କଳାହାଣ୍ଡି:ଭବାନୀପାଟଣା, ଅମଲା ଭବନ ଠାରେ ଜିଲ୍ଲା ସ୍ତରୀୟ ମିଲିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ସାଧାରଣ ବୈଠକ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ଆବାହକ ଆଶୁତୋଷ ମିଶ୍ର ଙ୍କ ଆହୋଉନ କ୍ରମେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଳା ମନେ ଅଂଶଗ୍ରହଣ କରିଥିଲେ। ଓଡିଶା ଅମଲା ସଂଘ କଳାହାଣ୍ଡି ଜିଲ୍ଲା ର ସଭାପତି ଶ୍ରୀ ସୁକାନ୍ତ କୁମାର ମହାପାତ୍ର ଟ୍ରେଜେର ର ଅମଲା ସଂଘର ସଭାପତି ସମରେନ୍ଦ୍ର ପଣ୍ଡା ସ୍ୱାସ୍ଥ୍ୟ ବିଭାଗରୁ ବ୍ରଜବନ୍ଧୁ ମୁଣ୍ଡ ମଞ୍ଚାସିନଥିଲେ।
କନିଷ୍ଠ ସହାୟକ ମାନଙ୍କ ମୂଳ ଦରମା ଲେଭେଲ -୯ (ଗ୍ରେଡ – ୪୨୦୦)ଟଙ୍କା କରିବାପାଇଁ ସରକାର ଙ୍କୁଚାପ କରିବା ପାଇଁ ସମସ୍ତେ ମତବ୍ୟକ୍ତ କରିଥିଲେ। ଓଡିଶାସରକାର ଙ୍କୁଏହିସଂକ୍ରାନ୍ତିୟ ଚର୍ମଦାବିପତ୍ର ମୂଖ୍ୟ ଶାସନ ସଚିବ ଙ୍କ ଜରିଆରେ ୧ମେ ରେପ୍ରଦାନ କରାଯାଇଛି।ତାହାରି ନକଲ ଜିଲ୍ଲାପାଳ କଳାହାଣ୍ଡି ତଥା ପ୍ରତେକ କାର୍ଯ୍ୟ ଳୟ ମୁଖ୍ୟ ଙ୍କୁ ବିଭିନ୍ନ କାର୍ଯ୍ୟ ଳୟରେ କାର୍ଯ୍ୟ ରତ ଅମଲା ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି।ରାଜ୍ୟ ସଂଘ ର ନିଷ୍ପତ୍ତି ଅନୁଯାଇ ଆଗାମୀ ମେ ୨୧ ସୁଦ୍ଧା ଯଦି ସରକାର ଅମଲାଙ୍କ ଦାବି କୋଣସି ସକାରାତ୍ମକ ନିଷ୍ପତ୍ତି ନେଲେ ୨୨ରୁ୩୦ ପଯ୍ୟନ୍ତ ପ୍ରତିବାଦ ସ୍ୱରୂପ କଳାବ୍ୟାଚ ପରିଧାନ କରିବା ତଥା ୧ଜୁନ ଅନିଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟି ଓ କାର୍ଯ୍ୟ ବନ୍ଦ ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା। ଉକ୍ତସଭାରେ ସମସ୍ତ ବ୍ଲକ ନିମନ୍ତେ ବ୍ଲକ ସ୍ତରୀୟ ଅଧ୍ୟକ୍ଷ ଓ ଆବାହକ ଚୟନ କରାଯାଇଥିଲା।
ଉପସ୍ଥିତ ଅମଲା ମାନଙ୍କ ମଧ୍ୟରୁ ଶ୍ରୀ ରାଜ କିଶୋର ସାହୁ,ଶ୍ରୀ ଟଙ୍କଧର ସାହୁ, ଶ୍ରୀ ମନୋରଞ୍ଜନ ଛତ୍ରପାଲ ଏବଂ ବିଭିନ୍ନ କାର୍ଯ୍ୟ ଳୟ ରୁ ଆସିଥିବା ଅମଲା ମନେ ନିଜ ନିଜ ମତାମତ ରଖିଥିଲେ। ସୁଶାନ୍ତ କୁମାର ମେହେର ସଭାକୁ ଶେଷରେ ଦାନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

