ମନ୍ତ୍ରୀ ବିଭୁତି ଭୂଷଣ ଜେନା ଙ୍କ ଧର୍ମଗଡ ଗସ୍ତ।

ନ୍ୟୁଜ ଗ୍ୟାଲେରି, ଧର୍ମଗଡ: ଓଡିଶା ସରକାର ଙ୍କ ସଢକ,ପରିବହନ ,ଖଣି ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅଚାନକ ଧର୍ମଗଡ ଗସ୍ତ କରିଛନ୍ତି।ଧର୍ମଗଡ ସହର ର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି।ସହର ମଧ୍ୟରେ ଥିବା ମାଁ ଇଷ୍ଟ ଦେବୀ ଭଣ୍ଡାରଘରଣୀ ମନ୍ଦିର ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।ଏଥିସହ ମନ୍ଦିର ର ଭିତ୍ତିଭୂମି ଓ ଆବଶ୍ୟକ ଥିବା ଅନେକ ଉନ୍ନୟନ କାମ ଉପରେ ସାଧାରଣ ଭାବେ […]

ଧର୍ମଗଡ଼ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଧର୍ମଗଡ଼ ରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ । ଧର୍ମଗଡ଼ ସହରରେ ନିର୍ମାଣ ହୋଇଛି ଏହି ଇନଡୋର ଷ୍ଟାଡିୟମ । ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଦିନ ହେବ ଅନେକ ଗୁଡିଏ ସମସ୍ୟା ଉପୁଜୁଛି । ବିଶେଷ କରି ବର୍ଷା ହେଲେ ଛାତ ରୁ ପାଣି ଝରିବା ଓ ଵହୁ ଦିନ ରୁ ଟାଉନ ହଳ ଠାରେ ଚାଳିଥିବା ଜିମ ପାଇଁ ସ୍ଥାନାନ୍ତରିତ […]

ଧର୍ମଗଡ଼ ବ୍ଲକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି,କଳାହାଣ୍ଡି: ଧର୍ମଗଡ଼ ବ୍ଲକ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ୧୦ମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ଲକ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ଭାଗ ନେଇଥିଲେ । ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡ଼ିଓ ସଦାଶିବ ନାୟକ , ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ସାଂସଦ […]

ରେଡକ୍ରସ୍ ଜିଲ୍ଲା ଶାଖା ତରଫରୁ ରେଡକ୍ରସ୍ ଦିବସ ପାଳିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଜିଲ୍ଲାପାଳ କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ବ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ରେଡକ୍ରସ୍ ପତାକା ଉତ୍ତୋଳନ କରିବା ସହ ରେଡକ୍ରସ୍ ର ଶପଥ ପାଠ କରାଇଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଅତିରିକକ୍ତ ଜିଲ୍ଲାପାଳ ବୈତୁରା ଦୀପ , ତନ୍ମୟ କୁମାର ଦରଓ୍ବାନ, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ଼ା.ମୀନତି ଦାସ ଅତିରିକ୍ତ ଜିଲ୍ଲା […]

୨ ଶିକାରୀ ଗିରଫ, ବନ୍ଧୁକ ସହ ୨ ସମ୍ଵର ଶିଙ୍ଗ ଜବତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଏଆଇ କ୍ୟାମେରା ଆଧାରରେ ବନ ବିଭାଗ ପକ୍ଷରୁ ଚଢଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ୨ ଟି ସମ୍ବର ଶିଙ୍ଗ ଜବତ କରାଯାଇଛି। ପ୍ରକାଶ ଯେ, ଗତ ଏପ୍ରିଲ ୩୦ ତାରିଖ ଦିନ ଶଗଡ଼ା ପଞ୍ଚାୟତ ଉପର ରାଚୁଗୁଡ଼ା ଗ୍ରାମର ମଧୁ ମାଝୀ(୨୫) ଓ ନୀଳ ମାଝୀ(୩୯) ବନ୍ଧୁକ ନେଇ କର୍ଲାପାଟ ଅଭୟାରଣ୍ୟ ଯୁଗସାଇପାଟଣା ସେକ୍ସନକୁ ଶିକାର କରିବାକୁ […]

ଏବିଭିପି ପକ୍ଷରୁ ଅପରେସନ ସିନ୍ଦୁର କୁ ସ୍ୱାଗତ।

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କାଶ୍ମୀର ର ପହଲମ୍ ରେ ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ ରେ ନିହତ ହୋଇଥିବା ସାଧାରଣ ନିରୀହ 26 ଜଣ ପର୍ଯ୍ୟଟକ ଙ୍କୁ ନେଇ ସାରା ଭାରତ ରେ ପ୍ରତିଶୋଧ ର ନିଆ ଜଳୁଥିବା ବେଳେ ଭାରତ ସରକାର ଙ୍କ ଦ୍ଵାରା ବିହିତ ପଦକ୍ଷେପ ଅପରେସନ ସିନ୍ଦୂର ରକୁ କିଛି ମାତ୍ର ରେ ପ୍ରଶମିତ କରିଛି ।ଭାରତ ସରକାର ଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଅନୁସାରେ ଭାରତୀୟ ସେନାରେ ପାକିସ୍ତାନ ଅନାର୍ଗତ ୪ ଗୋଟି ଆତଙ୍କବାଦୀ […]

ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଛାତ୍ର ଛାତ୍ରୀ ମାନଙ୍କ ଅଭୂତପୂର୍ବ ପ୍ରଥମ କୃତିତ୍ୱ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଚଳିତ ଶିକ୍ଷାବର୍ଷ ୨୦୨୪/୨୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଥିବା ବେଳେ ଚଳିତ ଶିକ୍ଷାବର୍ଷ ରେ ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଛାତ୍ର ଛାତ୍ରୀ ମାନଙ୍କ ଅଭୂତପୂର୍ବ ପ୍ରଥମ କୃତିତ୍ୱ, ମୋଟ ୩୬ ଜଣ ଶିଶୁଙ୍କ ମଧ୍ୟରୁ ଏ୨-୭ ଜଣ, ବି୧-୧୮, ବି୨-୧୧ ଜଣ ପାଇ ଶତପ୍ରତିଶତ କୃତିତ୍ୱ ହାସଲ କରିଛନ୍ତି। ବିଦ୍ୟାଳୟ ର ସମ୍ପାଦକ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁ ଙ୍କ ଚେଷ୍ଟା ଓ ସଂକୁଳ […]

ମାଲ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:ଭାବ ବିହ୍ଵଳ ପରିବେଶ ମଧ୍ୟରେ ସମସ୍ତ୍ ଙ୍କ ଆଖିରେ ଲୁହ ପ୍ରିୟ ଗୁରୁମା ଙ୍କ ବିଦାୟ ସତେ ଯେମିତି ଛାତ୍ର ଛାତ୍ରୀ, ଗ୍ରାମବାସୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବ୍ୟଥିତ କରିଛି। ସେ କେବଳ ଶିକ୍ଷୟିତ୍ରୀ ନଥିଲେ ଉପଦେଷ୍ଟା ପ୍ରେରଣା ଦାୟକ ତଥା ମାର୍ଗ ଦର୍ଶକ ଭାବେ ଗାଁର ଛାତ୍ର ଛାତ୍ରୀ ଙ୍କୁ ଦିଗ୍ ଦର୍ଶନ ଦେଉଥିଲେ ।ସେଭଳି ଗୁରୁମା ବିଦୁଲତା ଦାଶ ଅବସର ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଲ […]

ଓଡ଼ିଆ ପକ୍ଷ ପାଳନ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ରେ ଆସ ବହିଟିଏ କିଣିବା ଦିବସ ପାଳିତ।

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଉପ କୁଳସଚିବ ଡ. ଜୟଦେବ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ପ୍ରୋଗ୍ରାମ ଅଫିସର ଅଂଶୁମାନ ବାବୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଓଡିଆ ପକ୍ଷ […]

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ରେ ନୂତନ ଶ୍ରେଣୀ ଗୃହ ଉଦ୍ଧଘାଟନ ହୋଇଯାଇଛି

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଠାରେ ନୂତନ ଶ୍ରେଣୀ ଗୃହ ଉଦ୍ଧଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ସୁଜିତ କୁମାର ଉପସ୍ଥିତ ରହି କରକମଳରେ ଶୁଭ ଉଦ୍ଧଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଦକ୍ଷିଣ ସମ୍ଭାଗ ସଭାପତି ରୁପ ସିଂ ରାଉତ,ବିଦ୍ୟାଳୟ ର ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ ଏବଂ ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା, ଉପସଭାପତି ସଂଗ୍ରାମ ପ୍ରଧାନ, ଯୁଗ୍ମ ସମ୍ପାଦକ ଗିରିଜା ଶଙ୍କର […]

ଓଡ଼ିଆ ପକ୍ଷ ପାଳନ ଅବସରରେ ଦେବାଳୟ ଓ ଐତିହ୍ଯ ସ୍ଥଳୀ ଗୁଡିକର ସ୍ଵଚ୍ଛତା ଅଭିଯାନ।

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଏହି ଓଡ଼ିଆ ପକ୍ଷ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜିଲ୍ଲା ର ସମସ୍ତ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ନେତୃତ୍ଵରେ ଭବାନୀ ପାଟଣା ସ୍ଥିତ ମଦନମୋହନ ମନ୍ଦିର ର ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତନ୍ମୟ କୁମାର ଦରୱାନ,ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ନିର୍ବାହୀ ଅଧିକାରୀ […]

କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପକ୍ଷରୁ ଶ୍ରୀ ରାମ ନବମୀ ଉତ୍ସବ ପାଳିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ପକ୍ଷରୁ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ଗୃହ ଠାରେ ଶ୍ରୀ ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ପବିତ୍ର ରାମନବମୀ ଅବସରରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଏବଂ ତାଙ୍କରି ଧର୍ମପତ୍ନୀ ମହାରାଣୀ ଋତୁଜା କୁମାରୀ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ର ଉରନ୍ନତି ଓ ମଙ୍ଗଳ କମାନକରିଥିଲେ।          […]

ଓଡ଼ିଆ ପକ୍ଷ ପାଳନ ଅବସରରେ “ଓଡ଼ିଆରେ ନାମଫଳକ ଅଭିଯାନ- ସଚେତନତା ପଦଯାତ୍ରା”

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହଠାରେ ଅନୁଷ୍ଠିତ ଏକ ବୈଠକରେ ଓଡ଼ିଆ ଙ୍କ ପାରମ୍ପରିକ ବେଶ ପୋଷାକ ପରିଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ପହିଲାରୁ ଓଡିଶା ଦିବସ ପାଳନ କରାଯାଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ, ବିଭିନ୍ନ ବିଭାଗର ମିଳିତ ଆନୁକୁଲ୍ୟରେ ଓଡିଶା ପକ୍ଷ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ପରିପ୍ରେକ୍ଷୀରେ ଏପ୍ରିଲ ଦୁଇ ତାରିଖରେ […]

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଶିଶୁ ବାଟିକା ଓ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ତରୀୟ“ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ – ୨୦୨୫” ଆୟୋଜିତ ହୋଇଯାଇଛି। ଭବାନୀପାଟଣା ସହର ସ୍ଥିତ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ଵରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଭବାନୀପାଟଣା […]

ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ।

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରେ ପ୍ରଭାତ ଫେରି ଅନୁଷ୍ଠିତ ହେବାପରେ ପୌରପାଳିକା କାର୍ଯ୍ୟାଳୟ ନିକଟରେ ଅବସ୍ଥାପିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମୁଖ୍ୟ ଅତିଥି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ପୌରପାଳିକା ଅଧ୍ୟକ୍ଷ ବିଷ୍ନୁଚନ୍ଦ୍ର ପ୍ରଧାନ,ନିର୍ବାହୀ ଅଧିକାରୀ ପୌରପାଳିକା ଚିନ୍ମୟ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ […]

ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଆରକ୍ଷୀ ଅଧ୍ୟକ୍ଷକ ନାଗରାଜ ଦେବରକୋଣ୍ଡା ଯୋଗ ଦେଇ ପୋଲିସ ଅଭିବାଦନ ଗ୍ରହଣ କରିଥିଲେ ଓ ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ।ପରେ ଜିଲ୍ଲାର ସର୍ବ ଶ୍ରେଷ୍ଠ ଇନ୍ସପେକ୍ଟର, ସର୍ବଶ୍ରେଷ୍ଠ ଏଏସଆଇ, ସର୍ବଶ୍ରେଷ୍ଠ ହାବିଲଦାର, ସର୍ବଶ୍ରେଷ୍ଠ ଓଆର୍ ହାବିଲଦାର, ସର୍ବଶ୍ରେଷ୍ଠ ଏପିଆର୍ କନଷ୍ଟେବଲ୍, ଶ୍ରେଷ୍ଠ ଟ୍ରାଫିକ କନଷ୍ଟେବଳ ଙ୍କୁ ଆଜିର […]

ଖଇରମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ନ୍ୟୁଜଗ୍ୟାଲେରି,ଭବାନିପାଟଣା: ଭବାନୀପାଟଣା ବ୍ଲକ ମାଟିଆ କ୍ଲଷ୍ଟର ର ଖଇରମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଲୋକନାଥ ହେରନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲେକ୍ଜାଣ୍ଡାର ଫିଲିପ ବାର୍ଷିକ ବିବରଣୀ ରେ ପଠନ କରିଥିଲେ। ସହ ଶକ୍ଷିକ ଓ ଅନ୍ଯ ସମସ୍ତ ଦିଗ ରେ କିପରି ଛାତ୍ର ଛାତ୍ରୀଙ୍କ ବିକାଶ ହୋଇ ପାରିବ ସେ ସମ୍ପର୍କ ରେ କହିଥିଲେ। ମୁଖ୍ୟ ଅତିଥି […]

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରଛନ୍ତି

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ନିକଟିଘୁଡ଼ା ଶ୍ରୀକୃଷ୍ଣ ନଗର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୨୩ କୋଟି ୬୬ ଟଙ୍କାର ୬୦୦ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ୩୯୩ କୋଟି ୮୫ ଲକ୍ଷ ଟଙ୍କାର ୧୩୦୦ଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି। ୭୦ ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି।ଆଜି […]

ଗମପେନୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:ଲାଞ୍ଜିଗଡ ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗମପେନୁ ଠାରେ ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନୀୟ ଅତିଥି ଲାଞ୍ଜିଗଡ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ଗୁଣ୍ଡରୀ ଗ୍ରା.ପ. ସରପଞ୍ଚ ହରିପ୍ରିୟା ମାଝୀ, ସମିତି ସଭ୍ୟ ପଦ୍ମିନୀ ପୁଝାରୀ, ଭଟାଙ୍ଗପଦର ସିଆରସିସି ମନୋଜ କୁମାର ସାହୁ, […]

କଳାହାଣ୍ଡିରୁ ଶୁଭାରମ୍ଭ ହେବ ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷିତ ନୃତନ “ଅନ୍ତୋଦୟ ଗୃହ ଯୋଜନା”

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଆସନ୍ତା ୩୦ ତାରିଖରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାବନିପଟଣା କୃଷ୍ଣାନଗର ପଡିଆ ଠାରେ ଏକ ବିଶାଳ ଜନସମାବେଶରେ ଅନ୍ତୋଦୟ ଗୃହ ଯୋଜନା ର ଶୁଭାରମ୍ଭ କରିବା ପାଇଁ ଜିଲ୍ଲାକୁ ଆସୁଛନ୍ତି। ରାଜ୍ୟରେ ଭାରତୀୟ ଜନତା ପାର୍ଟୀ ର ସରକାର ଆସିବା ପରେ ବହୁ ଜନହିତକର ଓ ଲୋକାଭିମୁଖୀ କାର୍ଜକ୍ରମ ଗ୍ରହଣ କରୁଛନ୍ତି । ନିର୍ବାଚନ ସମୟରେ କଥା ଦେଇଥିବା ଅନେକ ପ୍ରତିଶୃତି କୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବରେ […]

ଫଣ୍ଡାମେଣ୍ଟାଲସ୍‍ ଅଫ ଏଣ୍ଟରପ୍ରିନର୍‍ସିପ୍‍ ଆଣ୍ଡ୍‍ ଇ-କମର୍ସ ପୁସ୍ତକ ଉନ୍ମୋଚିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଉଦ୍ୟମରେ ବିଜନେସ୍‍ ଆଣ୍ଡ ପ୍ରଫେସ୍‍ନାଲ୍‍ ଲିଡରସିପ୍‍ ସମ୍ପର୍କିତ ଏକ ଦୁଇ ଦିନିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କୁଳପତି ଡକ୍ଟର ନିବେଦିତା ନାଥ ସଭାପତିତ୍ୱ କରିଥିବାବେଳେ କୁଳସଚିବ ପିତାମ୍ବର ଭୋଇ ସମ୍ମାନିତ ଅତିଥି ରୁପେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥିରୁପେ ଜିଲ୍ଲା ଯୁବ ଅଧିକାରୀ, ଏନ୍‍ୱାଇକେସ୍‍, କଳାହାଣ୍ଡି ପ୍ରସନ୍ନ ମେହେର, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଉମାଶଙ୍କର କର ପ୍ରମୁଖ ଏହି ଜାତୀୟ […]

ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍‍ଯାପିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଓ ଏନ୍‍ ଏସ୍‍ ଏସ୍‍ ପ୍ରଭାଗ,ମା ମାଣୀକେଶ୍ୱରୀ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍‍ଯାପିତ ହୋଇଯାଇଛି । ଏହି ଉଦ୍‍ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ନିବେଦିତା ନାଥ ଅଧ୍ୟକ୍ଷତା କରି ସମସ୍ତ ପ୍ରତିଯୋଗୀଙ୍କୁ ଭୁୟଂସୀ ପ୍ରଶଂସା କରିବା ସହିତ ୧୫୦ ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୧୦ ଜଣ ପ୍ରତିଯୋଗୀ ଚୟନ ପ୍ରକ୍ରିୟାରେ […]

ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ବୈଠକ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ପ୍ରସ୍ତାବିତ ଜୁନାଗଡ-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବାକ୍ଷରଥିବା ଏକ ଚିଠିର କପି ପଦାକୁ ଆସିବା ନେଇ ଧର୍ମଗଡରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଧର୍ମଗଡରେ ରେଳଷ୍ଟେସନ ହେଉନାହିଁ ଏହା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଏନେଇ ଧର୍ମଗଡ କ୍ରିୟାନୁଷ୍ଠାନ କମିଟିର ଆବାହକ ଆଇନଜୀବି ତୁଷାର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଆଜି ହୋଟେଲ ରୟାଲ ପେଲେସ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଧର୍ମଗଡ […]

ରାଜନେତା ଦୁର୍ଗା ଶଙ୍କର କର ଙ୍କ ପରଲୋକ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ବିଇଡି କଲେଜ,କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ଗାନ୍ଧିଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠାର ପ୍ରମୁଖ ଉଦ୍ୟୋକ୍ତା ତଥା ବିଶିଷ୍ଟ ରାଜନେତା ଦୁର୍ଗା ଶଙ୍କର କରଙ୍କ ଭବାନୀପାଟଣା ମନ୍ଦାର ବଗିଚା ପଡ଼ା ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତ, ଦୁଇ ପୁତ୍ରବଧୂ, ଦୁଇ ଝିଅ ଜ୍ୟୋଇଁ ଓ ନାତି ନାତୁଣୀ ଉପସ୍ଥିତ […]

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ଭବାନୀପାଟଣା ଠାରେ ବାର୍ଷିକ ଉତ୍ସବ – ୨୦୨୫ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ – ୨୦୨୫ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗରୁଡଧ୍ଵଜ ବାରିକ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ସନ୍ଧ୍ୟା ଡିଗ୍ରୀ ମହାବିଦ୍ୟାଳୟ ପରମେଶ୍ଵର ମୁଣ୍ଡ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା ଏବଂ ଛାତ୍ରୀମାନେ […]

ଅର୍ଥନୀତି ବିଭାଗର ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଏକ ଦିବସୀୟ ଜାତୀୟ “ବିକଶିତ ଭାରତ-୨୦୪୭: ଅନ୍ତର୍ଭୁକ୍ତ ଓ ନିରନ୍ତର ବିକାଶ ପଥରେ ଓଡ଼ିଶା” ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଅଧ୍ଯକ୍ଷତା କରି ବିକଶିତ ଭାରତର ଭବିଷ୍ୟତ ସଂପର୍କରେ ନିଜର ଅଭିମତ ପ୍ରକାଶ କରିଥିଲେ । ଅର୍ଥନୀତି ବିଭାଗର ମୁଖ୍ଯ ଡକ୍ଟର ଚିତ୍ରସେନ ଭୁଏ ଆଲୋଚନାଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ଯ […]

ମୋହନଗିରି ମ.ରାମପୁର ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ତରଫରୁ ଚଢାଉ

ନ୍ୟୁଜ ଗ୍ୟାଲେରି, ମୋହନଗିରି:କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସିଂହପୁର ପଞ୍ଚାୟତ ସିର୍କି ହେଜୁ ଗ୍ରାମର ଅଜିତ୍ ସୀକା ଗତ ବୁଧବାର ୧୨ ତାରିଖ ଦିନ ମ.ରାମପୁର ବସଷ୍ଟାଣ୍ଡ ନିକଟରେ ୬୮ କେଜି ଗଞ୍ଜେଇ ସହିତ ଗିରଫ ହୋଇଛି।ସୂଚନା ଅନୁଯାୟୀ କାମରେଙ୍ଗ, ମୋହନଗିରି ପଟୁ ମ.ରାମପୁର ଆଡ଼କୁ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ମହେନ୍ଦ୍ରା ଲୋଗନ୍ କାର ଗାଡ଼ି ନ OR 19 L 5588 କୁ ଜବତ […]

ବଡଘୁମେର ପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ନ୍ୟୁଜଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ):ଧର୍ମଗଡ ବ୍ଲକ ବଡଘୁମେର ଠାରେ ବହୁ ପ୍ରତିକ୍ଷିତ ନୂତନ ଗ୍ରାମପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଧର୍ମଗଡ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ,ଧର୍ମଗଡ ବିଡିଓ ସଦାସିବ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଯୋନ ନଂ-୨ ଶଙ୍କର ପ୍ରସାଦ ଯୁଏଡ, ସମିତି ସଭ୍ୟା କ୍ୟୈଶଲ୍ୟା ନାଏକ ଡେପୁଟି କଲେକ୍ଟର ନୂଆପଡା ଗରିବ ଦୀପ ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା ,ରାଜ୍ୟ ପରିଷଦ ସଭ୍ୟ ତଥା ବରିଷ୍ଠ […]

ଚହ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଚହ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଉଛି। ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ ଚହ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ,ମୁଖ୍ୟ ବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ , ସମ୍ମାନିତ ଅତିଥି ଗାଳ୍ପିକ ତଥା କବି ରାଧେଶ୍ୟାମ ଦାସ, ପୋଡମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର […]

ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ମାଧ୍ୟମରେ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମହିଳା ଉଦ୍ୟୋଗ ବିକାଶ ବାର୍ତ୍ତା ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ଓଡିଶା ଜୀବିକା ମିଶନ ର ଜିଲ୍ଲର ପ୍ରକଳ୍ପ ପରିଚାଳକ ଚନ୍ଦନ କୁମାର ବେହେରା ସମସ୍ତ ଙ୍କୁ ସ୍ୱାଗତ କରିବା ସହିତ ଲକ୍ଷପତି […]