ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ନିବାସୀ ଚନ୍ଦ୍ର ଶେଖର ମହାପାତ୍ର ଓ କଲ୍ୟାଣୀ ମହାପାତ୍ରଙ୍କ ପୁତ୍ର ଅଭିଳାଷ ମହାପାତ୍ର ଆଇଆଇଏମ୍ ବୋଧଗୟା ରେ ଏମବିଏ ରେ ଟପ୍ପର ହୋଇଛନ୍ତି। ଅପ୍ରେଲ ୪ ତାରିଖରେ ବୋଧଗୟା ଆଇଆଇଏମ୍ ପରିସରରେ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଆଶିଷ କୁମାର ଚୌହାନ ମୁଖ୍ୟ ଅତିଥି ଓ ବିହାର ବିଧାନ ସଭାର ବାଚସ୍ପତି ପ୍ରେମ କୁମାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ୨୦୨୪- ୨୬ ଏମବିଏ ପାଠ୍ୟକ୍ରମରେ ଅଭିଳାଷ ବୋଧଗୟା ଆଇଆଇଏମ୍ ର ଟପ୍ପର ହୋଇ ଅତିଥିଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। ଅଭିଳାଷଙ୍କ ଏହି ସଫଳତା ନିମନ୍ତେ ବ୍ରାହ୍ମଣ ସମାଜ କଳାହାଣ୍ଡିର ସଂଗଠନ ସମ୍ପାଦକ ଭବେନ୍ଦ୍ର କୁମାର ପଣ୍ଡା, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଶିକ୍ଷାବିତ୍ ପ୍ରଫେସର ଗୋପବନ୍ଧୁ ବେହେରା, ଡ଼ ତପନ ରଥ, ଡ଼ ଦାଶରଥି ଆଚାର୍ଯ୍ୟ, କଳାହାଣ୍ଡି ଶିକ୍ଷା ବିକାଶ ପରିଷଦର ସମ୍ପାଦକ କୃଷ୍ଣାବତାର ଦେଓ ସମେତ ଜିଲ୍ଲାର ବହୁ ବୁଦ୍ଧିଜୀବୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ ଅଭିଳାଷ ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିଲେ। ସିବିଏସି ଯୁକ୍ତ ଦୁଇ ବାଣିଜ୍ୟରେ ସେ ଜିଲ୍ଲାର ଟପ୍ପର ହୋଇଥିଲେ ଓ ତାଙ୍କୁ କଳାହାଣ୍ଡି ଉତ୍ସବରେ ଜ୍ଞାନଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସର୍ବ ଭାରତୀୟ କମନ୍ ଏନଟ୍ରାନସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ଆଇଆଇଏମ୍ ରେ ବିବିଏ ଓ ତାପରେ ଏମବିଏ ଅଧ୍ୟୟନ କରି ଟପ୍ପର ହୋଇଛନ୍ତି।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

