ଭବାନୀପାଟଣା ପୌରପାଳିକା ଅଧୀନରେ ହଉଥିବା ଉନ୍ନତି ମୂଳକକାର୍ଯ୍ୟ ଗୁଡିକ ର ୧୮.୦୪.୨୦୨୪ତାରିଖ ରେ୧୫୮ଟି କାର୍ଯ୍ୟ ନିମନ୍ତେ ପ୍ରାୟ ୯କୋଟିରୁ ଅଧିକ ଟଙ୍କାରଟେଣ୍ଡର ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ଏହାର ଅନ୍ତିମ ତାରିଖ ଗତ୩ /୫/୨୩ ଥିଲ।ତେବେ୪ତାରିଖ ଦିନ ଟେଣ୍ଡର ଖୋଲିବାରଥିଲା ।କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ପୌରପାଳିକା ନିର୍ବାଚିତ ହୋଇଥିବା ସଭ୍ୟ ସଭ୍ୟା ଙ୍କ ଆପସିବୁଝାମଣା ରେ ବାଣ୍ଟିନିଆଯାଇଥିବା ଅଭିଯୋଗ ହୋଇଛି।ତେବେ ଏହି ଟେଣ୍ଡର ବିଜ୍ଞତି ବିଷୟରେ ଅନେକ ଟିକାଦାର ଅବଗତ ନଥିବାବେଳେ କାର୍ତ୍ତିପକ୍ଷ କିଭଳିଭାବେ […]
କଳାହାଣ୍ଡି ର ସାଂସ୍କୃତିକ ପରିଚୟ ହେଉଛି କଳାହାଣ୍ଡି ର ମୌଳିକ ଲୋକ ନୃତ୍ୟ ବୀରବାଦ୍ୟ ‘ଘୁମୁରା’। ଏହା ଏକ ଯୁଦ୍ଧ ବାଦ୍ୟ ଓ ଏଥିରେ କେବଳ ପୁରୁଷ କଳାକାର ମାନେ ଯୋଦ୍ଧା ବେଶ ପୋଷକ ରେ ଦଳଗତ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। କଳାହାଣ୍ଡି ର ଘୁମୁରା ର ଉତ୍ପତ୍ତି ଓ ଚରିତ୍ର ସମ୍ପର୍କରେ ଅନେକ ପୁରାଣ ରେ ଉଲ୍ଲେଖ ରହିଛି ଓ ଅନେକ କିମ୍ବଦନ୍ତୀ ରହିଛି। କଳାହାଣ୍ଡି ର ମୌଳିକ ବୀରବାଦ୍ୟ ଘୁମୁରା ନୃତ୍ୟ ୧୯୮୨ ରେ […]
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଜେ.ଏମ୍.ଏଫ୍.ସି କୋର୍ଟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଥୁଆମୂଳ ରାମପୁର ବାର୍ ଏସୋସିଏସନ୍ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋର୍ଟ ର ବିଚାରପତି ସୋମେଶ ସୌମ୍ୟଜିତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଥୁଆମୂଳରାମପୁର ବାର୍ ଏସୋସିଏସନ୍ ର ସଭାପତି ଆଇନଜୀବୀ ସୁଶୀଲ କୁମାର ରାଉତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାର୍ ଏସୋସିଏସନ୍ ର ସମ୍ପାଦକ ଆଇନଜୀବୀ […]
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମେଲକୁନ୍ଦେଲ ରାସ୍ତା ଉପରେ କାଳବୈଶାଖୀ ତାଣ୍ଡବ ଅଦିନିଆ ବର୍ଷାରେ ରାସ୍ତା ଉପରେ ଧସୁଛି ମାଟି ଅତଡା।ବର୍ତ୍ତମାନ ଯଦି ଏଭଳି ସ୍ଥିତି ତାହା ହେଲେ ଆଗକୁ ବର୍ଷା ଋତୁ ଏଭଳି ମାଟି ଅତଡା ଧସିଲେ ଗମନାଗମନରେ ବାଧା ଉପୁଜିବାର ଆଶଙ୍କା ରହିଛି।ଗମନାଗମନର ସୁବ୍ୟବସ୍ଥା ପାଇଁ ସ୍ବାଧିନତାର ସାତ ଦଶନ୍ଧି ଲାଗିଥିଲା ଏଥିପାଇଁ ଅଞ୍ଚଳବାସୀଙ୍କୁ ନେତାଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ପାଖରେ ବର୍ଷ ବର୍ଷ ଧରି ଗୁହାରି କରିବାକୁ ପଡିଥିଲା। […]
