ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀ, ଭବାନୀପାଟନା ସଦର ବିଧାୟକ ସାଗର ଚରଣ ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା, ଲାଞ୍ଜିଗଡ ଓ ଜୁନାଗଡ ବିଧାୟକ ଙ୍କ ପ୍ରତିନିଧି ସହ କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ଯୋଗ ଦେଇ ଥିଲେ ।
ଏତତବ୍ୟତୀତ ସମସ୍ତ ଲାଇନ ବିଭାଗର ଅଧିକାରୀ , ଚାଷୀ ପ୍ରତିନିଧି ଏବଂ ମିଲର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚଳିତ ୨୦୨୪ -୨୫ ବର୍ଷ ଖରିଫ ଫସଲ ପାଇଁ ଜିଲ୍ଲାରେ ୧୧୪୭୫୮ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବୈଠକରେ ପ୍ରକାଶ କରାଯାଇଥିଲା। ବୈଠକର କାଯ୍ୟସୂଚୀ ଅନୁଯାୟୀ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ଗତ ବର୍ଷ ଖରିଫ ର କ୍ରୟ ଓ ଚଳିତ ବର୍ଷ ଖରିଫର ଲକ୍ଷ ଧାର୍ୟ , ଧାନ ର ସର୍ବନିମ୍ନ ମୂଲ୍ୟ , ବୋନସ ମଣ୍ଡି ପରିଚାଳନା ଓ ଧାନ କ୍ରୟ ପ୍ରକ୍ରିୟାରେ ସାମିଲ ବିଭିନ୍ନ ସଂସ୍ଥାର ଦାୟିତ୍ଵ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମଣ୍ଡି-ନୋଡାଲ ଅଫିସର , ମଣ୍ଡି-ତଦାରଖ ଅଫିସର ନିଯୁକ୍ତି ସମ୍ପର୍କରେ ଜିଲ୍ଲାପାଳ ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ ।
ଏହି ଋତୁରେ ଡିଜିଟାଲ ଧାନ ବିଶ୍ଳେଷକ ବ୍ୟବହାର ନିମନ୍ତେ ୧୩୫ ଜଣ ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତ କରାଯିବା ସମ୍ପର୍କକରେ ଜିଲ୍ଲାପାଳ ସୂଚନା ଦେଇ ଥିଲେ । ଚଳିତ ବର୍ଷ ୭ ଗୋଟି ନୂଆ ମଣ୍ଡି ସ୍ଥାପନ ନିମନ୍ତେ ବୈଠକରେ ସହମତି ପ୍ରକାଶ ପାଇଥିଲା । ଧର୍ମଗଡ଼ ବିଧାୟକ ଚଳିତ ଖରିଫ ଋତୁରେ ଧାନର ବିକ୍ରୟ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କା ସରକାର ଧାର୍ୟ କରି ଥିବାରୁ ସମସ୍ତଙ୍କ ସହଯୋଗରେ ଧାନ କିଣା ପ୍ରକ୍ରିୟାକୁ ସୂଚାରୁ ରୂପେ ପରିଚାଳନା ନିମନ୍ତେ ଗୁରୁତ୍ବ ଆରୋପ କରିଥିଲେ। ବୈଠକରେ ଧାନ କ୍ରୟ ରେ ଭାଗ ନେଉ ଥିବା ମହିଳା ସ୍ଵୟ ସହାୟିକା ଗୋଷ୍ଠୀ ମାନଙ୍କ କାର୍ଯ ଦକ୍ଷତା ଉପରେ ଆଲୋଚନା କରାଯାଇଥିଲା । ସେଥିମଧ୍ୟରୁ ବିଭିନ୍ନ କାରଣରୁ ୭ ଗୋଟି WSHG କୁ ଧାନ କ୍ରୟ ପ୍ରକ୍ରିୟରୁ ବାଦ ଦିଆଯାଇଥିବାର ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ । ଧାନ ସଂଗ୍ରହ ପ୍ରକ୍ରିୟା ୨୯.୧୧.୨୦୨୪ ଠାରୁ ଆରମ୍ଭ ହୋଇ ପର୍ୟାୟ କ୍ରମେ ୦୪.୧୨.୨୦୨୪ ସୁଦ୍ଧା ଜିଲ୍ଲା ସମସ୍ତ ବ୍ଲକମାନଙ୍କରେ ମଣ୍ଡି ଖୋଲିବା ପାଇଁ ବୈଠକରେ ସ୍ଥିରୀକୃତ ହେଲାଥିଲା । ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ଯେପରି ନିଜର ଧାନ ବିକ୍ରୟ କରି ଠିକ୍ ସମୟରେ ଉପଯୁକ୍ତ ମୂଲ୍ୟ ପାଇପାରିବେ ସେଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ୍ ହୋଇ କାର୍ଯ୍ୟ ତୁଲାଇବା ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଥିଲେ। ଧାନ ସଂଗ୍ରହ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇବା ରେ ସମସ୍ତ ଙ୍କ ସହଯୋଗ ଜିଲ୍ଲାପାଳ କାମନା କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

