ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ପାଳନ

ନ୍ୟୁଜ ଗ୍ୟାଲେରି,ଭାବନୀପାଟଣା:୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହଲ ଠାରେ ସଭାପତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଗିରିଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଅଛି ।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଧର୍ମଗଡ ସୁଧୀର ରଂଜନ ପଟ୍ଟଯୋଶୀ, ବିଧାୟକ ଜୁନାଗଡ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଅଧ୍ୟକ୍ଷ୍ୟ ଜିଲ୍ଲା ପରିଷଦ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂଦେଓ, ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି, ତନ୍ମୟ କୁମାର ଦରୱାନ ଯୋଗଦାନ […]

କଲମପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗ ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୯୬ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ୭୮ ଗୋଟି ଓ ସାମୂହିତ ୧୮ ଗୋଟି ରହିଥିବା […]

ସ୍ୱାସ୍ଥ୍ୟ ହିଁ ସମ୍ପଦ ବାର୍ତ୍ତାନେଇ ଚହଗାଁ ମର୍ନିଙ୍ଗ ୱାର୍କ ଟିମର ପଦଯାତ୍ରା

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଚହଗାଁ ମର୍ନିଙ୍ଗ ୱାର୍କ ଟିମ ତରଫରୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ବାର୍ତ୍ତା ନେଇ ଏକ ପଦଯାତ୍ରା ସମାଜସେବୀ ଜଗତରାମ ସାହୁଙ୍କ ନେତୃତ୍ୱରେ ରାତି ୩:୩୦ଟା ଚହଗାଁ ରୁ ଆରମ୍ଭ କରି ସକାଳ ୮:୩୦ରେ ଭବାନୀପାଟଣା ପହଞ୍ଚିଥିଲେ। ଏହି ଟିମରେ ଅଞ୍ଜନ କୁମାର ସାହୁ, ନୀଳାମ୍ବର ସାହୁ, ସୁଦର୍ଶନ ସାହୁ, ଅଭୟ ସାହୁ,ଧନସାଗର ବେଶ୍ରା,କ୍ଷୀରାଦ୍ରି ଶବର, ମୋହନ ବାଗ, କୈଳାସ ସାହୁ ଥିଲେ। ଏଅବସରରେ ଅନ୍ତରାଷ୍ଟ୍ରୀୟ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲ […]

ଭିଜିଲାନ୍ସ ପଞ୍ଜାରେ ଡାକ୍ତର ଅଶୋକ ଦାସ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ର ଗାଇନିକ୍ ସ୍ପେଶାଳିଷ୍ଟ ଡାକ୍ତର ଅଶୋକ ଦାସ ଗର୍ଭବତୀ ମହିଳାଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଜାରେ ଛନ୍ଦି ହୋଇ ପଡିଛନ୍ତି। ଏକାଥରକେ ମେଡିକାଲ ସମେତ ସରକାରୀ କ୍ୱାଟର ରେ ଭିଜିଲାନ୍ସ ବିଭାଗର ଚଢାଇ କରିଛି। ସୂଚନା ଅନୁଯାୟୀ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଡିଙ୍ଗ ପଦର ଗାଁର ଗର୍ଭବତୀ ଲକ୍ଷ୍ମୀ ପ୍ରିୟା ମାଝୀ ଙ୍କ ଅସ୍ତ୍ରୋପଚାର କରିବା ନାଁରେ […]

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଜିଲାପାଳଙ୍କ କାର୍ଯ୍ଯାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବଇତାରୁ ଦୀପ,ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଶାନ୍ତନୁ କୁମାର ବେହେରା, ସତ୍ୟନାରାୟଣ ମହାପାତ୍ର,ଶିକ୍ଷାବିତ୍ ଡକ୍ଟର ଉମେଶ ଚନ୍ଦ୍ର […]

ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ପୁରାତନ ଛାତ୍ର ସଂଘ ତରଫରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ଦାବିପତ୍ର ପ୍ରଦାନକଲେ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ପୁରାତନ ଛାତ୍ର ସଂଘ ତରଫରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ସ୍ଥାନୀୟ ସାର୍କିଟ ହାଉସ୍ ଠାରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି । ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ହେଉଥିବା ଅନିୟମିତତା ଉପରେ ଠୋସ କାର୍ଯ୍ୟାନୁଷ୍ଠାନ ନେବାସହ ଶିଘ୍ର ନୂତନ କୁଳପତି ନିଯୁକ୍ତି ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।ସେହିଭଳି ପରିକ୍ଷା ନିୟନ୍ତ୍ରଣ ବିଭାଗ ଦାୟିତ୍ୱରେ ଥିବା ସମସ୍ତଙ୍କୁ ପରିବର୍ତନ […]

ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଵାଧୀନତା ସଂଗ୍ରାମୀ ସହିଦ ବିର୍ସାମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ପ୍ରଶାସନ, ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗ ଆନୁକୁଲ୍ୟରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ସୂର୍ଯ୍ୟବଂଶୀ ସୂରଜ,ମନ୍ତ୍ରୀ ସ୍ଵାଧୀନ ଦାୟିତ୍ଵ, ଉଚ୍ଚ ଶିକ୍ଷା, କ୍ରୀଡା ଓ […]

ଜୁନାଗଡ ଇଣ୍ଡୋର ଷ୍ଟାଡିଅମ ଠାରେ ମାଁ ମାଣୀକେଶ୍ଵରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଦ୍ଵାରା ଆୟୋଜିତ ଇଣ୍ଟର୍ କଲେଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ  ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ପକ୍ଷରୁ ଜୁନାଗଡ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି। ଟୁର୍ନାମେଣ୍ଟ ରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ମୋଟ ୨୩ଟି କଲେଜ ମହିଳା ଓ ପୁରୁଷ ବିଭାଗରେ ଭାଗ ନେଇଥିଲେ ।ଏହି ଉଦ୍ଧଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ମେଜର ଜୟଦେବ ସାହୁ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ସ୍ପୋର୍ଟ ଡାଇରେକ୍ଟର […]

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ର ବିଭିନ୍ନ ସମସ୍ୟା କୁନେଇ ପୁରାତନ ଛାତ୍ର ସଂଘ ର ସାମ୍ବାଦିକ ସମ୍ମିଳନୀ

ନ୍ୟୁଜ ଗ୍ୟାଲେରୀ,ଭବାନୀପାଟଣା: କଳାହାଣ୍ଡି ଭଳି ଶିକ୍ଷା କ୍ଷେତ୍ରରେ ପଛୁଆ ଜିଲ୍ଲାରେ କଳାହାଣ୍ଡି ସ୍ବୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ଵ ବିଦ୍ୟାଳୟକୁ ଉନ୍ନୀତ କରାଗଲା। କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ରୁ ମାଁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଭାବେ ନାମିତ କରାଗଲା। କିନ୍ତୁ ନାଁ ବଦଳିଲେ ମଧ୍ୟ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଲା ନାହିଁ। ଫଳରେ ଜିଲ୍ଲାର ସର୍ବବୃହତ ଶିକ୍ଷାନୁଷ୍ଠାନ ର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଗଣମାଧ୍ୟମ ର ଦୃଷ୍ଟି ଆକର୍ଷଣ ପାଇଁ ପୁରାତନ ଛାତ୍ର ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର […]

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରେ ତାଲିମ କାର୍ଯ୍ୟକ୍ରମ ଉଦ୍ଧଘାଟିତ

ନ୍ୟୁଜଗ୍ୟାଲେରୀ,ଭବାନୀପାଟଣା: ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଗୋଟି ତାଲିମ କାର୍ଯ୍ୟକ୍ରମ ଉଦ୍ଧଘାଟନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି। ପ୍ରଥମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ଦ୍ୱାରା ଇଡୁନେଟ ମାଧ୍ୟମରେ ୧୦୦ ଜଣ ଅନୁସୂଚିତ ଜନଜାତି ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଠାରେ ନିଟ, ଜେଇ ଓ ୟୁ ଏ ଟି ପାଇଁ ମାଗଣାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଧଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ […]

କଳାହାଣ୍ଡି ଜିଲ୍ଲା ରେ ଶିକ୍ଷାଗ୍ରହ ପ୍ରକଳ୍ପ ଆରମ୍ଭ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଜିଲ୍ଲା ଯୋଜନା ଓ ମନିଟରିଙ୍ଗ ବିଭାଗ ତରଫରୁ ଶିକ୍ଷା ସମ୍ବାଦ ଓ ସ୍ଟେମ୍ ଶିକ୍ଷା କୁ ଶକ୍ତିଶାଳୀ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ଯୋଜନା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ଏବଂ କଳାହାଣ୍ଡି ଜିଲ୍ଲା ଯୋଜନା ଓ ମନିଟରିଂ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ଼ା. କୁମୁଦିନୀ ମିଶ୍ର, ମନିଟରିଂ, ପ୍ଲାନିଙ୍ଗ ଏବଂ ଲର୍ଣ୍ଣିଂ ଏକ୍ସପର୍ଟ, ସ୍ୱାଗତ ଭାଷଣ ସହିତ କର୍ମଶାଳା […]

ବେଦାନ୍ତ ଟ୍ରେନ ଧକ୍କା ରେ ଯୁବକଙ୍କ ଗୋଡ କଟିଲା

ନ୍ୟୁଜଗ୍ୟାଲେରୀ,ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଚନ୍ଦନପୁରସ୍ଥିତ ବେଦାନ୍ତ ରେଳ ଧାରଣାରେ ଘଟିଛି ଏକ ଅଘଟଣ। ଶୌଚ ପାଇଁ ରେଳ ଧାରଣା ପାଖକୁ ଯାଇଥିବା ବଡ଼ ଜାମକି ହେଜୁ ଗାଁର ଚନ୍ଦ୍ର ମାଝୀ ନାମକ ଜଣେ ଯୁବକଙ୍କ ବାମ ଗୋଡ଼ ସଂପୂର୍ଣ୍ଣ ଭାବେ କଟିଯାଇଛି। ବଡ଼ ଜାମକିହେଜୁ ଗାଁର ଚନ୍ଦ୍ର ନିଜ ବଡ଼ମା ଘର ଚନ୍ଦନପୁର ଗାଁରେ ରହି କୁଲି ମଜୁରୀ କରି ଚଳୁଥିଲେ।ଆଜି ସକାଳୁ ସେ ଟ୍ରେନ ଧାରଣା ପାର ହେଉଥିବାବେଳେ ବେଦାନ୍ତ ପ୍ରକଳ୍ପକୁ ଯାଉଥିବା […]

ରାଜ୍ୟ ରେ ପ୍ରଥମ ସ୍ଥାନୀୟ ମିଥକୁ ନେଇ ଗୋସିଙ୍ଗ ଦୈତ୍ୟ ଦରବାର

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଓଡ଼ିଶାର ବିଭିନ୍ନ ସ୍ଥାନରେ କଂସ ଦରବାର, ଜଳନ୍ଧର ଦରବାର, ବିରାଟ ଦରବାର, ଅଶୋକ ଦରବାର ଆଦି ଆୟୋଜନ ହେଉଥିବା ବେଳେ ପ୍ରଥମଥର ପାଇଁ ସ୍ଥାନୀୟ ମିଥ୍ ବା ପୌରାଣିକ ଆଖ୍ୟାନ ଓ ଐତିହାସିକ ତଥ୍ୟକୁ ନେଇ ‘ଗୋସିଙ୍ଗ ଦୈତ୍ୟ ଦରବାର’ ଆୟୋଜନ ହେବାକୁ ଯାଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏନେଇ ପ୍ରୟାସ ଜାରିରହିଛି। ପ୍ରତ୍ନତାତ୍ତ୍ୱିକ ଖନନରୁ ଦେବଗିରି ନିକଟସ୍ଥ ଅସୁରଗଡ଼ରେ ଖ୍ରୀ.ପୂ. ନବମ […]

ଥୁଆମୂଳ ରାମପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଲ୍ ରାମପୁର ବ୍ଲକ ସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୩ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ୨୭ ଗୋଟି ଓ ସାମୂହିକ ୧୫ ଗୋଟି ରହିଥିବା ବେଳେ ୫ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । […]

ମହାବୀର ସାଂସ୍କୃତି ଅନୁଷ୍ଠାନ ର ବାର୍ଷିକୀ ମହୋତ୍ସବ ପାଳିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମହାବୀର ମହୋତ୍ସବ ର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ହଜାର ହଜାର ଦର୍ଶକ। ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ସପ୍ତାହ ବ୍ୟାପୀ ଆଯୋଜିତ ମହାବୀର ମହୋତ୍ସବ ଚତୁର୍ଥ ଦିନ ସନ୍ଧ୍ୟାରେ ହଜାର ହଜାର ଦର୍ଶକ ସଂସ୍କୃତିକ କାର୍ଯ୍ୟ କ୍ରମକୁ ଉପଭୋଗ କରିଛନ୍ତି ।ତୃତୀୟ ଦିନ ସକାଳ ୧୦ ଘଣ୍ଟା ସମୟରେ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା ଓ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାସମୟରେ ରଙ୍ଗାରଙ୍ଗ […]

ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଏକାଦଶ ତମ ବ୍ଲକ ସ୍ତରୀୟ ମାସିକ ଆଲୋଚନା ବୈଠକ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନିପାଟଣା ବ୍ଲକ ଅନ୍ତର୍ଗତ କୁଲିଆମାଲ ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଏକାଦଶ ତମ ବ୍ଲକ ସ୍ତରୀୟ ମାସିକ ଆଲୋଚନା ବୈଠକ ଭବାନୀପାଟଣା ଶିକ୍ଷା ଅଧିକାରୀ ଆଚାରୀ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭବାନିପାଟଣା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଯୋଗଦାନ କରି ସମସ୍ତଙ୍କୁ ଉଛାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ ଅଚାରି ଶବର , ନୋଡାଲ ଉଚ୍ଚ […]

ଲାଞ୍ଜିଗଡ଼ ବେଦାନ୍ତ ପକ୍ଷରୁ ଜାତୀୟ କର୍କଟ ରୋଗ ସଚେତନତା ଦିବସ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଜାତୀୟ କର୍କଟ ରୋଗ ସଚେତନତା ଦିବସରେ ପ୍ରାୟ ୩୦ଟି ଗାଁ ୩୦୦ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି ଏକ ସପ୍ତାହ ବ୍ୟାପୀ କର୍କଟ ସଚେତନତା ଅଭିଯାନ ଲାଞ୍ଜିଗଡ଼ ବେଦାନ୍ତ ପକ୍ଷରୁ କରାଯାଇଥିଲା। ଏହି ଅଭିଯାନ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ଏବଂ ଲକ୍ଷଣର ବିପଦ କାରଣ ଏବଂ ନିୟମିତ ସ୍କ୍ରିନିଂର ଗୁରୁତ୍ୱ ଉପରେ ଧ୍ୟାନ ଦେବାପାଇଁ ସଚେତନତା ଉପରେ ଦିଆଯାଇଥିଲା। ବାଲକୋ ମେଡିକାଲ୍ ସେଣ୍ଟର (ବିଏମସି) ର ମିଳିତ ସହଯୋଗରେ ଏହା ଏକ ମାଗଣା […]

ଜିଲ୍ଲା ସ୍ତରୀୟ ଧାନ କ୍ରିୟା କମିଟି ବୈଠକ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀ, ଭବାନୀପାଟନା ସଦର ବିଧାୟକ ସାଗର ଚରଣ ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା, ଲାଞ୍ଜିଗଡ ଓ ଜୁନାଗଡ ବିଧାୟକ ଙ୍କ ପ୍ରତିନିଧି ସହ କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ଯୋଗ ଦେଇ ଥିଲେ । […]

କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁଭା ଭାଗବତ କଥାମୃତ ଉପଲକ୍ଷେ କଳସ ଯାତ୍ରା

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପବିତ୍ର କାର୍ତ୍ତିକ ମାସ ଅବସରରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ନଭେମ୍ବର ୯ ତାରିଖ ରୁ ୧୫ ତାରିଖ ଯାଏଁ ସପ୍ତାହ ବ୍ୟାପି “ଭାଗବତ କଥାମୃତ ପ୍ରବଚନ” କାର୍ଯକ୍ରମ ଆୟୋଜନ କରାଯାଉଛି। ବୃନ୍ଦାବନର ବେଦବ୍ୟାସ ଜି ମହାରାଜ ଏଥିରେ ଭାଗବତ କଥାମୃତ ପ୍ରବଚନ ପ୍ରଦାନ କରିବେ। ଏଥି ନିମନ୍ତେ ୮ ତାରିଖ ଅପରାହ୍ନ ଚାରି ଟାରେ ଜଗନ୍ନାଥ ମନ୍ଦିରରୁ ଏକ ଭବ୍ୟ କଳସ ଶୋଭାଯାତ୍ରାରେ ପ୍ରଜ୍ଞା […]

ଭବାନୀପାଟଣା ପୁରୁଣା ପଡା ପୋଖରୀ ଉନ୍ନତିକରଣ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷ ଙ୍କୁ ଦାବିପତ୍ର

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ସହର ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ର ପୁରୁଣାପଡା ଠାରେ ଥିବା ପୋଖରୀର ପୁନରୁଦ୍ଧାର ନିମନ୍ତେ ବହୁବାର ଦାବୀ ପରେ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ କରଣ ପାଇ ଦେଢ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଚର୍ଚା ର ବିଷୟ ଏହି କି ପୋଖରୀ ଅଧାପନ୍ତିରୀୟ ହୋଇ ଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଖରୀ କୁ ସୋନ୍ଦର୍ଯ୍ୟ କରଣ କରିବାକଥା କିନ୍ତୁ ତାହା କରା ନ ଯାଇ କେବଳ ପଙ୍କ ଉଦ୍ଧାର […]

ସ୍ବର୍ଗତ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜଣେ ବିଶିଷ୍ଟ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କ ଅକ୍ଟୋବର ୨୨ ତାରିଖରେ ପରଲୋକ ହୋଇଥିଲା। ଦିବଙ୍ଗତ ଅମର ଆତ୍ମାର ଶୁଦ୍ଧିକ୍ରିୟା ଶ୍ରୀକ୍ଷେତ୍ରରେ ସମ୍ପାଦନ କରି ପରିବାର ବର୍ଗ ଭବାନୀପାଟଣା ଫେରିବା ପରେ ନଭେମ୍ବର ୫ ତାରିଖରେ ଭବାନୀପାଟଣା ସ୍ଥିତ ବାଲାଜୀ ମନ୍ଦିରରେ ଗଙ୍ଗା ଭୋଜିର ଆୟୋଜନ କରିଥିଲେ।ଏଥିରେ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ସାମ୍ବାଦିକ ମାନେ ଯୋଗ ଦେଇ ଦିବଙ୍ଗତ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କ ଅମର ଆତ୍ମାର ସଦଗତି […]

ଭବାନୀପାଟଣା ପୌରପାଳିକା ପକ୍ଷରୁ ନୂତନ ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଭୂମି ପୂଜନ

ଭବାନୀପାଟଣା ପୌରପାଳିକାର ସବୁଦିନିଆ ଓ ସାପ୍ତାହିକ ବଜାରକୁ ଏବେ ନୂତନ ବଜାର କରିବାକୁଯାଉ ଥିବାବେଳେ ପୌରପାଳିକା ପକ୍ଷରୁ ଭୂମି ପୂଜନ ହୋଇଯାଇଛି।ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ସାଂସଦ ମାଳବିକା ଦେବୀ ଏବଂ ପୋୖରାଧକ୍ଷ ବିଷ୍ଣୁ ପ୍ରଧାନ ଉପସ୍ଥିତ ରହିଥିଲେ। ଏଠାରେ ସମସ୍ତ ପ୍ରକାର କୁକୁଡ଼ା ମାଂସ ଦୋକାନ,ଛେଳି ମାଂସ ଦୋକାନ, ମାଛ ଦୋକାନ ଗୋଟିଏ ଜାଗାରେ ଜନସାଧାରଣ ପାଇପାରିବେ ତାହା ସହିତ ପନିପରିବା ମଧ୍ୟ ଗୋଟିଏ ଜାଗାରେ ପାଇପାରିବେ ଏବଂ ସହରର ଅନ୍ୟ କୌଣସି ଜାଗାରେ […]

ଭବାନୀଶଙ୍କର ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥ ଚକ ପ୍ରତିଷ୍ଠା ଉତ୍ସବ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସ୍ଥିତ ଭବାନୀ ଶଙ୍କର ମନ୍ଦିରରେ କାର୍ତ୍ତିକ ମାସର ତୃତୀୟ ସୋମବାର ଦିନ ଶ୍ରୀକ୍ଷେତ୍ର ପୁରୀରୁ ଅଣା ଯାଇଥିବା ଚାରୋଟି ରଥ ଚକ କୁ ପ୍ରତିଷ୍ଠା କରାଯାଇଛି। ଏଥିରେ ବଳଭଦ୍ର ମହାପ୍ରଭୁ ଙ୍କ ତାଳଧ୍ଵଜ ରଥର ଦୁଇଟି, ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଗୋଟିଏ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ ରହିଛି।ରଥ ଚକ ପ୍ରତିଷ୍ଠା ନିମନ୍ତେ ଆୟୋଜିତ ସ୍ଵତନ୍ତ୍ର ଅନୁଷ୍ଠାନ ପଣ୍ଡିତ ବଳବନ୍ତ ପଣ୍ଡା ଓ ଭବାନୀଶଙ୍କର ମନ୍ଦିରର ପୂଜକ ମନୋଜ କୁମାର […]

କଳାହାଣ୍ଡି ଜିଲ୍ଲା କରଣ ସମାଜ ର ବାର୍ଷିକ ଉତ୍ସବ ଓ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜ ଉତ୍ସବ ସମ୍ପନ୍ନ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି କରଣ ସମାଜର ବାର୍ଷିକ ଉତ୍ସବ ଓ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ପୂଜା ଉତ୍ସବ ସମ୍ପନ୍ନ ହୋଇଯାଇଅଛି ।ଏହି କରଣ ସମାଜର ବାର୍ଷିକ ଉତ୍ସବ ରେ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି ଓ ସମ୍ମାନୀୟ ଅତିଥି ଭାବରେ ଟିଟିଲାଗଡ଼ କରଣ ସମାଜର ସଭାପତି ଦୟାସାଗର ପଟ୍ଟନାୟକ ଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧତ କରାଯାଇଥିଲା।ଲଳିତ ପଟ୍ଟନାୟକ ଓ ସୁଶ୍ରୀ ରୁବି ମହାନ୍ତିଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯିବା ସହ […]

ଗ୍ରାମାଞ୍ଚଳ ପରିବହନ ସେବା ଦେଖାଇଛି ଆର୍ଥିକ ବିକାଶର ପଥ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ପ୍ରଚଳନର ଏକ ବର୍ଷ ପୂର୍ତ୍ତି ହୋଇଯାଇଛି। ଏହି ବସ ସେବା ଦ୍ୱାରା ଗ୍ରାମାଞ୍ଚଳରେ ବେଶ ପ୍ରଭାବ ପକାଇଛି। ପ୍ରତିଦିନ ବସ ଯାତ୍ରା ପାଇଁ ଲୋକଙ୍କ ଅପେକ୍ଷା ରହୁଛି। ସୁଲଭ ମୂଲ୍ୟରେ ଯାତ୍ରା ମନରେ ଅଫୁରନ୍ତ ଆନନ୍ଦ ଦେଇପାରିଛି।ନଭେମ୍ବର ୧ରେ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ଯୋଜନାର ଶୁଭାରମ୍ଭ ହେବାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଜିପିଏସ୍ ବସ ଜିଲ୍ଲା ପରିଚାଳକ ସ୍ବଦେଶ […]

କଳାହାଣ୍ଡି କାରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗ୍ରୁପ୍ତ ମହାପ୍ରଭୁଙ୍କ କଳସ ଶୋଭାଯାତ୍ରା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କରଣ ସମାଜ ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଉପଲକ୍ଷେ ଗତ ୨ତାରିଖ ଶନିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହେଥିଲା ।ସମାଜର ଶତାଧିକ ସଭ୍ୟ ସଭ୍ୟାଙ୍କୁ ନେଇ ଏକ ଭବ୍ୟ ଶୋଭାଯାତ୍ରା ସମାଜର ସଭାପତି ରାମ ଶଙ୍କର ଦାସ ଏବଂ ମୁଖ୍ୟ ଉପଦେଷ୍ଟା କାଳି ପ୍ରସାଦ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଭବାନୀପାଟଣା ସ୍ଥିତ ସମାଜ କାର୍ଯ୍ୟାଳୟରୁ ବାହାରି ଗାନ୍ଧିଛକ ଏବଂ ମା ମାଣିକେଶ୍ବରୀ ଙ୍କ ମନ୍ଦିର […]

ଜିଲ୍ଲା ସ୍ତରୀୟ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗଠନ ଦିବସ ନଭେମ୍ବର ପହିଲା ଦିନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ କଳାହାଣ୍ଡି ର ମିଳିତ ଆନୁକୂଲ୍ୟରେ ଟାଉନ ହଲ ଠାରେ ଜିଳ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ସକାଳ ସାତ ଘଟିକା ରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାମାନଙ୍କ ଦ୍ଵାର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ମ୍ୟାପ୍ ରେ ମାନବ ଶୃଙ୍ଖଳ ପ୍ରଦର୍ଶନ, […]

ଭବାନୀପାଟଣା ଠାରେ ପ୍ରିନ୍ସି ହଙ୍ଗର ଗ୍ୟାରେଜ ରେଷ୍ଟୁରାଣ୍ଟ ରେ ଫଳ ରେ ଚିତ୍ରକଳା ପ୍ରଦର୍ଶନ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ହିଲ୍ ଟାଉନ ସ୍ଥିତ ପ୍ରିନ୍ସି ହଙ୍ଗର ଗ୍ୟାରେଜ ନାମକ ଏକ ନୂତନ ରେଷ୍ଟୁରାଣ୍ଟରେ ଫ୍ରୁଟ କାର୍ଭିଂ ବା ଫଳ ଖୋଦେଇ ଚିତ୍ର କଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଥିଲା।ଏହି କାର୍ଯ୍ୟକ୍ରମରେ ବେଙ୍ଗାଲୁରୁର ହୋଟେଲ କ୍ଲାର୍କସ ଇନ୍ ରେ ମୁଖ୍ୟ ସେଫ୍ ଭାବରେ କାର୍ଯ୍ୟରତ ଓଡ଼ିଆ ପୁଅ ସେଫ ସପନ ନାୟକ ଯୋଗଦେଇ ତରଭୂଜ ଜରିଆରେ ନିଜର ନିଖୁଣ ଓ ଜୀବନ୍ତ ଚିତ୍ରକଳା ପ୍ରଦର୍ଶିନ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍କଳମଣୀ […]

ଶ୍ୟାମା କାଳି ଜନ୍ମ ଜୟନ୍ତୀ ଉପଲକ୍ଷେ କଳସ ଶୋଭାଯାତ୍ରା

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଶ୍ୟାମା କାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ପବିତ୍ର ଦୀପାବଳି ଅବସରରେ ଭବାନୀପାଟଣା ସ୍ଥିତ ଦକ୍ଷିଣ କାଳୀ ମନ୍ଦିରରେ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ତ୍ରିଦିନାତ୍ମକ ବିଶେଷ ପୂଜାର୍ଚ୍ଚନା ଓ ଅକ୍ଟୋବର ୩୧ ତାରିଖ ଦିନ ଚଣ୍ଡୀ ମହାଯଜ୍ଞ ଆୟୋଜନ କରାଯାଉଛି। ଆଜି କଳସ ଶୋଭାଯାତ୍ରା ମନ୍ଦିର ରୁ ଶତାଧିକ ମହିଳା ମୁଣ୍ଡରେ କଳସ ଧରି ବାହାରି ପୁରୁଷୋତ୍ତମ ସାଗର କୁ ଯାଇଥିଲା।ଆଦିତ୍ୟ ଖମାରୀ ମାଆ ଙ୍କ ଖଡ୍ଗ ଧରି ଶୋଭାଯାତ୍ରାରେ ଯାଇଥିବା […]

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରସମନ ଦିବସ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ୨୦୨୪ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ତିତ ସଦଭାବନା ସଭାଗୃହଠାରେ ପାଳିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାରେ ଯଦି କୌଣସି ବିପର୍ଯ୍ୟୟ ହୁଏ ତାହେଲେ ତାହାର ସଠିକ ମୁକାବିଲା କିପରି କରାଯାଇ ପାରିବ ସେ ବିଷୟକୁ ନେଇ ମିଳିତ ଭାବେ କାର୍ଯ୍ୟନିର୍ବାହ କରିବା ପାଇଁ ଆଲୋଚନା କରାଯାଇଥିଲା।ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ […]