ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ଭବନ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ବୀରେନ୍ଦ୍ର ବାଗ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହେଇଯାଇଛି । ଏହି ବୈଠକ ରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ସଭାପତି ଶ୍ରୀ ଧୀରେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ରହି ସଂଗଠନ କୁ କେମିତି ସୁଦୃଢ କରାଯିବ ସେହି ବିଷୟରେ ୧୩ ଗୋଟି ବ୍ଲକ ର ସଭାପତି, ସମ୍ପାଦକ ତଥା ଅନ୍ୟ କର୍ମ କର୍ତ୍ତା ଙ୍କୁ ମାର୍ଗ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ” ଘରେ ଘରେ ତ୍ରିରଙ୍ଗା “ମହା ଉଲ୍ଲାସ ରେ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ ଟାଉନ ହଲ ଠାରେ ସମାପ୍ତ ହୋଇଥିଲା।ଏହି ଶୋଭାଯାତ୍ରାରେ ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ,ଏସ ଏଚ ଜି,ମିଶନଶକ୍ତି ଓ ଅଙ୍ଗନବାଡି କର୍ମୀ,ବିଭାଗୀୟ ଅଧିକାରୀ,ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ସି ଆର ପି ଏଫ୍ ଯବାନ , ଗଣ ମାଧ୍ୟମ ପ୍ରତିନିଧି ହାତରେ ଜାତୀୟ ପତାକା ଧରି […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ସାଧାରଣ ନିର୍ବାଚନ ପରେ ପ୍ରଥମ ଥର କଳାହାଣ୍ଡି ଜିଲ୍ଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ସାଂଗଠନିକ ବୈଠକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ପରିଚାଳନାରେ ହୋଇଥିବା ଏହି ବୈଠକରେ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାୟ ଏବଂ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କେସିଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ୍ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଡି ଓ ଜିଲ୍ଲା ପରିଷଦ କଳାହାଣ୍ଡି ଦୟାମୟ ପାଢ଼ୀ, ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଜୟଦେବ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୭୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:(ସତ୍ୟନାରାୟଣ ମହାପାତ୍ର) ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପ୍ରଧାନ ମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ମୌଳବାଦୀ ମୁସଲମାନ ମାନେ ବାଂଲାଦେଶ ରେ ବସବାସ କରୁଥିବା ନିରୀହ ହିନ୍ଦୁ ମାନଙ୍କ ଉପରେ ଅକଥନିୟ ଅତ୍ୟାଚାର, ହତ୍ୟା, ଧର୍ଷଣ, ଲୁଟ ସାଙ୍ଗକୁ ହିନ୍ଦୁ ମଠ ମନ୍ଦିର ଭାଙ୍ଗି ଦେଉଛନ୍ତି। ମୌଳବାଦୀ ମୁସଲମାନ ମାନଙ୍କ ଏହି ବର୍ବର କାଣ୍ଡକୁ ଦୃଢ଼ ନିନ୍ଦା କରିବା ସହ ବାଂଲାଦେଶରେ ହିନ୍ଦୁଙ୍କ ଧନ ଜୀବନ ଓ ହିନ୍ଦୁ ମଠ ମନ୍ଦିରର ସୁରକ୍ଷା ଦାବି […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଧର୍ମେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଚଳିତ ଶିକ୍ଷାବର୍ଷର ଦ୍ଵିତୀୟ ଶିକ୍ଷକ, ଅଭିଭାବକ, ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟିବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶ୍ରୀ ପ୍ରଧାନ ଅଭିଭାବକମାନଙ୍କୁ ସ୍ୱାଗତ ଜଣାଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ଅଭିଭାବକ ମାନଙ୍କ ସହଯୋଗ ନିତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ।ଓସେପା ନିର୍ଦେଶିତ ବିଭିନ୍ନ ବିନ୍ଦୁ ତଥା ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ନିରାପତ୍ତା ବ୍ୟବସ୍ଥା ଆଇନ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ରାଜ୍ୟ ସରକାର ରାଜ୍ୟରେ ୨୦ ଜଣ ନୂଆ ଜିଲ୍ଲାପାଳ ଙ୍କୁ ଅଦଳ ବଦଳ ନିଯୁକ୍ତି ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ଅଦଳବଦଳ ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ବଦଳି ଓ ନିଯୁକ୍ତି ମିଳିଛି। କଳାହାଣ୍ଡିଜିଲ୍ଲା ରେ ପୂର୍ବରୁ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ରତ ଥିଲେ ପାୱାର ସଚିନ ପ୍ରକାଶ ଙ୍କୁ ନୂତନ କଳାହାଣ୍ଡି ଜିଲ୍ଲାପାଳ ଭାବେ ଦାଇତ୍ୱ ଦିଆଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କଳାହାଣ୍ଡି […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜଣେ ଖ୍ୟାତନାମା ବୈଦିକ କର୍ମକାଣ୍ଡ ବିଶାରଦ ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ କିଶୋର ଚନ୍ଦ୍ର ଶତପଥୀ ଙ୍କ ଅଗଷ୍ଟ ୬ ତାରିଖ ମଙ୍ଗଳ ବାର ଦିନ ୧୨ ଟା ୩୦ ମିନିଟ ୮୩ ବର୍ଷ ବୟସରେ ନିଜ ବାସ ଭବନରେ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ମିହିର, ମନୋଜ, ମହେନ୍ଦ୍ର ଓ ମହେଶ, ବୋହୁ ରଶ୍ମିତା, ପ୍ରିୟତମା, ଆରତୀ ଏବଂ ଝିଅ ପ୍ରତିମା, ପ୍ରଣିତା, […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: (ସତ୍ୟନାରାୟଣ ମହାପାତ୍ର) ଇଉରୋପ ମହାଦେଶର ଉଚ୍ଚତମ ସୄଙ୍ଘ ମାଉନ୍ଟ ଏଲବୃଷ (ସମୁଦ୍ର ପତନ ରୁ ୫୬୪୨ମିଟର) ଚଢ଼ିବେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ରାହୁଲ ପଧାନ । ଏହି ଦୁଃସାହସିକ ପର୍ବତାରୋହଣ ରେ ଓଡିଶା ରୁ ଦୁଇ ଜଣ ବାଳକ ଓ ଜଣେ ବାଳିକା ଅଛନ୍ତି । ସେମାଙ୍କ ମଧ୍ୟରେ ଦେପୁର ଗ୍ରାମର ବ୍ୟାସଦେବ ପଧାନ ଏବଂ ଆରତୀ ପଧାନ ଙ୍କ ପୁଅ ରାହୁଲ ପଧାନ ଏହି ଟିମ କୁ ନେତୃତ୍ୱ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଶିଗୁଡ଼ା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘର୍ଷ ହିଁ ଜୀବନର ମୂଳମନ୍ତ୍ର। ଯିଏ ନିଜକୁ ଯେତେ ପରିମାର୍ଜିତ କରିବ, ସିଏ ଜୀବନରେ ସେତେ ସଫଳତାର ଶୀର୍ଷକୁ ଛୁଇଁପାରିବ। ଏଥିପାଇଁ କଠିନ ପରିଶ୍ରମ ଓ ଡିଜିଟାଲି ଆମକୁ ଅଧିକ ସକ୍ଷମ ହେବାକୁ ପଡ଼ିବ ବୋଲି ଅତିଥିମାନେ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: (ସତ୍ୟନାରାୟଣ ମହାପାତ୍ର) କଳା ମଞ୍ଜୁଳ କଳାହାଣ୍ଡିର ସାଂସ୍କୃତିକ ପରିଚୟ ହେଉଛି ଘୁମୁରା। ଦେଶ ବିଦେଶରେ କଳାହାଣ୍ଡି ପ୍ରସଙ୍ଗରେ ଆଲୋଚନା ବେଳେ “ଘୁମୁରା” ସମ୍ପର୍କରେ ବିଶେଷ ଚର୍ଚ୍ଚା ହୋଇଥାଏ। ବିଶ୍ବରେ ଅନେକ ଯୁଦ୍ଧ ବାଦ୍ୟ ବିସ୍ମୃତ ହୋଇ ସାରିଥିବା ଆଉ କିଛି ଯୁଦ୍ଧ ବାଦ୍ୟ ତାହାର ଅସ୍ଥିତ୍ଵ ହରାଇ ସାରିଥିବା ବେଳେ କଳାହାଣ୍ଡିର ବୀର ବାଦ୍ୟ, ଯୁଦ୍ଧ ବାଦ୍ୟ ଘୁମୁରା ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି। ବୀର ବାଦ୍ୟ ଘୁମୁରା କଳାହାଣ୍ଡିର ଅସ୍ମିତାକୁ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଗୋଳମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଙ୍କ ଗାଡ଼ିରୁ ୪ଲକ୍ଷା ୯୨ହଜାର ଟଙ୍କା ଜବତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଭବାନୀପାଟଣା ରୁ ମିଟିଂ ସାରି ଗୋଳମୁଣ୍ଡା ଫେରୁଥିବା ସମୟରେ ଭିଜିଲାନ୍ସ ର ଏକ ଟିମ କୋୖଣସି ସୂତ୍ରରୁ ଖବର ପାଇ ଜାତୀୟ ରାଜପଥ ୨୬ ଜାରିଂ ନିକଟରେ ବିଡ଼ିଓଙ୍କ ଗାଡି କୁ ଅଟକାଇ ଭିଜିଲାନ୍ସ ଅଧିକାରୀ ମାନେ ଯାଞ୍ଚ କରିବାରୁ ଗାଡି ରୁ ୪ ଲକ୍ଷ ୯୨ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ସରକାର ବିଭିନ୍ନ ସମୟରେ ଜାଗା ମିଶନ ଜଙ୍ଗଲ ଜମି ଅଧିକାର ଆଇନ ବିଷୟ ରେ ଲୋକଙ୍କୁ ଜାଗା ଦେବା କୁ ନିଷ୍ପତ୍ତି ନେଇଥିଲେ ଓ ବର୍ତ୍ତମାନର ବିଜେପି ସରକାର ସରକାରୀ ଜାଗା ରୁ ଲୋକଙ୍କୁ ଉଚ୍ଛେଦ କରିବା କୁ ନିଷ୍ପତ୍ତି ନେଇଛନ୍ତି। ଏହାର ପ୍ରତି ବାଦରେ ଜନମ ମାଟି ସୁରକ୍ଷା […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା : (ସତ୍ୟନାରାୟଣ ମହାପାତ୍ର) କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର ହେଉଛି ୧୯୭୮ ମସିହାରେ ନିର୍ମିତ କଳାହାଣ୍ଡିର ପ୍ରଥମ ଚଳଚ୍ଚିତ୍ର “ସମର୍ପଣ” । ଯେତେବେଳେ ଏହି ଭଳି ରହସ୍ୟ ଧର୍ମୀ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କଳ୍ପନାତିତ ଥିଲା ସେତେବଳେ କଳାପୂର୍ଣ୍ଣ ହାଣ୍ଡି କଳାହାଣ୍ଡିର ଲେଖକ, ନିର୍ଦ୍ଦେଶକ, ଅଭିନେତା, ଗୀତିକାର ଓ କଣ୍ଠଶିଳ୍ପୀ ମାନଙ୍କୁ ନେଇ ନିର୍ମିତ ଚଳଚ୍ଚିତ୍ର ସମର୍ପଣ କୁ ଭେଟି ଦେଇଥିଲେ ବିଶିଷ୍ଟ ଲେଖକ ଓ ନିର୍ଦ୍ଦେଶକ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ। ଏକ ଭିନ୍ନ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ର ସହଯୋଗରେ ପବନ ଅଗ୍ରୱାଲ ମେମୋରିଆଲ ପଞ୍ଚମ କଳାହାଣ୍ଡି ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦ୍ଧଘାଟନ ହୋଇଯାଇଅଛି । କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ଉଦ୍ଧଘାଟନୀ ଉତ୍ସବରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଉପସ୍ଥିତି ଥିବାବେଳେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ଵଜିତ ଦାସ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୮୧ଜଣ ଆବେଦନକାରୀ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଟକ ର କାର୍ସିନୋଭା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଅମଲା ଭାବନ ଠାରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର କ୍ଷିତିଶ ଚନ୍ଦ୍ର ମିଶ୍ର,ପ୍ରଫେସର ଡକ୍ଟର ଅଜୟ କୁମାର ମିଶ୍ର, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା,ଆଇନଜୀବୀ ସିଦ୍ଧାର୍ଥ ନାୟକ ପ୍ରମୂଖ ଉପସ୍ଥିତ ରହି କର୍କଟ ରୋଗ କଣ ଏହି ରୋଗ ର ଭୟାବହତା ଏବଂ ସଚେତନତା କିପରି ହେବ ଓ ଅନ୍ୟ କୁ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:(ସନ୍ତୋଷ ପ୍ରଧାନ)ରାଜ୍ଯ ର ମୋହନ ସରକାର ଗତ କିଛି ଦିନ ତଳେ ଅନିୟମିତତା ସରକାରୀ ଜମି ଜବରଦଖଲ କାରି ଙ୍କୁ ଉଚ୍ଛେଦ କରିବା ସମ୍ପର୍କରେ ଅଧ୍ୟାଦେଶ ଜାରୀ କରିଥିଲେ ।ଏହି ଅଧ୍ୟାଦେଶ ବିରୋଧରେ ପ୍ରତିବାଦ କରି କଳାହାଣ୍ଡି ସଚେତନତା ନାଗରିକ ମଞ୍ଚ ତରଫରୁ କଳାହାଣ୍ଡି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରି ରାଜ୍ୟ ସରକାର ଙ୍କ ବିରୋଧରେ ସମାଲୋଚନା କରିଥିଲେ । ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ର ପୁନଃବିଚାର କରି […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:(ହେମନ୍ତ ସାହୁ ) ରାଜା ଦୁର୍ଗାମାଧବ ପ୍ରସାଦ ସିଂହ ଦେଓ ଙ୍କ ଗ୍ରନ୍ଥାବଳୀ ଲୋକାର୍ପଣ ଉତ୍ସବ ଅବସର ରେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ଅନନ୍ୟ ଉପହାର ବୋଲି ଉତ୍ସବ ଅବସର ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ଓଡିଶା ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘ ତରଫରୁ ରାଜା ଦୁର୍ଗାମାଧବ ପ୍ରସାଦ ସିଂହ ଦେଓ ଙ୍କ ଗ୍ରନ୍ଥାବଳୀ ଲୋକାର୍ପଣ ଉତ୍ସବ […]
ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଧର୍ମଗଡ ବ୍ଲକସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଆରକ୍ଷୀ ଅଧ୍ୟକ୍ଷକ ଅଭିଳାଷ ଜି ଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଧର୍ମଗଡ ଧୀମନ୍ ଚକମା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଶୀ,ବି ଡି ଓ ଶରତ ପାତ୍ର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଲେଖିକା କଳ୍ପନା ରଥଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଶ୍ରୀମତୀ କଳ୍ପନା ରଥଙ୍କ ଲିଖିତ କବିତା ସଂକଳନ “କଣ୍ଢେଇ” ଓ ଗଳ୍ପ ସଙ୍କଳନ “ପ୍ରଥା” ଆଜି ବିଶିଷ୍ଟ ଲେଖକ ଓ ପ୍ରାବନ୍ଧିକ ଦ୍ଵାରା ଉନ୍ମୋଚିତ ହୋଇଛି। ଶ୍ରୀରୂପା ପବ୍ଲିକେସନ ଦ୍ଵାରା ଆୟୋଜିତ ଏହି ଲୋକାର୍ପଣ ଉତ୍ସଵରେ ଗାଳ୍ପିକ ତଥା ଶ୍ରିରୁପା ପବ୍ଲିକେଶନର ଉପଦେଷ୍ଟା ସୁକାନ୍ତ ସାହୁଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଲେଖକ ଓ ଗବେଷକ ଲିଙ୍ଗରାଜ ମିଶ୍ର […]
ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଜଗନ୍ନାଥ ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ରଥରେ ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଛନ୍ତି। ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଭାଇ ଭଉଣୀ ସହ ଅବସ୍ଥାନ କରୁଛନ୍ତି। ସେପଟେ ଶ୍ରୀ ମନ୍ଦିରରେ ଏକାକୀ ରହି ଯାଇଛନ୍ତି ଲକ୍ଷ୍ମୀ ଠାକୁରାଣୀ। ପତି ବିରହ ବେଦନାରେ ୫ ଦିନ ଶ୍ରୀ ମନ୍ଦିରରେ ରହିବା ପରେ ହେରା ପଞ୍ଚମୀ ତିଥିରେ […]
ନ୍ୟୁଜ ଗ୍ୟାଲେରି, ଭବାନିପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟର ସ୍ଥିତି ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ଏକ ବିଶେଷ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଅଣସଂକ୍ରାମକ ରୋଗ, ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଓ ଅନ୍ୟାନ୍ୟ ରୋଗକୁ କିପରି ଗାଁ ସ୍ତରରୁ ଚିହ୍ନଟ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହଯୋଗରେ ଆଶାକର୍ମୀ […]
ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ବଜିତ ଦାସ, ଆଇ ଏ ଏସ ଟ୍ରେନିଂ ଅଧିକାରୀ କସ୍ତୁରୀ ପଣ୍ଡା, ଏସ୍ ଡି ପି ଓ କେସିଙ୍ଗା ବିନୋଦ ପାଟିଲ ଏଚ୍, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ବି ଡି […]
ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣାର ରଥଯାତ୍ରାର ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଟଣା ଯାଏ ମାଣିକେଶ୍ଵରୀ ମନ୍ଦିର ସମିପ ନିର୍ଦ୍ଧାରିତ ସ୍ଥାନ ଯାଏଁ। ରବିବାର ରଥ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲା। ଗତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଓ ସୋମବାର ଅପରାହ୍ନ ସାଢ଼େ ଚାରିଟା ଯାଏଁ ଶ୍ରଦ୍ଧାଳୁ ମାନେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ଆଜି ଅପରାହ୍ନ ୫ ଟାରେ ରଥାରୁଢ଼ ଠାକୁରଙ୍କୁ ଆଳତି କରିବା ପରେ ପରମ୍ପରା ଅନୁଯାୟୀ କଳାହାଣ୍ଡି […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଶାନ୍ତି ଶୃଙ୍ଖଳା ସହ ଭବାନୀପାଟଣା ରଥଯାତ୍ରା ସମ୍ପନ୍ନ ହୋଇଛି। ରଥଯାତ୍ରାରେ ୩୦ ହଜାରରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଗୋଟିଏ ଦିନରେ ନେତ୍ରୋତ୍ସବ, ନବ ଯୌବନ ଓ ରଥଯାତ୍ରା ପଡ଼ି ଥିବାରୁ ଦିନ ତମାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ଅପରାହ୍ନ ପାଞ୍ଚଟା ଟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ବଳଭଦ୍ର ଙ୍କ ପାଟ ଦଉଡ଼ି ଧରି ପହଣ୍ଡି ବିଜେ ସେବା […]
ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ଠାରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ଦେବସ୍ନାନ ପୂର୍ଣ୍ଣିମା ରେ ମହାସ୍ନାନ ଯୋଗୁଁ ଅଶୁସ୍ଥ ହୋଇ ଶ୍ରୀ ଜଗନ୍ନାଥ, ଭଲଭଦ୍ର ଓ ଦେବୀ ସୁଭଦ୍ରା ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ।ଫଳରେ ଗତ ପନ୍ଦର ଦିନ ହେଲା ଭକ୍ତମାନେ ଶ୍ରୀ ଜିଉ ମାନଙ୍କୁ ଦର୍ଶନ କରିବା ସୁଯୋଗ ପାଉନଥିଲେ।ପନ୍ଦର ଦିନ ଧରି ସେବାୟତ ମାନଙ୍କ ଦ୍ଵାରା ବିଭିନ୍ନ ଉପଚାର ପରେ ଶ୍ରୀ ଜିଉ ମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ନବଯୌବନ ରୂପରେ […]
ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ଟାଉନ ହଲ ଠାରେ ଟାଉନ କଂଗ୍ରେସ ତରଫରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାଉପ ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ ସଦର ବିଧାୟକ ସାଗର ଚରଣ ଦାସ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ବିଧାୟକ ଶ୍ରୀ ଦାସ ନିର୍ବାଚନ ରେ ସକ୍ରିୟ ଥିବା କର୍ମୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ସମ୍ବର୍ଦ୍ଧନା ସଭାରେ ଜିଲା ସଭାପତି ଭାରତ ଭୂଷଣ ବେମାଲ, […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉପ ଜିଲ୍ଲାପାଳ ଧର୍ମଗଡ ଧିମାନ ଚକମା ଏବଂ ଉପ ଜିଲ୍ଲାପାଳ ଭବାନୀପାଟଣା ଡ଼.ବିଶ୍ୱଜିତ୍ ଦାସ ଯୋଗ ଦେଇ ଜିଲ୍ଲାର କ୍ରମବଧିଶ୍ନୁ ସଡ଼କ ଦୁର୍ଘଟଣା ଓ ସଡ଼କ ସୁରକ୍ଷା ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ସଭା ପରିଚାଳନା ସହ ରାଜ୍ୟ ସରକାର ଓ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୨୦୨୪ ବର୍ଷ ନିମନ୍ତେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ଜୁଲାଈ ମାସ ୭ ତାରିଖ ଓ ବାହୁଡା଼ ଯାତ୍ରା ୧୫ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ସୁଚାରୁରୂପେ ପାଳନ ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରି ଆଲୋଚନା କରିଥିଲେ […]
