ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ଭବାନୀପାଟଣା ଯୁବ ସାଂସ୍କୃତିକ ପରିଷଦ ଆୟୋଜିତ ଓଡ଼ିଆ ସଂଙ୍ଗୀତ ଜଗତର ମଉଡ଼ମଣି ତଥା ଅମୃତ କଣ୍ଠ ସ୍ବର୍ଗତ ଚିତ୍ତ ରଞ୍ଜନ ଜେନା ଙ୍କ ୬ଷ୍ଠ ତମ ବାର୍ଷିକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅବସରରେ ଚିତ୍ତକର୍ଷକ ସଂଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।
ଏତତ୍ ସହିତ ସ୍ୱର୍ଗତ ମହମ୍ମଦ ଅଜିଜ ଏବଂ ସଂଙ୍ଗୀତ ଜଗତର ବରିଷ୍ଠ କଣ୍ଠଶିଳ୍ପୀ ମାନଙ୍କ ଅଭୁଲା ସ୍କୃତି ଚାରଣ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସଂଙ୍ଗୀତ ସନ୍ଧ୍ୟା ରେ ଅର୍ପଣ କରାଯାଇଥିଲା। ଏହି ସଙ୍ଗୀତ ସନ୍ଧ୍ୟା ରେ ମୁଖ୍ୟ ଅତିଥି ପୂର୍ବତନ ଲୋକସଭା ସାଂସଦ ଅର୍କ କେଶରୀ ଦେଓ, ପୌରା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଶିକ୍ଷକ ନେତା ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ, ବିଶିଷ୍ଠ ଚିତ୍ରକଳା ସଂସ୍କୃତି ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତବ ଶିଳ୍ପୀ ପ୍ରଭାସ ଚନ୍ଦ୍ର ମିଶ୍ର, ବିଶିଷ୍ଠ ନୃତ୍ୟଗୁରୁ ଭୀମସେନ ସାହୁ, ବିଶିଷ୍ଠ ଶିକ୍ଷାବିତ୍ ସୁରଜିତ୍ ସିଂ,ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ବିଶିଷ୍ଟ ଶିକ୍ଷାବିତ ଡ଼ଃ ଉମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ମଞ୍ଚାସିନ ରହିଥିଲେ। କଳାହାଣ୍ଡିର ପ୍ରସଂଶା ସାଉଁଟିଥିବା କଣ୍ଠର ଜାଦୁଗର ଜଗନ୍ନାଥ ତ୍ରିପାଠୀ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଯୁବ ସାଂସ୍କୃତିକ ପରିଷଦ ସମ୍ପାଦିକା ସୁପ୍ରଭା ଶତପଥୀ ବିବରଣୀ ପାଠ କରିଥିଲେ। ନୃତ୍ୟ ନିର୍ଦ୍ଦେଶକ ରାଜେଶ କୁମାର ନାଏକ, ସାମ୍ବାଦିକ ମହମ୍ମଦ ଅଲ୍ଲୀ ଏବଂ ଶିକ୍ଷାବିତ୍ ତଥା ଗୀତିକାର ବଙ୍କିମ ମୁଣ୍ଡ,ସପ୍ତାହିକ ଖବର କାଗଜ ନ୍ୟୁଜ ଗ୍ୟାଲେରି ସମ୍ପାଦକ ହେମନ୍ତ କୁମାର ରାୟ, ଏକେଏନ୍ ଚେନାଲ ସମ୍ପାଦକ ଅମିୟ ସାହୁ ରାମ ଚନ୍ଦ୍ର ତ୍ରିପାଠୀ ଙ୍କୁ ସମ୍ମାନିତ କରାଯାଇଥିଲା। ଓଡିଶା ତଥା କଳାହାଣ୍ଡି ମାଟିର ଶ୍ୱନାମଧନ୍ୟ ବିଶିଷ୍ଠକଣ୍ଠ ଶିଳ୍ପୀ ବାଦ୍ୟ ଯନ୍ତ୍ର କଳାକାର ମାନଙ୍କ ନିଜ ନିଜର କଳା ପ୍ରଦର୍ଶନ କରି ସମନ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। ଆୟୋଜିତ ଏହି ସଙ୍ଗୀତ ଆସରରେ ମନୋଜ ଶର୍ମା ସଂଯୋଜନା କରିଥିବା ବେଳେ ଭବାନୀପାଟଣା ଯୁବ ସାଂସ୍କୃତିକ ପରିଷଦ ର କାର୍ଯ୍ୟକାରି ସଭାପତି ଜଗନ୍ନାଥ ତ୍ରିପାଠୀ ଓ ସଭାପତି ଭୁପେଷ ତ୍ରିପାଠୀ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଓଡ଼ିଶାର ଆଗ ଧାଡିର କଣ୍ଠଶିଳ୍ପୀ ଓ ବାଦ୍ୟଯନ୍ତ୍ର କଳାକାର ମାନେ ନିଜର କଲା ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏଥିରେ ସୁମିତା, ଗୀତାଞ୍ଜଳି, ନିହାରିକା, ଲିପ୍ସା ମହାରଣା, ଶ୍ରିୟାଞ୍ଜଳି, ରୋଜଳୀନ, ଅନୁଷ୍କା ପ୍ରମୁଖ କଣ୍ଠଦାନ କରିଥିଲେ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

