ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୨୦୨୪ ବର୍ଷ ନିମନ୍ତେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ଜୁଲାଈ ମାସ ୭ ତାରିଖ ଓ ବାହୁଡା଼ ଯାତ୍ରା ୧୫ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ସୁଚାରୁରୂପେ ପାଳନ ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରି ଆଲୋଚନା କରିଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ୍ ଏଜେଣ୍ଡା ଅନୁଯାୟୀ ବିବରଣୀ ପାଠ କରିଥିଲେ। ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଡିଗା, ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଉପସ୍ଥିତ ଥିଲେ। ଚଳିତ ବର୍ଷ ମହାପ୍ରଭୁଙ୍କ ପହଣ୍ଡିବିଜେ ଓ ଛେରାପହଁରା ଆସନ୍ତା ଜୁଲାଇ ମାସ ୭ ତାରିଖ ଦିନ ଅପରାହ୍ନ ୪ ଟା ସମୟରେ ମହାରାଜା ଅନନ୍ତ ପ୍ରତାପ ଦେଓ ଙ୍କ ଦ୍ଵାରା ସମାପନ ହେବ। ପୋଲିସ ବିଭାଗ ତରଫ ରୁ ଶାନ୍ତି ଶୃଙ୍ଖଳା ରକ୍ଷା ,ପ୍ରଶାସନ ଦ୍ବାରା ମାଜିଷ୍ଟ୍ରେଟ ମୃତୟନ,ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ ,ମାଉସୀମା ମନ୍ଦିର ନିକଟରେ ଆବଶ୍ୟକ ସୁରକ୍ଷା କର୍ମୀ ମୃତୟନ,ସୁରକ୍ଷା ଦୃଷ୍ଟିରୁ ମହାପ୍ରଭୁଙ୍କୁ ଭକ୍ତ ବୃନ୍ଦଙ୍କ ତଳୁ ଦର୍ଶନ,ଯାନବାହାନ ଚଳାଚଳ ଓ ଟ୍ରାଫିକ ନିୟନ୍ତ୍ରଣ , ଜଗନ୍ନାଥ ମନ୍ଦିର ରାସ୍ତା ବେରିକେଡ଼ିଂ,ରଥଟଣା ସମୟରେ ରାସ୍ତାକଡ ଦୋକାନୀଙ୍କୁ ସ୍ଥାନାନ୍ତର ,ରଥ ତିଆରି ଓ ରଥ ଚଳାଚଳ ର ଉପଯୁକ୍ତତା ପ୍ରମାଣପତ୍ର ସେବାୟତ ଓ ପୂଜକଙ୍କୁ ପ୍ରଶାସନ ଦ୍ଵାରା ପରିଚୟ ପତ୍ର ପ୍ରଦାନ ,ଖାଦ୍ୟ ନିରୀକ୍ଷକ ଙ୍କ ଦ୍ଵାରା ରାସ୍ତା କଡ ଓ ହୋଟେଲର ଖାଦ୍ୟ ଯାଞ୍ଚ , ଭ୍ରାମ୍ୟ ମାଣ ସ୍ବାସ୍ଥ୍ୟ ଯାନ ଓ ଆମ୍ବୁଲାନ୍ସ ସେବା,ଭକ୍ତ ବୃନ୍ଦଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ,ଆମିଷ ଓ ମଦ ବିକ୍ରି ଉପରେ କଟକଣା,ସାମୟିକ ବିଦ୍ୟୁତ୍ ସରବରାହ ବନ୍ଦ ବ୍ୟବସ୍ଥା,ରାସ୍ତା ଓ ନାଳ ନର୍ଦ୍ଦମା ସଫା ଓ ବ୍ଲିଚିଂ ରଥଯାତ୍ରା ଓ ବାହୁଡା଼ ଯାତ୍ରାର ଧାରା ବିବରଣୀ କେନ୍ଦ୍ର,ମାଉସୀ ମା ମନ୍ଦିର ଓ ବାଲାଜୀ ମନ୍ଦିର ନିକଟରେ ଭଜନ ସମାରୋହ ,ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋଚନା ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା। ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଜଗନ୍ନାଥ ମନ୍ଦିର ପୂଜକ ଓ ସେବାୟତ,ସାଂସଦ ପ୍ରତିନିଧି, ରାଜନୈତିକ ଦଳ ର କମିଟି କର୍ମକର୍ତ୍ତା,କଳାହାଣ୍ଡି ଓକିଲ ସଂଘ ସଭାପତି ,ମସଜିଦ କମିଟିର ସଭାପତି,କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ , ଓକିଲ, ବାଲାଜୀ ମନ୍ଦିର କମିଟି କର୍ମକର୍ତ୍ତା ଏବଂ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

