ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଓକିଲ ସଙ୍ଘ ର କାର୍ଯ୍ୟାଳୟ ରେ ନବ ନିର୍ବାଚିତ କାର୍ଯ୍ୟକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଦାଇତ୍ୱ ହସ୍ତାନ୍ତର କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓକିଲ ସଙ୍ଘ ର ପୂର୍ବତନ ସଭାପତି ସୁଧାଂଶୁ କୁମାର ନନ୍ଦ ଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
ନବ ନିର୍ବାଚିତ ସଭାପତି ସନ୍ତୋଷ କୁମାର ପଣ୍ଡା, ଉପ ସଭାପତି ମହେଶ କୁମାର ମହାପାତ୍ର,ସମ୍ପାଦକ ନିହାର ରଞ୍ଜନ ମିଶ୍ର, ସହ ସମ୍ପାଦକ ହେମନ୍ତ ଛତ୍ରିଆ, କୋଷାଧକ୍ଷ ଜୟନ୍ତ କୁମାର ମୁଣ୍ଡ, କାର୍ଯ୍ୟ ନିର୍ବାହୀ ସଭ୍ୟ, ଜ୍ୟୋସ୍ନା ମଞ୍ଜରୀ ମିଶ୍ର, ବିନୟ କୁମାର ଦାଶ, ଗୌତମ କୁମାର ପଟ୍ଟନାୟକ, ଇଲା ସେଲମା ଓ ଶକ୍ତି ସୌରୂପ ବେହେରା ତଥା ନିର୍ବାଚନୀ ଅଧିକାରୀ ଭାବରେ ଦାଇତ୍ୱ ନିର୍ବାହ କରିଥିବା ଓକିଲ ସଙ୍ଘ ର ବରିଷ୍ଠ ସଭ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସୁଜିତ କୁମାର ବହିଦାର, ପ୍ରଦୀପ ଚନ୍ଦ୍ର ପାତ୍ର ସୂର୍ଯ୍ୟ ନାରାୟଣ କୁମାର ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।ଉକ୍ତ ସଭାରେ ପୂର୍ବତନ ଉପସଭାପତି ଗଣେଶ୍ୱର ପଟ୍ଟନାୟକ, ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ସହ ସମ୍ପାଦକ ସରନି ବେମାଲ, କାର୍ଯ୍ୟକାରୀ ସଭ୍ୟ ଲୋକନାଥ ନାଏକ, ପ୍ରଶାନ୍ତ କୁମାର ବାରିକ ସୌମେନ୍ଦ୍ର ଚାନ୍ଦ, ନୀଳାଞ୍ଚଳ ସ୍ୱାଇଁ, ପ୍ରବୀଣ କୁମାର ଏବଂ ସଙ୍ଘ ର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ।ଉକ୍ତ ସଭା ରେ କଳାହାଣ୍ଡି ଓକିଲ ସଂଘ ର ଲୋଗୋ ଉନ୍ମାଚିତ ହୋଇ ଥିଲା।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

