ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ହୋଟେଲ ଭାଗିରଥି ଇନ ଠାରେ ଚାଷୀଙ୍କ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାରେ ମାତ୍ର ୩୦ରୁ୩୫ ପ୍ରତିଶତ ମଣ୍ଡି ର ଧାନ ଉଠାଯାଉଛି। ଚାଷୀ ପଞ୍ଜିକରଣ ଓ ଧାନ କ୍ରିୟ, ଠୋକନ୍ ପ୍ରକ୍ରିୟାରେ ବିଳମ୍ବ କାରଣ ରୁ ଜିଲ୍ଲାର ପ୍ରାୟ ୭୦-୮୦ ପ୍ରତିଶତ ଚାଷୀଙ୍କ ଧାନ ମଣ୍ଡିକୁ ପ୍ରବେଶ କରିପାରୁ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ଦିସାରି ପ୍ରକାଶ କରିଛନ୍ତି। […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତୀୟ ଜାତୀୟ କଂଗ୍ରେସ ର ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ ଙ୍କ ନାମରେ ନ୍ୟାସନାଲ ହେରାଲ୍ଡ ମିଥ୍ୟା ମାମଲା ରେ ସରକାର ଫସାଇ ଦିର୍ଘ ଏକ ଦଶନ୍ଧି ଧରି ଅଯଥା ବଦନାମ କରିବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।ଜିଲ୍ଲା କଂଗେସ ସଭାପତି ଜଳନ୍ଧର ନାଏକ ଙ୍କ ନେତୃତ୍ୱ ରେ ଅନୁଷ୍ଟିତ ମଶାଲ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଷ୍ଟାଚ୍ୟୁ ଏବଂ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସଦର ବ୍ଲକର ଗୁଡ଼ିଆଲିପଦର ପଞ୍ଚାୟତ ଅଧିନସ୍ଥ ଭେଜିପଦର ଖେଳପଡିଆ ଠାରେ “ଗୁଡ଼ିଆଲିପଦର ପଞ୍ଚାୟତ କ୍ରିକେଟ କ୍ଲବ”ର ଯୁବ ସଦସ୍ୟ ମାନଙ୍କ ଦ୍ୱାରା ଉକ୍ତ ଗ୍ରାମର ଯୁବ କ୍ରିକେଟ ଖେଳାଳି ସ୍ବର୍ଗତ ବିକ୍ରମ କରୁଆଁ ଙ୍କ ସ୍ମୃତିରେ “ପ୍ରଥମ ବିକ୍ରମ ମେମୋରିଆଲ ବ୍ଲକ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ” ଆୟୋଜନ କରାଯାଇଅଛି । ନର୍ଲା ଆର ଆର ୱାରିଅର ଏବଂ ଆୟୋଜକ ଦଳ ସୁପରକିଙ୍ଗ, ଭେଜିପଦର ମଧ୍ୟରେ ଚାଲିଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ମୁଖ୍ୟ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ଠାରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ସାଂସ୍କୃତିକ ମହିମା ସହିତ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପିଏମ୍ ଶ୍ରୀ ଯୋଜନା ଅନ୍ତର୍ଗତ ବିଦ୍ୟାଳୟର ସମଗ୍ର ଶିକ୍ଷାମୂଳକ କାର୍ଯ୍ୟକଳାପ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦାରୱାନ୍,ମା ମଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ଡ.ନିବେଦିତା ନାଥ ସମ୍ମାନିତ ଅତିଥି ଭାବେ ଏବଂ ଡ଼ା. ଏସ୍. ଏସ୍. […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପାଟଣା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଘଠନ (କେ.ଭି.ଏସ) ଫାଉଣ୍ଡେସନ୍ ଡେ ଉତ୍ସବମୁଖର ପରିବେଶରେ ପାଳନ ହୋଇଯାଇଛି । ପ୍ରସିଦ୍ଧ ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷିକା, ଭି.ଏମ.ସି. ସଦସ୍ୟ ଓ ଅଭିଭାବକମାନଙ୍କ ଉପସ୍ଥିତ ରେ କାର୍ଯ୍ୟକ୍ରମକୁ ସୁଶୋଭିତ କରିଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ କେ.ଭି.ଏସ ର ବିକାଶ ଯାତ୍ରା,ଏନ ଇ ପି -୨୦୨୦ କାର୍ଯ୍ୟନ୍ୱୟନ, ନୂତନ ପରିକଳ୍ପନା ଓ ବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ସମ୍ବନ୍ଧୀୟ ପ୍ରଦର୍ଶନ। ପୁରାତନ ଛାତ୍ରଛାତ୍ରୀମାନଙ୍କ ଅନୁପ୍ରେରଣାଦାୟକ […]
ନ୍ୟୁଜଗ୍ୟାଲେରି,ଭବାନିପାଟଣା : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି କଳାହାଣ୍ଡି ଜିଲ୍ଲାରୁ ୫ ଗୋଟି ସ୍ବତନ୍ତ୍ର ବସ ଯୋଗେ ୧୮୭ ଜଣ ବରିଷ୍ଠ ନାଗରିକ ରାମେଶ୍ଵରମ ଓ ମଦୁରାଇ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି ଆସନ୍ତା କାଲି ସ୍ବତନ୍ତ୍ର ଟ୍ରେନ ଯୋଗେ ତାମିଲନାଡୁ ସ୍ଥିତ ରାମେଶ୍ଵରମ ଓ ମାଦୁରାଇ ଯାତ୍ରା କରି ଆସନ୍ତା ଡ଼ିସେମ୍ବର ୨୧ ତାରିଖରେ ଫେରିବେ । […]
ନ୍ୟୁଜଗ୍ୟାଲେରି,ଧର୍ମଗଡ: ଦୀର୍ଘଦିନ ଧରି ଧର୍ମଗଡ ସହର ର ମୁଖ୍ୟ ରାସ୍ତା କୁ ଅନେକ ବ୍ୟକ୍ତି ଜବରଦଖଲ କରି ଆସୁଛନ୍ତି।ଜବରଦଖଲ ଯୋଗୁ ରାସ୍ତାର ସମ୍ପ୍ରସାରଣ ରେ ବ୍ୟାଘାତ ଦେଖାଦେଇଛି। ଅନେକ ସମୟରେ ଯାନବାହାନ ଜାମ ହେଲା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଟ ଅନେକ ଦୁର୍ଘଟଣା ଘଟିଥିବା ନଜିର ରହିଛି। ଧର୍ମଗଡ ଏନଏସି ଏନେଇ କଡା ପଦକ୍ଷେପ ଗ୍ରହଣ କରିଛି।ବୁଧବାର ଦିନ ଜବରଦଖଲ ଉଚ୍ଛେଦ କରିଛି।ଚାରିଛକ ଠାରୁ ତିନି ଛକ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।ମୁଖ୍ୟ ରାସ୍ତା […]
ନ୍ୟୁଜଗ୍ୟାଲେରି,ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ରାଷ୍ଟୀୟ ଆବିଷ୍କାର ଅଭିଯାନ, ଇକୋ କ୍ଲବ, ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର ଶବର, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା […]
ନ୍ୟୁଜଗ୍ୟାଲେରି,ଧର୍ମଗଡ଼: ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଇଁ ସ୍ଥାନୀୟ ବ୍ଲକ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉପଜିଲ୍ଲାପାଳ ତଥା ଉତ୍ସଵ କମିଟିର ଅଧ୍ୟକ୍ଷ ପ୍ରେକ୍ଷା ଅଗ୍ରୱାଲ,ଆଇଏଏସ, ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କୀ,ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଏନଏସି ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର,ବିଧାୟକ ପ୍ରତିନିଧି ହିମାଂଶୁ ଶେଖର ପଣ୍ଡା ପ୍ରମୁଖ ଯୋଗ ଦେଇ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ଚତୁର୍ଥ ସ୍ମୃତି ସମାରୋହ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ଯୁବ ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ଫଟୋଚିତ୍ର ରେ ପୁଷ୍ପ ଅର୍ପଣ ଏବଂ ଦୀପ ଜାଳିବା ପରେ ମୌଲାନା ଇର୍ଫାନ୍ ଶାନ୍ତି ପ୍ରାର୍ଥନା ଏବଂ କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ଭଜନ ପରିବେଷଣ କରିଥିଲେ। ପରେ ସ୍ମୃତିସଭା ଆରମ୍ଭ ହେଇଥିଲା। ମହମ୍ମଦ ଅସଲମ ସ୍ମୃତି କମିଟି ତରଫରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଶିଳ୍ପ ସଂସ୍ଥା ଗୁଡିକରେ ସ୍ଥାନୀୟ ଯୁବକଙ୍କୁ ଚାକିରୀ ଦାବି କଲା ଯୁବ ବିକାଶ ପରିଷଦ କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଲାଞ୍ଜିଗଡ଼ ଠାରେ ବେଦାନ୍ତ କମ୍ପାନୀ ପ୍ରତିଷ୍ଠା ହୋଇଛି କିନ୍ତୁ ମିଳୁନି ଚାକିରୀ କି ହେଉନି ବିକାଶ ମୂଳକ କାର୍ଯ୍ୟ ଏନେଇ କଳାହାଣ୍ଡି ଯୁବ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କଳାହାଣ୍ଡି ର ଶିକ୍ଷିତ ଯୁବକ ଯୁବତୀ ଙ୍କୁ ବେଦାନ୍ତ କମ୍ପାନୀ ଦ୍ୱାରା ସ୍ଥାୟୀ ନିଯୁକ୍ତି ଓ ଥଇଥାନ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ପି. ଏମ. ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସୃଜନଶୀଳ ଏବଂ ପ୍ରାୟୋଗିକ ବୈଜ୍ଞାନିକ ମୋଡେଲ୍ ପ୍ରଦର୍ଶନ କରି ସୃଜନଶୀଳତା, ସମସ୍ୟା ସମାଧାନ କୌଶଳ ଓ ବୈଜ୍ଞାନିକ ଧାରଣା ପ୍ରତି ତାଙ୍କର ଦକ୍ଷତା ଦେଖାଇଥିଲେ ।ଏହି ପି.ଏମ. ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା କ୍ଲଷ୍ଟର ସ୍ତରୀୟ ୫୩ତମ ରାଜ୍ୟ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ସଫଳତାର ସହିତ ବଲାଙ୍ଗିର କ୍ଲଷ୍ଟର ର୮ଟି କେନ୍ଦ୍ରୀୟ ବିଦ୍ୟାଳୟ କେ.ଭି. ଭବାନୀପାଟଣା, କେ.ଭି. ଧର୍ମଗଡ, କେ.ଭି. ଖରିଆର , […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଯୁବକବି ହେମସାଗର ମହାନନ୍ଦଙ୍କ ଇଂରାଜୀ କବିତା ସଂକଳନ ‘ଲେସନ୍ସ ଫର ଲାଇଫ : ପୋଏମ୍ସ ଫର ଏଭ୍ରି ଷ୍ଟେଜ ଅଫ ଲର୍ଣ୍ଣିଂ’ ଭବାନୀପାଟଣା ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ଉନ୍ମୋଚିତ ହୋଇଯାଇଛି। ୬୯ତମ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳ ସଚିନ ପୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଲବାହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ୬୯ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ କ୍ରୀଡା ସମୂହ ଦ୍ଵାରା ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆୟୋଜନ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ପୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଧଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟବକ୍ତା ଡ. ଶିବପ୍ରସାଦ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ସମସ୍ତ କୋର୍ଟ ପରିସର ରେ ଆସନ୍ତା ଡିସେମ୍ବ ର ୧୩ ତାରିଖ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଆଦାଲତ ଅନୁଷ୍ଠିତ ହେବ।ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଅଧ୍ୟକ୍ଷ ଅନୁପ ରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ ସ୍ନିଗ୍ଧା ପଣ୍ଡା ଏହି ସୂଚନା ଦେଇଛନ୍ତି। ବିଚାରପତି ମାନେ ଏହି ଲୋକ ଅଦାଲତ ରେ ଉପସ୍ଥିତ ରହି ପଞ୍ଜୀକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟରଜାନ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସହର ରାମସଗାର ପଡା ର ବିଜେଡି ଟାଉନ ସଭାପତି ଧବଳେଶ୍ବର ମହାପାତ୍ରଙ୍କ ମାଁ କେତକୀ ମହାପାତ୍ର(୯୨)ଙ୍କ ଶୁକ୍ରବାର ଦିନ ନିଜ ବାସ ଭବନ ରେ ପରଲୋକ ହୋଇଯାଇଛି। ଅନ୍ତିମ ସମୟରେ ତାଙ୍କ ପୁଅ ଧବଳେଶ୍ବର ମହାପାତ୍ର, ମାଣିକେଶ୍ଵର ମହାପାତ୍ର, ଭଣ୍ଡେଶ୍ୱର ମହାପାତ୍ର ଏବଂ କାର୍ତିକେଶ୍ୱର ମହାପାତ୍ର, ଝିଅ ସୋଭା ପାଣିଗ୍ରାହୀ, ସୁଷମା ମହାପାତ୍ର ଓ ପରିବାର ଲୋକ ଉପସ୍ଥିତ ଥିଲେ ତାଙ୍କୁ ଜଳେଶ୍ଵର ମନ୍ଦିର ସ୍ତିତ ସ୍ବର୍ଗ ଦ୍ବାର ରେ ତାଙ୍କର […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ରୁ ଓଡ଼ିଶା ସଙ୍ଗୀତ ନାଟକ ଏକା ଡେମୀ ସମ୍ମାନ ଓ କବିଚନ୍ଦ୍ର କାଳି ଚରଣ ପଟ୍ଟନାୟକ ଯୁବ ସମ୍ମାନ ରେ ସମ୍ମାନିତ ହୋଇଥିବା କଳାହାଣ୍ଡି ଜିଲ୍ଲା ର ଗୁରୁ ପବିତ୍ର ଗହିର ଓ ଗୌରୀଶଙ୍କର ଦୁର୍ଗା ଙ୍କୁ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ସଂଗଠନ ଆଜି ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସମ୍ମିଳନୀ କକ୍ଷ ଠାରେ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକ ମଣ୍ଡଳ ଧାନମଣ୍ଡି ପରିସରରେ ଯାଦବ ଏକତା ମଞ୍ଚ ତରଫରୁ ଶ୍ରୀଧର ବାଗଙ୍କ ସଭାପତିତ୍ବରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ଅଶ୍ୱିନ ତାଣ୍ଡି, ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ସମ୍ମାନୀତ ଅତିଥି ଭାବେ ଟିକଚନ ନାଗ ଓ ଡାକେଶ୍ୱର୍ ଲହଜଲ ମଞ୍ଚରେ ମଞ୍ଚାସିନ ରହିଥିଲେ। ଏହି ଅବସରରେ ଯାଦବ ସଂଗଠନକୁ ସୁଦୃଢ଼ କରିବା ପାଇଁ ବ୍ଲକସ୍ତରିୟ ଯାଦବ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୭ ତମ ବାର୍ଷିକକ୍ରୀଡା ଉତ୍ସବ ପାଳିତ ହୋଇଯାଇଛି। ଦୁଇ ଦିନ ଧରି ଅତି ଉତ୍ସାହ, ଉଦ୍ଦୀପନାର ସହ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବର ଉଦଘାଟନୀ ଦିବସରେ ବିଦ୍ୟାଳୟର କ୍ରୀଡ଼ାବିତ ମାନେ ଶାରୀରିକ ଶିକ୍ଷକ ଦାୟିତ୍ୱରେ ଥିବା ଆଶୁତୋଷ ଦୁବେଙ୍କ ତତ୍ୱାବଧାନରେ ମାଣିକେଶ୍ବରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଲାଲବାହାଦୁର ଶାସ୍ତ୍ରୀ ଖେଳ ପଡିଆ ରେ ଅନୁଷ୍ଠିତ ହେଉ ମଞ୍ଚ ସମ୍ମୁଖରେ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଲଙ୍କ କାର୍ଯ୍ୟଳୟ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଧଘାତନ କରିଥିବାବେଲେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ସମସ୍ତଙ୍କୁ ସତ୍ୟ ପାଠ କରାଇଥିଲେ।କଳାହାଣ୍ଡି ଜିଲ୍ଳାପାଳ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ର ବାର୍ଷିକ ଉତ୍ସବ ‘ହାର୍ଭେଷ୍ଟ ୨୦୨୫ ‘ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସୁଧୀର ରଞ୍ଜନ ପଟ୍ଟଯୋଶୀ ମାନ୍ୟବର ବିଧାୟକ ଧର୍ମଗଡ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଶୁଭ୍ରାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି , ବିବେକାନନ୍ଦ ମହାନନ୍ଦ ଜିଲ୍ଲା ସଂସ୍କୃତି ଅଧିକାରୀ , ମୁକ୍ତି କୁମାର କୁଲୁ […]
ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ କୁ ଶିକ୍ଷକ ସୌଦାଗର ସୁନା ଖୁବ୍ ସୁନ୍ଧର ଭାବରେ ପରିଚାଳନା କରିଥିଲେ ଏବଂ ଉପ ପ୍ରଧାନଶିକ୍ଷୟତ୍ରୀ ସୁଶ୍ରୀ ରାଜଶ୍ରୀ ନାଏକ ଅଭିଭାକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମେ ଶ୍ରୀଜଗନ୍ନାଥ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନାରେ ଛାତ୍ରୀ ମାନେ ଜଗନ୍ନାଥଙ୍କ ବନ୍ଦନା […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ଥାନୀୟ ଏସ୍. ଏନ୍ କଲ୍ୟାଣ ମଣ୍ଡପ ପରିସର ରେ ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ୨୦୨୫ ପାଳିତ ହୋଇଯାଇଛି। ୫୦ ରୁ ଉର୍ଦ୍ଧ୍ବ ମତ୍ସ୍ୟ ଚାଷୀ ତଥା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମାଁ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱ।ନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ, […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ଜନ୍ମଦିନ ଅବସରରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ପତ୍ର ମାଧ୍ୟମରେ ତାଙ୍କର ଶୁଭକାମନା ପ୍ରକାଶ କରିଛନ୍ତି। ଶୁଭେଚ୍ଛା ପତ୍ରରେ ରାଷ୍ଟ୍ରପତି ଲେଖିଛନ୍ତି ଯେ ରାଷ୍ଟ୍ରପତି ମହୋଦୟା ସୁଜିତ୍ କୁମାରଙ୍କ ଦେଶସେବା, ନିଷ୍ଠା, ଯୁବ ସଶକ୍ତିକରଣ ଓ ସମାଜସେବାରେ ତାଙ୍କର ଅବଦାନକୁ ସ୍ବୀକାର କରି ସେମାନଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଓ ଅବିରତ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଗ୍ରାମାଞ୍ଚଳରେ ମଦ ପାଲଟିଛି କୁଟୀର ଶିଳ୍ପ । ମଦ ମାଫିଆ କିଛି ଲୋକଙ୍କୁ ନିୟୋଜିତ କରି ନିଜର କଳା ବେପାରର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି । ଦିନକୁ ଦିନ ମଦ ନିଶାରେ ବିପଥଗାମୀ ହେଉଛନ୍ତି ଯୁବକ । ବୃଦ୍ଧି ପାଉଛି ଘରୋଇ ହିଂସା । ବଢ଼ୁଛି ଦୁର୍ଘଟଣା । କିଛି ଶିଶୁ ଅନାଥ ହେଉଥିବା ବେଳେ, ସିମନ୍ତିନିର ସିନ୍ଦୂର ମଧ୍ୟ ହଜି ଯାଉଛି ।ମାଆ କୋଳ ଶୂନ୍ୟ ହେଉଥିବା ବେଳେ,କଳାହାଣ୍ଡି ଜିଲ୍ଲା […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ବିକାଶ ଡିଗ୍ରୀ କଲେଜ୍ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ସହୀଦ ରେଣ୍ଡୋ ମାଝୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ଡିନ୍ ପ୍ରଫେସର, ଡ଼ା କ୍ରିଷ୍ଣା କର ଏବଂ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର, ଡ଼ା ଲିପି ମହାନ୍ତି ମୁଖ୍ୟ ଅତିଥିଭାବେ ଉପସ୍ଥିତ ହୋଇ ଶିବିରକୁ ଉଦ୍ଘାଟିତ କରିଥିଲେ। ସେମାନେ ରକ୍ତଦାନର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ଉଦ୍ବୋଧନ ଦେଇ ମାନବସେବାର ମହତ୍ତ୍ୱକୁ ଉଲ୍ଲେଖ କରିଥିଲେ। ସେମାନେ କହିଥିଲେ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଲୌହ ମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କର ୧୫୦ ତମ ଜୟନ୍ତି ସାରା ଦେଶରେ ମହାସମାରୋହରେ ପାଳନ କରାଯାଉଅଛି।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ଯ ଆସନ୍ତା ୨୪ ଓ ୨୫ ତାରିଖ ରେ ୩ଟି ସ୍ଥାନରେ ପାଳନ କରାଯିବ ଯଥା ଜିଲ୍ଲା ସଦରମହକୁମା ଭବାନିପାଟଣା , ନର୍ଲା ଓ ଧର୍ମଗଡ୍ ଠାରେ ଭାରତ ସରକାରଙ୍କ ମେରା ଯୁବ ଭାରତ, ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲାକ୍ରୀଡା ବିଭାଗ ତରଫରୁ ମିଳିତ ଆନୁକୁଲ୍ୟରେ ଭବାନୀପାଟଣା ଠାରେ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ମନ୍ଦାର ବଗିଚା ପଡା ପଲ୍ଲୀ ବୈଠକ କ୍ଷତ୍ରିୟ ପାଇକ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ପୂର୍ବତନ ଜିଲ୍ଲା ସମ୍ପାଦକ ପଦ୍ମନାଭ ରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ କୁଳପତି ଭବାନୀ ଶଙ୍କର ବଣୁଆ ଉପସ୍ଥିତ ରହିଥିଲେ।ଏହି ବୈଠକ ପଲ୍ଲୀ ସମ୍ପାଦକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ପ୍ରଥମେ ଶ୍ରୀରାମଚନ୍ଦ୍ର ଙ୍କ ପ୍ରତିମୃତ୍ତି […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗଦେଇଥିବା ବେଳେ ସାନମାନୀୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରବାନ, ପଦ୍ମଶ୍ରୀ ପଟ୍ଟାୟତ ସାହୁ, ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ, କଳାହାଣ୍ଡି ଓକିଲ ସଂଘ ର ସଭାପତି ସୁଧାଂଶୁ ନନ୍ଦ,ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ପ୍ରମୁଖ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସର୍ବ ପୁରାତନ ମହାବୀର ପଡ଼ା ସିଭିଲ ସୋସାଇଟିର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମହାବୀର ରଙ୍ଗମଞ୍ଚରେ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ପୂର୍ବତନ ଫୁଟବଲ ଖେଳାଳୀ ତଥା ବରିଷ୍ଠ ନାଗରିକ ଶଶୀଭୁଷଣ ବାବୁ ପତାକା ଉତ୍ତୋଳନ କରି ଉତ୍ସବର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହାପରେ ‘ଭାରତର ବିକାଶରେ ସିଭିଲ ସୋସାଇଟିର ଭୂମିକା’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ସିଭିଲ ସୋସାଇଟିର ସଭାପତି ସନ୍ତୋଷ […]
