ନ୍ୟୁଜଗ୍ୟାଲେରି,ଭବାନିପାଟଣା:କଳାହାଣ୍ଡି ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ଵ ରେ ଭବାନୀପାଟଣା ସ୍ଥିତ ହୋଟେଲ ସୁରମ୍ମ୍ୟା ଠାରେ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜୁନ୍ ୨୫, ୧୯୭୫ ଭାରତୀୟ ଗଣତନ୍ତ୍ରର ୫୧ବର୍ଷ ପୂର୍ବେ ଆଜିର ଦିନ ରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଦେଶ ଏହି ଦିନଟିକୁ ସମସ୍ତ ଭାରତୀୟ ଙ୍କୁ ମନେ ପକାଇ ଦେବା ସହ ଆଜି କଂଗ୍ରେସ ଦଳ ରେ ଅସ୍ଥିରତା ତିଆରି ପ୍ରୟାସ କୁ ଲୋକ ଲୋଚନ ରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦିନଟିକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଭରତୀୟ ଜନତା ପାର୍ଟି “ସମ୍ବିଧାନ ହତ୍ୟା ଦିବସ”ରେ, ଗଣତନ୍ତ୍ର ପାଇଁ ସହିଦ ହୋଇଥିବା ସେହି ସମସ୍ତ ସଂଗ୍ରାମୀଙ୍କୁ ଆଜିର କାର୍ଯ୍ୟକ୍ରମ ସମ୍ମାନଜନକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ କଳାହାଣ୍ଡି ଜିଲ୍ଲା ରେ ଯେଉଁମାନେ ଜରୁରୀକାଳୀନ ଏକଛତ୍ରବାଦ ସମୟରେ ସଂଘର୍ଷ କରିଥିଲେ, ନିର୍ଯାତନା ସହିଥିଲେ ଏବଂ ଗଣତନ୍ତ୍ର ପୁନରୁଦ୍ଧାର ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ।
ସେମାନଙ୍କ ତ୍ୟାଗ ତପସ୍ୟା ବଳିଦାନ କୁ ସମ୍ମାନ ଜଣାଇ ତାଙ୍କୁ ଦଳ ତରଫ ରୁ ସମ୍ବର୍ଦ୍ଧିତ କରାଯାଇଛି , ଏହି କାର୍ଯ୍ୟକ୍ରମ ରେ ଜରୁରୀକାଳୀନ ସମୟରେ ଜେଲ ଯାଇଥିବା ସୁନିଲ ବେହେରା , ବେଦ ପ୍ରକାଶ ଗୋୟଲ, ଗୋକୁଳା ନନ୍ଦଠାକୁର ଉପସ୍ଥିତ ରହି ଅଙ୍ଗେ ନିଭାଇଥିବା ଓ ପ୍ରତାରଣା ର ଶିକାର ହୋଇଥିବା ସତ୍ୟତା କୁ ଉପସ୍ଥାପନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା , ବରିଷ୍ଟ ଆଇନଜୀବି ଦେବେନ୍ଦ୍ର ମହାନ୍ତି, ବରିଷ୍ଟ ନେତ୍ରୀ ନମିତା ସାହୁ , ଜିଲ୍ଲା ଉପସଭାପତି ଜୟ ଶଙ୍କର ନାଏକ, ସନ୍ତୋଷି ଦାସ , ପୂର୍ବତନ ବିଧାୟକ ଅନାମ ନାଏକ, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶି , ଅକୁର ହରପାଲ୍, ବିଭୀଷଣ ସାହୁ,ବିଜୟ ଦେବ ସାହୁ,ନଗର ସାଧାରଣ ସମ୍ପାଦକ ପ୍ରଦୀପ ଦାସ,ବରିଷ୍ଟ ନେତା ଭବାନୀ ନିୟାଲ, ଶରତ ନାଏକ,କେଶରୀ ଦୁର୍ଗା ଜିଲ୍ଲା ମିଡ଼ିଆ ସଂଯୋଜକ ନରହରୀ ପଟ୍ଟନାୟକ ଙ୍କ ସମତେ ଶତାଧିକ କାର୍ଯ୍ୟକର୍ତ୍ତା ଓ ବୁଦ୍ଧଜୀବିମାନେ ଉପସ୍ଥିତ ରହିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗ ମଞ୍ଚ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରAugust 10, 2026ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର
ଜିଲ୍ଲା ଖବରAugust 8, 2026ଭବାନୀପାଟଣା ମୁସିଗୁଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ନିଶାମୁକ୍ତ କାର୍ଯ୍ୟକ୍ରମ
ଜିଲ୍ଲା ଖବରAugust 6, 2026ଗଣ ସକ୍ରିୟ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ
ଜିଲ୍ଲା ଖବରAugust 5, 2026ତୁର୍କେଲ ବ୍ରିଜ ନିର୍ମାଣ ପାଇଁ ସଦର ବିଧାୟକ ୩୮କିମି ପଦଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ରଦେଲେ

