ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ଟାଉନହଲ ଠାରେ ଏକ କର୍ମଶାଳା ତଥା ‘ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ’ ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ଆସିଥିବା କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଙ୍କୁ ଭବାନୀପାଟଣା ସ୍ଥିତ ଘରୋଇ ହଟେଲ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ କଳିଙ୍ଗ ପାଇକ ସେନା ରାଜ୍ୟ ସଭାପତି ଭୈରବ ପ୍ରସାଦ ନାୟକ ଏବଂ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଙ୍କ ସହିତ ବିଜୁ ଜନତା ଦଳ ର କର୍ମକର୍ତ୍ତା ।
ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିକାଶରେ ସମସ୍ତେ ଯୁବ ଛାତ୍ର କର୍ମକର୍ତ୍ତା ଅଗ୍ରଣୀ ଭୂମିକା ନେବାସହ ନୂତନ ଓଡ଼ିଶା ଗଠନ ଦିଗରେ ସହାୟକ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ, ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ନବୀନ ଓଡ଼ିଶାର ସାରଥୀ ହେବାପାଇଁ ଆହ୍ବାନ ଦେଇଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

