ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଙ୍କ ବିୟୋଗ ରେ ଶୋକ ସଭା

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଙ୍କ ବିୟୋଗ ରେ ଆଜି କଳାହାଣ୍ଡି ଲେଖକ କଳା ପରିଷଦ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭା ରେ ଓଡ଼ିଶା ର ବିଶିଷ୍ଟ ସାହିତ୍ୟିକ ତଥା କଳାହାଣ୍ଡି ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟାପକ ଟିକାୟତ ରାଏ ଯୋଗଦାନ କରି ସ୍ୱର୍ଗୀୟ ମହାପାତ୍ର ଙ୍କ ସ୍ମୃତି ଚାରଣ କରିଥିଲେ।ଉକ୍ତ ସଭା ରେ ପରିଷଦ ର ସଭାପତି ଉମେଶ ଚନ୍ଦ୍ର ପଣ୍ଡା, ତପନ ରଥ, ଡ.ଦାଶରଥି ଆଚାର୍ଯ୍ୟ, ଭବନାଥ ରାୟଗୁରୁ, […]

କଳାହାଣ୍ଡି ଜିଲ୍ଲା ସୁଧାର ଗୃହ ରେ ନାବାଳକ ଙ୍କ ଆତ୍ମହତ୍ୟା

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବାଳ ସୁଧାର ଗୃହ ରେ  ଜଣେ ନାବାଳକ ଙ୍କ ଆତ୍ମହତ୍ୟା କରିଥିବା ସୂଚନାମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତ ଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ଅପରାଧୀ ଜଣକ ନବରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କୁକୁଡ଼ାବାଇ ଗ୍ରାମର। ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ  ଗତ ୧୨ ଅଗଷ୍ଟ ୨୦୨୩ ରେ ଭବାନୀପାଟଣାର ବାଲ ଅପରାଧୀ ସୁଧାରଗୃହକୁ ଅଣାଯାଇଥିଲା। ନାବାଳକ ଜଣକ ୧୬ […]

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡିଜିଟାଲ ଏକ୍ସରେ ଖରାପ ପେସେଣ୍ଟ ହନ୍ତସନ୍ତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡିଜିଟାଲ ଏକ୍ସରେ ମେସିନ ଗତ ୫ ଦିନ ହେଲା ଖରାପ ହୋଇଯାଇଥିବାରୁ ଅସ୍ତିଶଲ୍ୟ ଚିକିତ୍ସା ପାଇଁ ଏହି ଡାକ୍ତରଖାନାକୁ ଆସୁଥିବା ରୋଗୀ ରଞ୍ଜନରଶ୍ମି ଦ୍ୱାରା ଏକ୍ସରେ କରାଇନପାରି ଘୋରାଇ କ୍ଲିନିକରେ କରି ଅଯଥା ଖର୍ଚ୍ଚାନ୍ତ ଅଭିଯୋଗ ହେଉଛି। ଏକ୍ସରେ ବିଭାଗ ରେ ୨ ଜଣ ସ୍ଥାୟୀ କର୍ମଚାରୀ ଓ ୨ ଜଣ ଅସ୍ଥାୟୀ କର୍ମଚାରୀ ଷ୍ଟାଫ ଥିବାବେଳେ ଦୈନିକ ପ୍ରାୟ ୧୦୦ ପାଖାପାଖି ଏକ୍ସରେ ହୋଇଥାଏ ।ଏବେ ଡିଜିଟାଲ […]

ମାଇନିଙ୍ଗ ଓ ଆରେଷ୍ଟ କୁନେଇ ପ୍ରତିବାଦ ସଭା ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ପର୍ବତକୁ ନେଇ କିଛି ବହୁରାଷ୍ଟ୍ରୀୟ କମ୍ପlନୀ ଜିଲ୍ଲାରେଥିବା ଖଣି ଖୋଳିବାକୁ ନେଇ କଳାହାଣ୍ଡି ଜନ ଜାଗରଣ ମଞ୍ଚ ପକ୍ଷରୁ ଭବାନୀପାଟଣା ଗାନ୍ଧୀଛକରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ସୁରେଶ ମାଝି ଙ୍କ ଅଧ୍ୟକ୍ଷ୍ୟା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିପିଆଇ ର ଦାମୋଦର ବେହେରା, ସଂଗ୍ରାମୀ ଲିଙ୍ଗରାଜ ଆଜାଦ, ସିଦ୍ଧାର୍ଥ ନାୟକ, ପୂର୍ଣ୍ଣ ନାୟକ, ସୁରେଶ ରାଓ, ସନ୍ତୋଷ ମୁଣ୍ଡ, ମହମ୍ମଦ ସାଜିଦ, ତୀର୍ଥ ସୁନାନୀ, ସଞ୍ଜୟ […]

କଳାହାଣ୍ଡି ଜିଲ୍ଲା ପାଚିକାମଯଦୁରସଂଘ ର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତୀୟ ମଜଦୁର ସଂଘ ସଲଂଘ୍ନ ପାଚିକା ସହାୟିକା ମଜଦୁର ସଂଘ ପକ୍ଷରୁ ୬ ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଓ ନୂଆପଡା ପ୍ରଭାରୀ ବିରଞ୍ଚିନାରାୟଣ ପଣ୍ଡାଙ୍କ ନେତୃତ୍ୱ ରେ ଭବାନୀପାଟଣା ପାଚିକା ସହାୟିକା ମଜଦୁର ସଙ୍ଘର ସଭାନେତ୍ରୀ ପଙ୍କଜିନୀ ସ୍ୱାଇଁ, କବିତା ମାଝି, ବିମଳା ଗୌଡ଼, ତାପସ୍ପିନୀ ମହାରଣା, ବିଶ୍ଵରଞ୍ଜନ ସା, ସୁରେନ୍ଦ୍ରମୋହନ କର, ନଳିନି ଛାତ୍ରିଆ, […]

କଳାହାଣ୍ଡି ଜିଲ୍ଲା ବିକାଶ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠା ରେ ଅବତରଣ କୁନେଇ ଦେଶଭକ୍ତିମୂଳକ ସ୍ୱଭାଯାତ୍ରା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମହାକାଶ ରେଇତିହାସ ରଚିଲା ଭାରତର ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରି ଅକଳ୍ପନୀୟ ଗୌରବ ଆଣିଦେଇଛି । ଏହି ମୁହୂର୍ତ୍ତ ସମଗ୍ର ଭାରତବର୍ଷ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଏହି ସ୍ଵର୍ଣ୍ଣିମ ଇତିହାସ ରଚନାରେ ଭାଗୀଦାର ହୋଇ ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟି ଚ୍ୟୁସନ୍ ତରଫରୁ ସହରରେ ଏକ ରେଲୀକରି ଗାନ୍ଧୀ ଛକ ଠାରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଦେଶଭକ୍ତି ମୂଳକ ନୃତ୍ୟ ଓ ଚନ୍ଦ୍ରୟାନ୍ -୩ […]

କଳାହାଣ୍ଡି ଜିଲ୍ଲା ରେ ଡାହାଣୀ ପ୍ରଥାକୁ ନା କହିବା ସଂପର୍କିତ ସଚେତନତା କର୍ମଶାଳା ବୈଠକ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡାହାଣୀ ପ୍ରଥାକୁ ନା କହିବା ସଂପର୍କିତ ସଚେତନତା କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କର୍ମଶାଳା ରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗ ଦେଇ ଗ୍ରାମାଞ୍ଚଳରେ ଏହି ଡାହାଣୀ ପ୍ରଥାକୁ ବିରୋଧ କରିବା ତଥା ସମୂଲେ ନାଶ କରିବା ପାଇଁ ବିଶେଷତ ଯୁବଗୋଷ୍ଠୀଙ୍କ ଭୂମିକା ଓ ବ୍ୟାପକ ପ୍ରଚାର ସଚେତନତାକୁ ଗୁରୁତ୍ଵ ଦେଲେ ଏହାର ବିଲୋପ ହେବ ବୋଲି କହିଥିଲେ। ସଚେତନତା କର୍ମଶାଳା […]

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଧାରଣା ପଞ୍ଚମ ଦିନରେ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି ହେଲେ ପ୍ରଶାସନ କର୍ଣ୍ଣପାତ  କରୁଥିବା ରୁ ଆସନ୍ତା ୨୩ତାରିଖ ରାଜ୍ୟ ର ପ୍ରତେକ ପଞ୍ଚାୟତ ନିର୍ବାହି ଅଧିକାରୀ ଭୁବନେଶ୍ୱର ଯାଇ ଏକ ରେଲି ବାହାରି ବିଧାନସଭା ସମ୍ମୁଖରେ ରେ ଗଣ ଧାରଣା ବିକ୍ଷୋଭ ପ୍ରଦର୍ଶନ […]

କଳାହାଣ୍ଡି ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ ର ପ୍ରସ୍ତୁତି ବୈଠକ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ଥାନୀୟ ସାର୍କିଟ ହାଡସ ଠାରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗକୁ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଥିବାରୁ କଳାହାଣ୍ଡି ବ୍ୟାଡମିଣ୍ଟନ ଚାମ୍ପିଅନସିପ ପାଇଁ ସଂଘ ସଭାପତି ପ୍ରଦୀପ ଦାସ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକ ରେ ଚଳିତ ମାସ ୨୭ ରୁ ୨୯ ରେ ହେବାକୁ ଥିବା ଜିଲ୍ଲା ଚାମ୍ପିଅନସିପ ଓ ଆସନ୍ତା ଅକ୍ଟୋବର ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ବିଷୟ ରେ […]

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଭାରତୀୟ ଜନତା ପାର୍ଟି ର ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି, ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମତଦାତା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ଯୋଗଦେଇ ଭାରତୀୟ ଜନତା ପାର୍ଟି ର ମତଦାତା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ବିଷୟରେ ଯୋଜନା ପ୍ରସ୍ତୁତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପ୍ରଭାରୀ ରମେଶ ସାହୁ, ଉପସଭାପତି ଅଜୟ ପାଣିଗ୍ରାହୀ, ଲଷ୍ମୀକାନ୍ତ ବାଗ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, […]

ପଞ୍ଚାୟତ ନିର୍ବାହି ଅଧିକାରୀ ଙ୍କ ଗଣ ଧାରଣା ଦୁୟ ଦିନରେ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେଧାରଣା ଆଜି ଦୁଇ ଦିନରେ ପହଞ୍ଚିଛି ହେଲେ ପ୍ରଶାସନ କର୍ଣ୍ଣପାତ କରୁଥିବା ରୁ ସମବାର ଠାରୁ ଆହୁରି ତୀବ୍ରତର କରିବେ ବୋଲି ସଂଘ ସଭାପତି କୃଷ୍ଣଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି। ଦାବି ମଧ୍ୟରେ ପଞ୍ଚାୟତ ନିର୍ବାହି ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା […]

ସାପ କାମୁଡ଼ାରେ ଯୁବକ ମୃତ୍ୟୁ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି ଜୁନାଗଡ଼: କେଗାଁ ଥାନା ଅନ୍ତର୍ଗତ କେଗାଁ ପୋଲିସ ପଡାରେ ସର୍ପ ଘାତରେ ଜଣେ ଯୁବକର ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ କେଗାଁର ପଦ୍ମଲୋଚନ ଆଡ଼ଜୁଏଡ଼ ଙ୍କ ପୁଅ ଅଜୟ ଆଡ଼ଜୁଏଡ଼ ୨୫ବର୍ଷ ବୋଲି ଜଣାପଡିଛି । ସେ ନିଜ ଘରେ ଶୋଇଥିବା ସମୟରେ କଲେର ସାପଟି କାମୁଡି ଦେଇଥିଲା । ସାପ କାମୁଡି ଦେଇଥିବା ଜାଣିପାରି ବିଛଣାରୁ ଉଠି ସାପଟିକୁ ନିଜେ ମାରିଦେଇ ପରେ ପରିବାର ଲୋକଙ୍କୁ ଜଣାଇଥିଲା । ଧୀରେ ଧୀରେ […]

କଳାହାଣ୍ଡି ଜିଲ୍ଲା ଗସ୍ତରେ କୃଷି ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଙ୍କ ବୈଠକ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗସ୍ତରେ କୃଷି ଓ କୃଷକ ସଶକ୍ତିକରଣ,ମତ୍ସ୍ୟ ତଥା ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବକ କ୍ଷେତ୍ର ପରିଦର୍ଶନ କରି କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଜୁନାଗଡ ବ୍ଲକ ସିନାକୁଟି ଗ୍ରାମର ଚାଷୀ ମନ୍ମଥ ଗଜାନନ ସାହୁ ଙ୍କ ସମନ୍ଵିତ ଚାଷ ପ୍ରଣାଳୀ ଯୋଜନାରେ ଅନ୍ତର୍ଭୁକ୍ତ ଫାର୍ମ କୁ ପରିଦର୍ଶନ ,ଦେଦର ଗ୍ରାମ ପଞ୍ଚାୟତ ର ୪୦ ହେକ୍ଟର […]

ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ଟାଉନ୍ ହଲ୍ ଠାରେ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲ ଓ କଲେଜ ସ୍ତର ପ୍ରବନ୍ଧ,ବକ୍ତୃତା, ଚିତ୍ରାଙ୍କନ, ସଙ୍ଗୀତ ପ୍ରତିଯୋଗିତାରେ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ କାର୍ଯ୍ୟକ୍ରମରେ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦର୍ ୱାନ୍ ଏବଂ ତ୍ରିଲୋଚନ ପାତ୍ର,ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା,ଉପ ଜିଲ୍ଲାପାଳ,ଡ ବିଶ୍ୱଜିତ୍ ଦାସ ପୁରସ୍କାର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ […]

ରାଜ୍ୟ ସ୍ତରୀୟ ଚେସ ପ୍ରତିଯୋଗିତା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା : ରାଜ୍ୟ ସ୍ତରୀୟ ଚେସ ସଂଘ ତରଫରୁ କଳାହାଣ୍ଡି ଜିଲ୍ଲା ଚେସ ସଂଘ ଓ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ତତ୍ତ୍ବାବଧାନ ରେ ଆଜି ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ 15 ବର୍ଷ ରୁ ନିମ୍ନ ବୟସ ଖେଳାଳୀ ମାନଙ୍କ ମଧ୍ୟରେ ଚେସ ପ୍ରତିଯୋଗିତା ଆରମ୍ଭ ହୋଇଅଛି । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇ ଚେସ ପ୍ରତିଯୋଗିତାକୁ ଉଦ୍ଧଘାଟନ କରିଥିଲେ। ଏହି ସଭାରେ ସମ୍ମାନିତ ଅତିଥି […]

ସିଆରପିଏଫ ୬୪ ବାଟାଲିୟନ କଳାହାଣ୍ଡି ପକ୍ଷରୁ ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି , ଜିଲ୍ଲା ପ୍ରଶାସନ ଏଵଂ ୬୪ ବାଟାଲିୟନ ସିଆରପିଏଫ ମିଳିତ ଆନୁକୁଲ୍ୟରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଏହି କାର୍ଯ୍ୟକ୍ରମ ରେ ବୃ୍କ୍ଷରୋପଣ, ପଞ୍ଚ ପ୍ରାଣ ଶପଥ ଗ୍ରହଣ, ମାଟି କୋ ନମନ୍ ବିରୋ କା ବନ୍ଦନ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, […]

ଆମ ଆଦିମୀ ପାର୍ଟି ର ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଲା ବୃଦ୍ଧ, ବୃଦ୍ଧା ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା ଆମ ଆଦମୀ ପାର୍ଟି କୃତିବାସ ମୁଣ୍ଡ ଙ୍କ ଅଧ୍ୟକ୍ଷାତାରେ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବା ସହିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅସହାୟ ବୃଦ୍ଧା ବୃଦ୍ଧି, ବିଧବା ଓ ଭିନ୍ନକ୍ଷମ ମାନେ ନାଇଁନଥିବା ଅସୁବିଧାରେ ଚଳୁଥିବା ବେଳେ ମାସିକ ଭତ୍ତା ଟଙ୍କା ବୃଦ୍ଧି ସାଙ୍ଗକୁ ଠିକ ସମୟରେ ଭତ୍ତା ଟଙ୍କା ପ୍ରଦାନ ପାଇଁ […]

କଳାହାଣ୍ଡି ଜିଲ୍ଲା ଡାକ ବିଭାଗର ହର ଘର ତିରଙ୍ଗା ଘର ଘର ତିରଙ୍ଗା କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଡାକବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ମୁଖ୍ୟ ଡାକଘର ଅଧିକ୍ଷକ ସୁଶାନ୍ତକୁମାର ପାଣିଗ୍ରାହୀ,ଉପ ଅଧିକ୍ଷକ ବିଜୟକୁମାର ପଟ୍ଟନାୟକ, ମୁଖ୍ୟ ଡାକଘର ପୋଷ୍ଟମାଷ୍ଟର ଦିଲ୍ଲୀପକୁମାର ମିଶ୍ରଙ୍କ ସମେତ ପୋଷ୍ଟ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ହାତରେ ତ୍ରିରଙ୍ଗା ଧରି ମାଣିକେଶ୍ବରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଘରଘର ତ୍ରିରଙ୍ଗାର ବାର୍ତ୍ତା ଦେଇଥିଲେ ।

ମୋ ସ୍କୁଲ ଅଭିଯାନର ଅନୁଚିନ୍ତନ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମୋ’ ସ୍କୁଲ ଅଭିଯାନ ପକ୍ଷରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ବିଦ୍ୟାଳୟ ସ୍ତରୀୟ ଅନୁଚିନ୍ତନ କାର୍ଯ୍ୟକ୍ରମ ଏବଂ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ର ଉପାଧ୍ଯକ୍ଷ ଆଶିଷ କୁମାର ପଣ୍ଡା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ବରିଷ୍ଟ ଶିକ୍ଷୟିତୀ ଲକ୍ଷ୍ମୀବଗର୍ତ୍ତି ସଂଯୁକ୍ତା ଦାଶ ମୋ ସ୍କୁଲ ଏକ “ଆଦର୍ଶ […]

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବଙ୍କ ସହ ବୈଠକ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତିତ୍ୟରେ ଭବାନୀପାଟଣା ସ୍ଥିତ ସୁରମାୟା ହୋଟେଲ ଠାରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଅବଦୁଲ ମୋହସିନ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ବେଣୁପାଣି ଦୁର୍ଗା, ସମ୍ପାଦିକା ମନ୍ଦାକିନୀ ବାଣୁଆ , ବରିଷ୍ଠ ଯୁବନେତା ତ୍ରିଲୋଚନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ କଳାହାଣ୍ଡି ଯୁବ କଂଗ୍ରେସ କୁ କିପରି […]

କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରଥମ ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରଥମ ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଶଲ୍ୟ ବିଶେଷଜ୍ଞ ଡ଼ଃ. ସୁନୀଲ କୁମାର କର ଏହି ଅସ୍ତ୍ରୋପଚାର କରିଛନ୍ତି। ଗତବର୍ଷ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ରାଜ୍ୟ ରୁ ପ୍ରଫେସର ଆସି ଭବାନୀପାଟଣା ମୁଖ୍ୟ ଚିକିତ୍ସା ରେ ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର କରିଥିଲେ। ବର୍ତ୍ତମାନ ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଜସ୍ଵ ଡାକ୍ତରଙ୍କ ଦ୍ଵାରା ଜଣେ ମହିଳା ରୋଗୀଙ୍କ ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର […]

ଧର୍ମଗଡ଼ ବ୍ଲକ ଠାରେ ଜିଲ୍ଲା ପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି:-ଧର୍ମଗଡ ବ୍ଲକ ପାଞ୍ଚୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣି ରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦର୍ୱାନ୍,ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷି,ବି ଡି ଓ ଶରତ ସେଠୀ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୧୨୧ଜଣ […]

ଭବାନୀପାଟଣା ପୌରପାଳିକା୧୯ନମ୍ବର ର ୱାର୍ଡ ମଦନ ମୋହନ ଗଳି ରାସ୍ତା ନିର୍ମାଣ ଦାବି

ନ୍ୟୁଜଗ୍ୟାଲେରି, ଭବାନୀପାଟଣା:- ଭବାନୀପାଟଣା ପୌରପାଳିକା ୧୯ନମ୍ବର ୱାର୍ଡ ର ମଦନମୋହନ ମନ୍ଦିର ପାଖ ଦୁର୍ଗା ମିଶ୍ର ଙ୍କ ଗଳି ରାସ୍ତା ବହୁତ କାଦୁଅ ପାଣିରେ ଥିବାରୁ ସେହି ଗଳି ରେ ରହୁଥିବା ଲୋକମାନେ ହଇରାଣ ହେଉଥିବା ବେଳେ ସମାଜ ସେବୀ ରୋହିତ ଦୁର୍ଗା ଲୋକଙ୍କ ସମସ୍ୟ ଶୁଣି ଗଳି କୁ ପରିଦର୍ଶନ କରି ସ୍ଥାନୀୟ ୧୯ ନମ୍ବର ୱାର୍ଡ କାଉନସିଲର ପ୍ରଶାନ୍ତ କୁମାର ଠାକୁର ଙ୍କୁ ଭେଟି ରାସ୍ତା ଓ ନାଳୀ ର ସମସ୍ୟ ଜଣାଇଥିଲେ। ଦୁର୍ଗା […]

କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ବୈଠକ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସ୍ଥିତ ମେଦିନିପୁର ଭୈରବ ମନ୍ଦିର ପେକ୍ଷାଲୟ ଠାରେ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ର ଜରୁରୀ କାଳୀନ ମଣ୍ଡଳ ସ୍ତିରୀୟ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମୁଖ୍ୟ ଅତିଥି ଜିଲ୍ଲା କୁଳାଧକ୍ଷ ଚନ୍ଦ୍ରଦଜ ପେସିନିଆ,ପୂର୍ବ ମଣ୍ଡଳ ପୂର୍ବତନ କୁଳପତି ଭବାନୀ ଶଙ୍କର ବାଣୁଆ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପଞ୍ଚମ ମଣ୍ଡଳ କୁଳପତି ରଜନୀକାନ୍ତ ବିଶି ଉପସ୍ଥିତ […]

ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଙ୍କୁ ବିଡ଼ିଓ ଙ୍କ ଅଶାଳୀନ ଦୁର୍ଭୟାବର, ଆନ୍ଦୋଳନ ପାଇଁ ସଂଘର ଚେତାବନୀ, ସାମ୍ବାଦିକ ସମ୍ମିଲଣି ରେ ଦେଲେ ଚେତାବନୀ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନିପାଟଣା ଏକ ଘରୋଇ ହେଟେଲ ଠାରେ ପୂର୍ବତନ ବିରୋଧି ଦଳ ନେତା ତଥା ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ ୨୭ ମାସ ପରେ ଆସି ବ୍ଲକର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ସମୟରେ ମୋର ବିନା ଜ୍ଞ୍ୟାତରେ କାର୍ଯ୍ୟ ଖସଡା ପ୍ରସ୍ତୁତି କରି ଅନୁମୋଦନ ପାଇଁ ପଠାଇ ଦେଉଛନ୍ତି ବୋଲି ସଦର ବିଡିଓ ପ୍ରୀତା କୁମାର ଙ୍କୁ ଭବାନିପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଳ ସାହୁ ପ୍ରଶ୍ନ ପଚାରିଥିବାରୁ ହଠାତ୍ ରାଗିଯାଇ ମୁ […]

ବାଇକ ଦୁର୍ଘଟଣା ରେ ବୃଦ୍ଧା ମୃତ କ୍ଷତିପୂରଣ ଦାବି ରାସ୍ତା ରୋକ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି : ଗୋଳମୁଣ୍ଡା ବ୍ଲକ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧା ମୃତ । ମୃତକ ଜଣକ ହେଉଛନ୍ତି ସାନଚେରଗାଁ ଗ୍ରାମର ମଦନା ମଝି (୬୫) । ସେ କୌଣସି କାମରେ କେଗାଁ ଆସୁଥିବା ବେଳେ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସାନଚେରଗାଁ ଦେଶୀମଦଭାଟି ର କର୍ମଚାରୀ ଉକ୍ତ ବୃଦ୍ଧାଙ୍କୁ ଧକ୍କା ଦେଇ କିଛି ବାଟ ବାଇକରେ ଘୋଷାଡୀହେବା ଫଳରେ ବୃଦ୍ଧାଙ୍କ ମୁଣ୍ଡ ହାତ […]

କଳାହାଣ୍ଡି ର ରେଳ ସମସ୍ୟାନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ସୁନୀତି ମୁଣ୍ଡ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଉପେକ୍ଷିତ ହେବା ଯୋଗୁଁ ଶିଳ୍ପ କ୍ଷେତ୍ରରେ ଅବହେଳିତ ହୋଇଛି । ଏଥି ପାଇଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ସୃଷ୍ଟି ହେଉଥିବା ନେଇ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଡକ୍ଟର ସୁନୀତି ମୁଣ୍ଡ୍ ଦିଲ୍ଲୀ ଠାରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇବା ସହିତ ଲିଖିତ ଭାବେ ଜଣାଇଛନ୍ତି ।କଳାହାଣ୍ଡି ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଞ୍ଚିତ ରହିଛନ୍ତି […]

ଭବାନୀପାଟଣା ଜଳ ଯୋଗାଣ ବିଭାଗ ଅତିରିକ୍ତ ଯନ୍ତ୍ରୀ ଙ୍କ ଘରେ ପୋଲା ପୋଲା ଟଙ୍କା ଭିଜିଲାନ୍ସ ବିଭାଗ କଲାଜବତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଭବାନୀପାଟଣାର ସହକାରୀ ଜଳ ଯୋଗାଣ ବିଭାଗ ଜିପିଏଚ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ କାର୍ଯ୍ୟାଳୟ ଓ ଜଳେଶ୍ବର ମନ୍ଦିର ପଡା ସ୍ଥିତ ବାସଭବନ ଓ ନର୍ଲା ଥାନା ଅନ୍ତର୍ଗତ ବଲବସପୁର ଠାରେ ଥିବା ପୈତୃକ ଘରେ ଏକା ସାଙ୍ଗରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଚଢ଼ାଉରେ ସହକାରୀ ଯନ୍ତ୍ରୀ ଙ୍କ ପ୍ରାୟ ୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି […]

ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନ୍ୟୁଜଗ୍ୟାଲେରି,ଭବାନିପାଟଣା:- ଆସନ୍ତା ୭୭ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ କୁମାର ଗୁରୁ, ସି.ଡ଼ି.ଏମ୍.ଓ. ଡ଼ଃ. ଜି ସି ରାଉତ ଙ୍କ ସମେତ ଆମନ୍ତ୍ରିତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଗଣମାଧ୍ୟମ ପ୍ରତନିଧି […]

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିର୍ବାଚିତ ହେଲେ ସାହେବ

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଜିଲ୍ଲା ଯୁବ କଂଗ୍ରେସ ନିର୍ବାଚନ ରେ କଳାହାଣ୍ଡି ଜିଲ୍ଲା ଯୁବ ନେତା ମହମ୍ମଦ ଅବ୍ଦୁଲ ମୋହସିନ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି।ସେ ଛାତ୍ର ରାଜନୀତି ରୁ ନିଜର ପରିଚୟ ସୃଷ୍ଟି କରି ତିନି ଥର ନିର୍ବାଚିତ ହୋଇ ଦୁଇଥର ମନୋନୀତ ହୋଇ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ନିଜର କାର୍ଯ୍ୟ ସୁଚାରୁପରେ କାର୍ଯ୍ୟକରିଥିଲେ । ପରେ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଦାୟିତ୍ୱରେ ମଧ୍ୟ କାର୍ଯ୍ୟ କରିଥିଲେ । ଦୀର୍ଘ ଦସବର୍ଷ ରୁ […]