ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଲେଖିକା କଳ୍ପନା ରଥଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଶ୍ରୀମତୀ କଳ୍ପନା ରଥଙ୍କ ଲିଖିତ କବିତା ସଂକଳନ “କଣ୍ଢେଇ” ଓ ଗଳ୍ପ ସଙ୍କଳନ “ପ୍ରଥା” ଆଜି ବିଶିଷ୍ଟ ଲେଖକ ଓ ପ୍ରାବନ୍ଧିକ ଦ୍ଵାରା ଉନ୍ମୋଚିତ ହୋଇଛି। ଶ୍ରୀରୂପା ପବ୍ଲିକେସନ ଦ୍ଵାରା ଆୟୋଜିତ ଏହି ଲୋକାର୍ପଣ ଉତ୍ସଵରେ ଗାଳ୍ପିକ ତଥା ଶ୍ରିରୁପା ପବ୍ଲିକେଶନର ଉପଦେଷ୍ଟା ସୁକାନ୍ତ ସାହୁଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଲେଖକ ଓ ଗବେଷକ ଲିଙ୍ଗରାଜ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଡ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା , ଗବେଷକ ପରମେଶ୍ବର ମୁଣ୍ଡ ଓ ଗବେଷକ ତଥା ପ୍ରାବନ୍ଧିକ ଉମା ଶଙ୍କର କର , ବିଶିଷ୍ଟ କବି ଲଳିତ କାନୁନଗୋ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀମତୀ କଳ୍ପନା ରଥଙ୍କ ରଚିତ ଏହି ଦୁଇ ପୁସ୍ତକ କଳାହାଣ୍ଡି ସହିତ୍ୟାକାଶରେ ଏକ ଅମଳିନ କୃତି ବୋଲି ମତ ଦେବା ସହ ଶ୍ରୀମତୀ କଳ୍ପନା ରଥ ଙ୍କ ଏହି ଦୁଇ ପୁସ୍ତକ କଳାହାଣ୍ଡିର ତରୁଣ କବି ଓ ଲେଖକ ମାନଙ୍କୁ ନୂତନ ସୃଷ୍ଟି କରିବାରେ ପ୍ରେରଣା ଯୋଗାଇବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡ, ଯୁଗଯାତ୍ରୀ ଅନୁଷ୍ଠାନ ମଦନପୁର ରାମପୁର ର ସଭାପତି ପଦ୍ମଲୋଚନ ମିଶ୍ର , ବିଶିଷ୍ଟ ଶିକ୍ଷାବିତ୍ ଡ ଅଜୟ ମିଶ୍ର, ବରିଷ୍ଠ ଆଇନଜୀବି ମୀନ କେତନ ମିଶ୍ର,ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, କବି ତଥା ଚିତ୍ରଶିଳ୍ପୀ ଡା ଦୀନବନ୍ଧୁ ସାହୁ, କବୟିତ୍ରୀ ସ୍ନେହଲତା ଷଡ଼ଙ୍ଗୀ, ସ୍ୱର୍ଣକାନ୍ତି ବୈକାର ,ସମେତ ବହୁ ସାହିତ୍ୟ ପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ। ଆକାଶବାଣୀ କଳାକାର ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

