କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁଭା ଭାଗବତ କଥାମୃତ ଉପଲକ୍ଷେ କଳସ ଯାତ୍ରା

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପବିତ୍ର କାର୍ତ୍ତିକ ମାସ ଅବସରରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ନଭେମ୍ବର ୯ ତାରିଖ ରୁ ୧୫ ତାରିଖ ଯାଏଁ ସପ୍ତାହ ବ୍ୟାପି “ଭାଗବତ କଥାମୃତ ପ୍ରବଚନ” କାର୍ଯକ୍ରମ ଆୟୋଜନ କରାଯାଉଛି। ବୃନ୍ଦାବନର ବେଦବ୍ୟାସ ଜି ମହାରାଜ ଏଥିରେ ଭାଗବତ କଥାମୃତ ପ୍ରବଚନ ପ୍ରଦାନ କରିବେ। ଏଥି ନିମନ୍ତେ ୮ ତାରିଖ ଅପରାହ୍ନ ଚାରି ଟାରେ ଜଗନ୍ନାଥ ମନ୍ଦିରରୁ ଏକ ଭବ୍ୟ କଳସ ଶୋଭାଯାତ୍ରାରେ ପ୍ରଜ୍ଞା ବାହିନୀର ଶତାଧିକ ମହିଳା ସମେତ ପ୍ରାୟ ତିନି ଶହ ଶ୍ରଦ୍ଧାଳୁ ସଙ୍କୀର୍ତ୍ତନର ତାଳେ ତାଳେ ପୁରୁଷୋତ୍ତମ ସାଗରକୁ ଯାଇଥିଲେ। ଜଗନ୍ନାଥ ମନ୍ଦିରର ପୂଜକ ଅଜୟ ମହାପାତ୍ର ଭାଗବତ ମହାପ୍ରଭୁଙ୍କୁ ମଥାରେ ବୋହି ଥିବା ବେଳେ ବେଦବ୍ୟାସ ଜି ମହାରାଜ ଓ ତାଙ୍କ ଦଳ, ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ବିନୋଦ ଶର୍ମା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ଭବାନୀପାଟଣା ନଗର ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ, ସମ୍ପାଦକ ଶେଷଦେବ ମିଶ୍ର ବରିଷ୍ଠ ସଭ୍ୟ ଭାଗବତ ପ୍ରସାଦ ମହାପାତ୍ର ,ସମରେନ୍ଦ୍ର ମୁଣ୍ଡ, ଚକ୍ରଧର ଦାଶ, ଶଶାଙ୍କ ଦାଶ, ରମଧାରି ଦାଶ, ବିକ୍ରମ ମୁଣ୍ଡ , ସନ୍ତୋଷ ଦାଶ ସମେତ ବ୍ରାହ୍ମଣ ସମାଜର ବହୁ ସଦସ୍ୟ ଓ ସହରର ଶ୍ରଦ୍ଧାଳୁ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପୁରୁଷୋତ୍ତମ ସାଗରରେ ଜଳାଧିବାସ କର୍ମ ପରେ ମହିଳା ମାନେ ମୁଣ୍ଡରେ କଳସ ବୋହି ଶୋଭାଯାତ୍ରାରେ ସହର ପରିକ୍ରମା କରି ଜଗନ୍ନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ଦିରରେ କଳସ ସ୍ଥାପନ କରାଯାଇ ଆଳତୀ କରାଯାଇଥିଲା। ୯ ତାରିଖରୁ ୧୫ ତାରିଖ ଯାଏଁ ପ୍ରତିଦିନ ସଂଧ୍ୟା ୬ ଟାରୁ ରାତି ୯ ଟା ଯାଏଁ ଭାଗବତ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବ୍ରାହ୍ମଣ ସମାଜ ସଭାପତି ଜଗନ୍ନାଥ ମୁଣ୍ଡ ପ୍ରକାଶ କରିଛନ୍ତି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts