ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଲେଖିକା କଳ୍ପନା ରଥଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଶ୍ରୀମତୀ କଳ୍ପନା ରଥଙ୍କ ଲିଖିତ କବିତା ସଂକଳନ “କଣ୍ଢେଇ” ଓ ଗଳ୍ପ ସଙ୍କଳନ “ପ୍ରଥା” ଆଜି ବିଶିଷ୍ଟ ଲେଖକ ଓ ପ୍ରାବନ୍ଧିକ ଦ୍ଵାରା ଉନ୍ମୋଚିତ ହୋଇଛି। ଶ୍ରୀରୂପା ପବ୍ଲିକେସନ ଦ୍ଵାରା ଆୟୋଜିତ ଏହି ଲୋକାର୍ପଣ ଉତ୍ସଵରେ ଗାଳ୍ପିକ ତଥା ଶ୍ରିରୁପା ପବ୍ଲିକେଶନର ଉପଦେଷ୍ଟା ସୁକାନ୍ତ ସାହୁଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଲେଖକ ଓ ଗବେଷକ ଲିଙ୍ଗରାଜ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଡ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା , ଗବେଷକ ପରମେଶ୍ବର ମୁଣ୍ଡ ଓ ଗବେଷକ ତଥା ପ୍ରାବନ୍ଧିକ ଉମା ଶଙ୍କର କର , ବିଶିଷ୍ଟ କବି ଲଳିତ କାନୁନଗୋ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀମତୀ କଳ୍ପନା ରଥଙ୍କ ରଚିତ ଏହି ଦୁଇ ପୁସ୍ତକ କଳାହାଣ୍ଡି ସହିତ୍ୟାକାଶରେ ଏକ ଅମଳିନ କୃତି ବୋଲି ମତ ଦେବା ସହ ଶ୍ରୀମତୀ କଳ୍ପନା ରଥ ଙ୍କ ଏହି ଦୁଇ ପୁସ୍ତକ କଳାହାଣ୍ଡିର ତରୁଣ କବି ଓ ଲେଖକ ମାନଙ୍କୁ ନୂତନ ସୃଷ୍ଟି କରିବାରେ ପ୍ରେରଣା ଯୋଗାଇବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡ, ଯୁଗଯାତ୍ରୀ ଅନୁଷ୍ଠାନ ମଦନପୁର ରାମପୁର ର ସଭାପତି ପଦ୍ମଲୋଚନ ମିଶ୍ର , ବିଶିଷ୍ଟ ଶିକ୍ଷାବିତ୍ ଡ ଅଜୟ ମିଶ୍ର, ବରିଷ୍ଠ ଆଇନଜୀବି ମୀନ କେତନ ମିଶ୍ର,ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, କବି ତଥା ଚିତ୍ରଶିଳ୍ପୀ ଡା ଦୀନବନ୍ଧୁ ସାହୁ, କବୟିତ୍ରୀ ସ୍ନେହଲତା ଷଡ଼ଙ୍ଗୀ, ସ୍ୱର୍ଣକାନ୍ତି ବୈକାର ,ସମେତ ବହୁ ସାହିତ୍ୟ ପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ। ଆକାଶବାଣୀ କଳାକାର ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

