ସଂଗ୍ରାମୀ ପୁରୁଷ ପୂର୍ବତନ ପୋୖରାଧକ୍ଷ ନିରଞ୍ଜନ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ପୌରପରିଷଦ ର ପୂର୍ବତନ ନଗରପାଳ ନିରଞ୍ଜନ ପ୍ରଧାନ ଙ୍କ ଦେହାନ୍ତ ଚତୁର୍ଥ ଦିବସ ରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।ଶ୍ରଦ୍ଧାଞ୍ଜଳିସଭା କୁ ଆଇନଜୀବୀ ସିଦ୍ଧାର୍ଥ ନାୟକ ଅଧ୍ୟକ୍ଷତା କରିଥିଲେ ।ଆତ୍ମା ର ସଦଗତି ପାଇଁ ନୀରବ ପ୍ରାର୍ଥନା କରି ଅନେକ ବକ୍ତା ତାଙ୍କ କର୍ମମୟ ଜୀବନ ରେ ସମାଜ ପାଇଁ କରିଥିବା ସେବା ଏବଂ ଗନ୍ଧ ମାର୍ଦ୍ଦନ ଆନ୍ଦୋଳନ ର ପୃଷ୍ଠପୋଷକ ଥିଲେ ସେ […]

ଶ୍ରୀକ୍ଷେତ୍ରରୁ ତିନୋଟି ରଥ ଚକ ପହଞ୍ଚିଲା ଭବାନୀଶଙ୍କର ମନ୍ଦିର

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:(ସତ୍ୟନାରାୟଣ ମହାପାତ୍ର) ଶ୍ରୀକ୍ଷେତ୍ର ପୁରୀରୁ ତିନୋଟି ରଥର ତିନୋଟି ଚକ ଆଶ୍ୱିନ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଭବାନୀପାଟଣା ପହଞ୍ଚିଛି। ସହରର ପ୍ରବେଶ ଦ୍ୱାରରୁ ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକକୁ ତିନୋଟି ସୁସଜ୍ଜିତ ଯାନରେ ରଖି ଶ୍ରଦ୍ଧାଳୁ ମାନେ ଧୂପ ଦୀପ ରେ ବନ୍ଦାପନା କରି ସ୍ବାଗତ କରିଥିଲେ।ସଙ୍କୀର୍ତ୍ତନ, ଘଣ୍ଟ ଘଣ୍ଟା ଓ ମାଦଳର ତାଳେ ତାଳେ ଶୋଭାଯାତ୍ରାରେ ତିନୋଟି ରଥ ଚକକୁ ସହର […]

ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟ ରେ ହିନ୍ଦୀଦିବସ ପାଳିତ

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ମାଣିକେଶ୍ଵରୀ ଉଚ୍ଚ ବିଦ୍ୟାଳୟ ଠାରେ ହିନ୍ଦୀ ଦିବସ (ପକ୍ଷ) ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ହିନ୍ଦୀ ଶିକ୍ଷକ ରାଜୁ କୁମାର ସାହୁ ହିନ୍ଦୀ ଦିବସର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର କୁମାର ପ୍ରଧାନ କାର୍ଯ୍ୟକ୍ରମ ଉପରେ ଉଦ୍‌ବୋଧନ ଦେଇଥିଲେ। ଶିକ୍ଷକ ଦେବୀ ପ୍ରସାଦ ଆଚାରୀ ପ୍ରାରମ୍ଭରେ […]

ଜିଲ୍ଲା ସ୍ତରୀୟ ଯକ୍ଷ୍ମା ପ୍ରତିଶୋଧକ ଟୀକାକରଣ ଶୁଭାରମ୍ଭ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କଲେଜ ଛକ ଠାରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ବୟସ୍କଙ୍କ ବିସିଜି ଟିକାକରଣ ଅଭିଯାନ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାସର ସମସ୍ତ ସୋମବାର, ମଙ୍ଗଳବାର ଓ ଗୁରୁବାର ଦିନ ଜିଲ୍ଲାର ମୋଟ ୨୯୩୨୮୯ ହିତାଧିକାରୀଙ୍କୁ ୨୬୦ ଟି ଟିକାକରଣ କେନ୍ଦ୍ରରେ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ଟିକାକରଣ ପାଇଁ ଯୋଗ୍ୟତା ନିର୍ଦ୍ଧେଶବଳୀ ଯଥା : ଯକ୍ଷ୍ମା […]

ପୁରୁଣା ପେନସନ ଲାଗୁ ଦାବିରେ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟଳୟ କମ୍ପିଲା

ନ୍ୟୁଜଗ୍ୟାଲେରି, ଭବାନୀପାଟଣା:(ସନ୍ତୋଷ ପ୍ରଧାନ)କେନ୍ଦ୍ରସରକାର କର୍ମଚାରୀ ଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ ଘୋଷଣା କରିବା ପରେ ଦେଶରେ କର୍ମଚାରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଦେଶରେ ସମସ୍ତ କେନ୍ଦ୍ର, ରାଜ୍ୟ ସରକାରୀ କର୍ମଚାରୀ ସମସ୍ତ ଜିଲ୍ଲାପାଳଙ୍କ ଜରୀଆରେ ଦାବିପତ୍ର ପ୍ରଦାନ କରାଯାଇଛି । କଳାହାଣ୍ଡି ଏନଏମ ଓ ପିଏସ ଶାଖା ତରଫରୁ ସଭାପତି ସାମନ୍ତ କୁମାର ପଟ୍ଟଯୋଶୀ ଙ୍କ ନେତୃତ୍ୱରେ ବିଶାଳ ପଟୁଆର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯାଳୟ […]

ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳିତ

ନ୍ୟୁଜଗ୍ୟାଲେରି,ରାୟଗଡା:(ସୁଶାନ୍ତ କୁମାର ମିଶ୍ର)ରାୟଗଡା ଜିଲ୍ଲାୱାର୍ଡ଼ ନମ୍ୱର୍ ୨୦ ,ବୁଥ ସଂଖ୍ୟା ୨୦୨ ଠାରେ ବୁଥ ସଭାପତି ବିଷ୍ଣୁ ଚରଣ ଜେନା ଙ୍କ ନେତୃତ୍ୱ ରେ ମାନବ ସମାଜର ଆଦର୍ଶ,ମାର୍ଗ ଦର୍ଶକ,ଏକାତ୍ମ ମାନବବାଦ ଏବଂ ଅନ୍ତୋର୍ଦୟ ର ପ୍ରଣେତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କାର୍ଯ୍ୟକ୍ରମ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ନଗର ସଧାରଣ ସମ୍ପାଦିକା ଝରଣା ମହାନ୍ତି, ପୁର୍ବତନ ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହି, ପୁର୍ବତନ […]

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କଲେ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଶିକ୍ଷାଦାନ କ୍ଷେତ୍ରରେ ନିଜର କର୍ତ୍ତବ୍ୟନିଷ୍ଠା ଓ ଉତ୍ସର୍ଗୀକୃତ ସେବା ପାଇଁ ପବିତ୍ର ଗୁରୁଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମ୍ମୁଙ୍କ ଠାରୁ ‘ଜାତୀୟ ଶିକ୍ଷକ ପୁରସ୍କାର-୨୦୨୪’ ଗ୍ରହଣ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଆସିଥିବା ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ଓଡ଼ିଶାସରକାର ସମ୍ବର୍ଦ୍ଧିତ କରିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ସ୍ଥିତ ସିଏମଓ ଅଫିସରେ ଶିକ୍ଷକ ସନ୍ତୋଷ କରଙ୍କୁ ମୁଖ୍ୟମନ୍ତ୍ରୀ କୋଣାର୍କ ଚକ୍ର ର ରୌପ୍ୟ ପଦକ ଉପଢୌକନ […]

ଭବାନୀପାଟଣା ସହରର ପୂର୍ବତନ ନଗରପାଳ ନିରଞ୍ଜନ ପ୍ରଧାନଙ୍କ ଦେହାନ୍ତ

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: (ସନ୍ତୋଷ ପ୍ରଧାନ) ଭବାନୀପାଟଣା ପୌରପରିଷଦ ର ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପ୍ରଧାନ (ବିଦ୍ରୋହୀ)ଙ୍କ ଆଜି ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ତାଙ୍କର ଜନ୍ମ ସ୍ଥାନ ଭବାନୀପାଟଣା ସ୍ଥିତ ପୁରୁଣା ପଡା ଠାରେ ଗତ ଡିସେମ୍ବର ମାସ ୬ତାରିଖ ୧୯୫୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।ସେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଭଳି ଅନେକ ଆନ୍ଦୋଳନ ଓ ବହୁ ଗୁଡିଏ ସାମାଜିକ ସଂଗଠନ […]

ଭବାନୀପାଟଣା ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ର ସରପଞ୍ଚ କୁ ବଦନାମ କରିବାକୁ ଷଡ଼ଯନ୍ତ୍ର

ନ୍ୟୁଜ ଗ୍ୟାଲେରି,କଳାହାଣ୍ଡି:ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରେ କେତେକ ମୁଷ୍ଟିମେୟ ଲୋକଙ୍କ ରାଜନୀତି ଜୋର ଧରିଛି।ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତରେ ଚଳିତ ନିର୍ବାଚନ ରେ ୧୪ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ସେଥିରୁ ସମାଜ ସେବୀ ତଥା ସିନେମା ଜଗତର କଳାକାର ରମେଶ ନାଏକ ବିଜୟ ଲାଭ କରି ଗ୍ରାମ ପଞ୍ଚାୟତର ଲୋକଙ୍କ ସେବା କରି ଆସୁଛନ୍ତି। କିନ୍ତୁ ଏବେବି ତାଙ୍କ ବିପକ୍ଷ ପ୍ରାର୍ଥୀ ମାନଙ୍କ ସହ କିଛି ଅସାଧୁ ସ୍ୱାର୍ଥପର ମାନେ […]

ଲାଞ୍ଜିଗଡ଼ ବ୍ଲକ ପାଇକବୋରି ଅଙ୍ଗିନବାଡ଼ି କେନ୍ଦ୍ରରେ ପୋଷଣମାସ ପାଳିତ

ନ୍ୟୁଜ ଗ୍ୟାଲେରି,ଲାଞ୍ଜିଗଡ:(କୈଳାସ ଚନ୍ଦ୍ର ସାହୁ) ସରକାର ଶିଶୁ ଙ୍କ ଅନ୍ତର୍ନିହିତ ଗୁଣବଲିର ବିକାଶ ଓ ପୁଷ୍ଟି ହୀନତା ରୋକିବା ପାଇଁ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡି କେନ୍ଦ୍ର ଖୋଲିଛନ୍ତି । ଏହି କେନ୍ଦ୍ରରେ ୩ ରୁ ୬ବର୍ଷର ଶିଶୁଙ୍କୁ ଛଅ ଦିନକୁ ଛଅ ପ୍ରକାର ରାନ୍ଧଖାଦ୍ୟ ଦିଆଯାଉଥିବା ବେଲେ ଗର୍ଭବତୀ ଓ ପ୍ରସୂତି ମହିଲା ଛତୁଆ ବଣ୍ଟନ କରିବା ଶହ ଓଜନ ଓ ସ୍ୱାସ୍ଥ୍ୟ ପରୀକ୍ଷ୍ୟ କରାଯାଇଥାଏ ।ବର୍ଷ କୁ ଥରେ ସମସ୍ତ ଙ୍କୁ ସଚେତନ […]

ମାନିକେଶ୍ଵରୀ ଉଚ୍ଚ ବିଦ୍ୟାଳୟ ରେ ଦଶମ ବ୍ଲକ ସ୍ତରୀୟ ମାସିକ ଆଲୋଚନା ଚକ୍ର ବୈଠକ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମାଣିକେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ଅଭିଯାନର ବ୍ଳକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀର ୧୦ମ ଆଲୋଚନା ଚକ୍ର ମାନିକେଶ୍ଵରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମରଣୀୟ ଅବସରର ସୁଯୋଗ ପାଇଥିବାରୁ ବିଦ୍ୟାଳୟର ପରିବେଶ ଆନନ୍ଦ ମୁଖରିତ ହୋଇ ଉଠିଛି ।ସମଗ୍ର ବ୍ଳକର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କ ସମାଗମରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ବୃନ୍ଦ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ […]

କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦ୍ଧଘାଟିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା ର ଉଦଘାଟନୀ ଉତ୍ସବ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରାଷ୍ଟ୍ର ମନ୍ତ୍ରୀ (ସ୍ଵାଧୀନ) ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଜିଲ୍ଲାସ୍ତରୀୟ ବିକାଶ ମେଳା ର ଶୁଭ ଉଦ୍ଧଘାଟନ କରିଥିଲେ।ବିଭିନ୍ନ ବିଭାଗୀୟ ବିକାଶର ସଚେତନତା ସମ୍ୱନ୍ଧୀୟ ୨୫ ଗୋଟି ଷ୍ଟଲ୍ ମୁଖ୍ୟ ଅତିଥି ବୁଲି […]

ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ରାଜ୍ୟ ସରକାରଙ୍କ ମହିଳା ମାନଙ୍କର ସଶକ୍ତିକରଣ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଯୋଜନା ସୁଭଦ୍ରା ର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲା ର ସମସ୍ତ ବ୍ଲକ ସହିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ସିଧାପ୍ରସାରଣ ସଂଯୋଗ କରାଯାଇଥିଲା ଏବଂ ବିଭିନ୍ନ କାର୍ଯ୍ୟକ୍ର ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଆର. ଏମ ସି, ଭବାନୀପାଟଣା […]

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପିତୃ ତର୍ପଣ ଉପରେ ଆଲୋଚନା ଚକ୍ର

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ “ପିତୃ ତର୍ପଣ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବ୍ରାହ୍ମଣ ସମାଜ ଜିଲ୍ଲା ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।ଏହି ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବରେ କର୍ମକାଣ୍ଡ ବିଶାରଦ ପଣ୍ଡିତ ମଙ୍ଗଳୁ ମିଶ୍ର ଯୋଗ ଦେଇ ପିତୃ ପକ୍ଷ,ପିତୃ ତର୍ପଣ ର ଉଦ୍ଦେଶ୍ୟ ଓ ମହତ୍ତ୍ଵ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ସହ […]

କଳାହାଣ୍ଡି ଜିଲ୍ଲା ର ଇଷ୍ଟଦେବୀ ମା ମାଣୀକେଶ୍ଵରୀଙ୍କ ଛତ୍ରର ଯାତ୍ରା ପ୍ରସ୍ତୁତି ବୈଠକ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଉତ୍ସବ ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଁ ଙ୍କ ପବିତ୍ର ଛତର ଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଏହି ପ୍ରସ୍ତୁତି ବୈଠକରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗଦେଇ ପ୍ରତିବର୍ଷ ଭଳି […]

ଶିକ୍ଷକ ସନ୍ତୋଷ କୁମାର କର ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ପକ୍ଷରୁ ସମ୍ବର୍ଦ୍ଧିନା

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମେଳନ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଯୋଗଦେଇ ଶ୍ରୀ କରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଥିଲେ।ଶିକ୍ଷାଦାନ କ୍ଷେତ୍ରରେ ନିଜର କର୍ତ୍ତବ୍ୟନିଷ୍ଠା ଓ ଉତ୍ସର୍ଗୀକୃତ ସେବା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ […]

ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପଡିଆରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଅଧ୍ୟକ୍ଷତା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର […]

କଳାହାଣ୍ଡି ଜିଲ୍ଲା ରେ ସୁଭଦ୍ରା ଯୋଜନା ରଥର ଶୁଭ ଆରମ୍ଭ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ରାଜ୍ୟରେ ମହିଳା ମାନଙ୍କ କଲ୍ଯାଣ ପାଇଁ ରାଜ୍ୟସରକାର ଙ୍କ ଏକ ଅଭିନବ ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲା ର ଜନସାଧାରଣଙ୍କ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ ପ୍ରସାର ପ୍ରଚାର ନିମନ୍ତେ ସୁଭଦ୍ରା ରଥ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ଶୁଭାରମ୍ଭ କରାଯାଇଛି। ମାନ୍ୟବର କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧୀର କୁମାର ପାଟଯୋଷୀ, ଜିଲ୍ଲାପାଳ […]

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ଉପ ଜିଲ୍ଲାପାଳ ଧିମନ ଚକମା, ସି ଡି ଓ, ଜିଲ୍ଲା ପରିଶଦ ଦୟାମୟ ପାଢ଼ି ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୧୯୮ଜଣ ଆବେଦନକାରୀ ନିଜର ଅଭିଯୋଗ […]

ଦୁର୍ଗମ ଅଡାଖୁ ଗାଁରେ ଡାଇରିଆ ପ୍ରକୋପ

ଲାଞ୍ଜିଗଡ:(କୈଲାଶ ଚନ୍ଦ୍ର ସାହୁ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ପଞ୍ଚାୟତର ଦୁର୍ଗମ ଅଡାଖୁ ଗାଁରେ ଦେଖିବାକୁ ମିଳିଛି ଡାଇରିଆ ରୋଗର ପ୍ରକୋପ। ଗତ ତିନିଦିନ ମଧ୍ୟରେ ଗାଁର ଦାନୁରୀ ମାଝୀ ନାମକ ଜଣେ ମହିଳା ଓ ସସ୍ମିତା ମାଝୀ ନାମକ ଜଣେ ୭ ବର୍ଷ ବୟସର ବାଳିକାଙ୍କ ମୃତ୍ୟୁ ଘଟିଛି। ଗାଁର ନନ୍ଦିନୀ ମାଝୀ, ସୁତୁରି ମାଝୀ, ପାଙ୍ଗାଡୁ ମାଝୀ, କୋବି ମାଝୀ ଏବେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।ସେହିପରି ରାମପାରୁଣୁ […]

ଲାଞ୍ଜିଗଡ ବ୍ଲକ ରେ ଶ୍ରମ ବିଭାଗ ଓ ଶିଶୁ ସୁରକ୍ଷା ୟୁନିଟର ମିଳିତ ଚଢ଼ାଉ

ନ୍ୟୁଜ ଗ୍ୟାଲେରି,ଲାଞ୍ଜିଗଡ:(କୈଲାଶ ସାହୁ) ଦିନକୁ ଦିନ କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଲାଞ୍ଜିଗଡ଼ ସହରରେ ଜିଲ୍ଲା ଶ୍ରମ ବିଭାଗ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଚଢ଼ଉ କରାଯାଇଛି। ଲାଞ୍ଜିଗଡ଼ ସହରର ବିଭିନ୍ନ ଦୋକାନ ହୋଟେଲ ଓ ନିର୍ମାଣସ୍ଥଳୀରେ ଆଜି ଚଢ଼ଉ କରାଯାଇଥି ବାବେଳେ ଜଗନ୍ନାଥପୁର ଠାରେ ଏକ ନିର୍ମାଣସ୍ଥଳରେ ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି।ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲା। ଶ୍ରମ ବିଭାଗର ଅତିରିକ୍ତ ଶ୍ରମ ଅଧିକାରୀ […]

ରାଜନୈତିକ ଦଳକୁ ନେଇ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ବୈଠକ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିକୁ ନେଇ ତ୍ରୁଟିଶୂନ୍ୟ ସଂକ୍ଷିପ୍ତ ଭୋଟର ତାଲିକା କାର୍ଯ୍ୟକ୍ରମ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦.୦୮.୨୦୨୪ରୁ ଆରମ୍ଭ ହୋଇଥିବା ଓ ୧୮.୧୦.୨୦୨୪ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ବି. ଏଲ . ଓ ମାନେ ଘରକୁ ଘର ଯାଇ ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ ସହ ଫୋଟୋ ସମ୍ବନ୍ଧିତ କାର୍ଯ୍ୟକ୍ରମ […]

ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଫାଟକରେ ପି ଏପି ଏଲ କମ୍ପାନୀ କର୍ମଚାରୀ ଙ୍କୁ ଅଟକାଇଲେ ସ୍ଥାନୀୟ ବିସ୍ଥାପିତ ଲୋକେ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:(କୈଲାଶ ସାହୁ) ପିଏପିଏଲ କମ୍ପାନୀ କର୍ମଚାରୀଙ୍କୁ ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଫାଟକରେ ଅଟକାଇଲେ ସ୍ଥାନୀୟ ବିସ୍ଥାପିତ ଲୋକେ ।ଜମି ଗଲା,ବାସହରା ହେଲେ, ଲୋକେ କମ୍ପାନୀକୁ ବିଶ୍ବାସ କଲେ କିନ୍ତୁ କମ୍ପାନୀ ବିଶ୍ବାସରେ ବିଷ ଦେଇ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଳିଛି । ଯେତେବେଳେ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରାଗଲା।ସେତେବେଳ ଲୋକଙ୍କୁ ବୁଝାସୁଝା କରି ଶାଗ ମାଛ ଦରରେ କିଣି ନେଲା କମ୍ପାନୀ ଓ କମ୍ପାନୀ ଠାରେ ନିଯୁକ୍ତି ଦେବା ପାଇଁ ମଧ୍ୟ […]

ମାଣୀକେଶ୍ଵରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଓଡିଶା ବାଟାଲିୟନ ର କମାଣ୍ଡିଙ୍ଗ ଅଫିସର

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଓଡିଶା ବାଟାଲିୟନ ନବରଙ୍ଗପୁର ରୁ କମାଣ୍ଡିଙ୍ଗ ଅଫିସର କର୍ନେଲ ଜଗନ୍ନାଥ ନିକସନ୍କୋ ମାଣୀକେଶ୍ୱରୀ ଉଚ୍ଚ ବିଦ୍ଯାଳୟ କୁ ପରିଭ୍ରମଣରେ ଆସିଥିଲେ। ସି ଓ ସାର୍ ଏବଂ ତାଙ୍କ ସହିତ ଆସିଥିବା ଅନ୍ୟ ଅଫିସର ମାନଙ୍କୁ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନ ସି ସି ସି ଟିଓ ଜଗମୋହନ ବିଶ୍ବାଳ, ସହଯୋଗୀ ଆସୁତୋଶ ଦୁବେ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ବିଦ୍ଯାଳୟ ର ଏନ ସି ସି ଛାତ୍ରଙ୍କୁ ଜୀବନରେ […]

ଶିକ୍ଷକ ସନ୍ତୋଷ କୁମାର କର ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:(ସତ୍ୟନାରାୟଣ ମହାପାତ୍ର) ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାରୁ ଦୁଇଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଜୟଦୁର୍ଗା ହାଇସ୍କୁଲ , ନର୍ଲାରୋଡ଼ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଏବଂ ରାୟଗଡ଼ା ଜିଲ୍ଲା ବିଲେସୁ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଏକ ସ୍ବାଧୀନ କମିଟି ସାରା ଦେଶରେ ମୋଟ ୧୫୪ଜଣ ଶିକ୍ଷକଙ୍କୁ ଶର୍ଟଲିଷ୍ଟେଡ୍‌ […]

ଜନସାହାଯ୍ୟ ଏନଜିଓ ଦ୍ୱାରା ଉଦ୍ୟମୀ ଫାର୍ମର ପ୍ରଡ୍ୟୁସନ କମ୍ପାନୀ ଉଦ୍ଧଘାଟିତ

ନ୍ୟୁଜ ଗ୍ୟାଲେରି,ଭବାନିପାଟଣା: କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜନସାହାଯ୍ୟ ଦ୍ୱାରା ଅନୁନ୍ନତ ବର୍ଗଙ୍କ ଜୀବନଜୀବିକାରେ ପରିବର୍ତ୍ତନ ପାଇଁ ସଦା ପ୍ରୟାସ ରତ ଥିବା ବେଳେ ଆଉ ଏକ ସଫଳତାର ଫର୍ଦ ଯୋଡି ହୋଇଛି । ଗ୍ରାମାଞ୍ଚଳର ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାରମ୍ପରିକ ଭାବେ ଉତ୍ପାଦିତ କୃଷି ଯାତ ଦ୍ରବ୍ୟରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ପୁଷ୍ଟିକର ଜାତୀୟ ଖାଦ୍ୟ ପ୍ରକ୍ରିୟା କରଣ କମ୍ପାନୀ ନାବାଡ଼ ବ୍ୟାଙ୍କ ଓ ସେଲକୋନ କମ୍ପାନୀର ସାହାୟତାରେ ଉଦ୍ୟମୀ ଫାର୍ମର ପ୍ରଡ୍ୟୁସର […]

ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବ୍ରଜବିହାର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୯୦ରୁ ଉଦ୍ଧ ଜଣ ଭାଇଭଉଣୀ କୃଷ୍ଣ ବେଶରେ ବିଦ୍ୟାଳୟକୁ ଆସିଥିଲେ। ଦହି ହାଣ୍ଡି ଫଟା, ନୃତ୍ୟ, ଗୀତ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଜନ୍ମାଷ୍ଟମୀ ଉତ୍ସବ ରେ ମୁଖ୍ୟ ଅତିଥି ପ୍ରବଚକ ସ୍ୱାମୀଜୀ ରାମଦାସ ରାମାୟଣୀ ଯୋଗ ଦେଇଥିଲେ। କୃଷ୍ଣରସ, ଭାଗବତ ଗୀତା ତତ୍ତ୍ୱ ଏହିପରି ଅନେକ […]

ଭବାନୀପାଟଣା ବ୍ଲକ ଠାରେ ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦି କାର୍ଯ୍ୟକ୍ରମ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ର ସମ୍ମିଳନୀ ଗୃହ ଠାରେ ବ୍ଲକ ସ୍ତରୀୟ ” ପ୍ରଧାନ ମନ୍ତ୍ରୀ ଲକ୍ଷପତି ଦିଦି ସମ୍ମେଳନ ” ଅନୁଷ୍ଠିତ ହୋଇ ଯାଇ ଅଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ କାର୍ଯ୍ୟକ୍ରମକୁ ସ୍ୱାଗତ ସମ୍ଭର୍ଦ୍ଧନା ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର […]

ଜିଲ୍ଲାପାଳ ଙ୍କୁ ପୁସ୍ତକ ମେଳା ଆୟୋଜନ ପାଇଁ ଲାଇଫରିଚାର ର ଦାବିପତ୍ର

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସାହିତ୍ୟ ଓ ଜୀବନଶୈଳୀକୁ ନେଇ କାର୍ଯ୍ୟରତ ଗ୍ଲୋବାଲ୍ ଲାଇଫ୍‌ରେଚର୍‌ ଫାଉଣ୍ଡେସନ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ସ୍ତରୀୟ ପୁସ୍ତକମେଳା ଆୟୋଜନ ପାଇଁ ଦାବି କରାଯାଇଛି। ଏନେଇ ଫାଉଣ୍ଡେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କଳାହାଣ୍ଡି ଜିଲ୍ଲା କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ସମଗ୍ର ବିଶ୍ୱରେ ସ୍ୱାତନ୍ତ୍ର‌୍ୟ ଅର୍ଜନ କରିଥିବା ବେଳେ ଓଡ଼ିଆ ସାହିତ୍ୟକୁ ଏଠାକାର ଲେଖକ ଲେଖିକାଙ୍କ ଅବଦାନ […]

ଲାଞ୍ଜିଗଡ ବଡପଡା ର ସମସ୍ୟା କୁନେଇ ଗର୍ଜିଲେ ପଡା ବାସୀ

ନ୍ୟୁଜ ଗ୍ୟାଲେରି,ଲାଞ୍ଜିଗଡ: (କୈଲାଶ ସାହୁ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ସ୍ଥାପିତ ହୋଇ ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଅଞ୍ଚଳର ଆଖିଦୃଶିଆ ଉନ୍ନତି ହୋଇ ପାରିନାହିଁ। ଏହାକୁ ନେଇ ଅଞ୍ଚଳବାସୀ ଅନେକ ଥର ଦାବି, ଅଭିଯୋଗ ଓ ଆନ୍ଦୋଳନ କଲେ ବି କୌଣସି ସମାଧାନ ହୋଇପାରୁନାହିଁ।ଏପରି ଏକ ସମସ୍ୟାକୁ ନେଇ ଆଜି ଲାଞ୍ଜିଗଡ଼ ବଡ଼ପଡା ବାସିନ୍ଦା ବେଦାନ୍ତ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଅନୁଯାୟୀ, […]