ଅଲ ଓଡିଶା ସିଡ୍ବ୍ୟୁଲ କଷ୍ଟଫେଡେରେସନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ବିଶ୍ବର ସର୍ବ ବ୍ରୁହତ ଗଣତନ୍ତ୍ରର ଆତ୍ମା ହେଉଛି ଆମ ଭାରତୀୟ ସମ୍ବିଧାନ । ଆମ ସମ୍ବିଧାନ ଏ ଦେଶକୁ ବିବିଧତା ମଧ୍ୟରେ ଏକତା ହେବାର ପ୍ରେରଣା ଯୋଗାଇଥାଏ । ବିଶ୍ବରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଦ୍ବାରା ଦୀର୍ଘ ଦୁଇ ବର୍ଷ ଏଗାର ମାସ ୧୮ ଦିନ ଧରି ପ୍ରସ୍ତୁତ ଭାରତୀୟ ସମ୍ବିଧାନ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଦେଶର ପ୍ରତିଟି ନାଗରିକଙ୍କ ହକ୍ ଓ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିଥାଏ ଦେଶର ସମ୍ବିଧାନ । ଆଜି ସେଇ ପବିତ୍ର ଗ୍ରନ୍ଥକୁ ଦେଶର ପ୍ରତିଟି ବ୍ୟକ୍ତିବିଶେଷ ପଢ଼ିବା ଜାଣିବା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ଦେଶରେ ଯେତେବେଳେ ସାମ୍ବିଧାନିକ ବ୍ୟବସ୍ଥା ବିଭିନ୍ନ ଦିଗରୁ ଆକ୍ରମଣର ଶିକାର ହେଉଛି ସେତେବେଳେ ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ନିଜର ନୈତିକ ଦାୟିତ୍ୱ ନିର୍ବାହ ପୂର୍ବକ ଲୋକେ ପ୍ରଥମେ ସମ୍ବିଧାନ ଓ ତାର ଗୁରୁତ୍ୱକୁ ଉପଲବ୍ଧି କରନ୍ତୁ ଓ ପରବର୍ତ୍ତୀ ସମୟରେ ଏହି କଷ୍ଟଲବ୍ଧ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ବକ୍ତାମାନେ ସମବେତ ଲୋକଙ୍କୁ ଆହ୍ବାନ ଦେଇଥିଲେ । ଏ ଦିଗରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ଲଗାତାର ଉଦ୍ୟମ ଜାରି ରଖିବା ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଫେଡେରେସନ ଦ୍ବାରା ଆୟୋଜିତ ୭୫ତମ ସମ୍ବିଧାନ ଦିବସ ସମାରୋହ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ମୁଖ୍ୟଅତିଥି ଅବସରପ୍ରାପ୍ତ ଜେଲ୍ ଅଧୀକ୍ଷକ ତଥା ଫେଡେରେସନର ଉପଦେଷ୍ଟା ପ୍ରେମାନନ୍ଦ ବାଗ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଜୟପୁରସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ବିବେକାନନ୍ଦ ସୁନା, ସମ୍ମାନିତ ବକ୍ତା ଭାବେ ଭବାନୀପାଟଣାସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଡ. ନଳିନୀ ବାଗ ଯୋଗଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଫେଡେରେସନର ଉପଦେଷ୍ଟା ଗୋବର୍ଦ୍ଧନ ବାଗ, ବିଶ୍ବନାଥ କର, ବସନ୍ତ ନାଏକ, ଦିଗାମ୍ବର ଦୁରିଆ, ମୁନିଆ ସିପକା, ଖଗେଶ୍ବର ନାଏକ, ଦଇତରାମ ସୁନା, ଏସ୍. ସୁଜାତା, କାର୍ଯ୍ୟକାରୀ ସଭାନେତ୍ରୀ ରମଣୀ ଦୁରିଆ, କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ଆଶିଷରଞ୍ଜନ ନାଏକ, ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, ଯୁବ ବିଭାଗ ସଭାପତି ଚନ୍ଦନ ନାଏକ, ଭବାନୀପାଟଣା ଟାଉନ୍ ସଭାପତି ପ୍ରୁଥୀରାଜ ଛତ୍ରିଆ, ଯୋଜନା ଓ ସମ୍ମନ୍ବୟ କମିଟି ସଂଯୋଜକ ବିଭୀଷଣ ନାଏକ, ଧର୍ମଗଡ଼ ଉପଖଣ୍ଡ ସଭାପତି ବିରଞ୍ଚି ନାରାୟଣ ଜାଲ, କର୍ଲାମୁଣ୍ଡା ବ୍ଲକ ସଭାପତି ବରୁଣ ସୁନା ପ୍ରମୁଖ ମଞ୍ଚାସୀନ ଥିଲେ । ଫେଡେରେସନର ଉପଦେଷ୍ଟା ଯୋଗେଶ୍ବର ସାଗର ସଭା ପରିଚାଳନା କରିଥିବାବେଳେ ଚନ୍ଦନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts