବ୍ୟାଙ୍କ କୋକସରା ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ , ଜିଲ୍ଲା ଆତ୍ମା ଅଧ୍ୟକ୍ଷ […]