ନ୍ୟୁଜ ଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ) ଧର୍ମଗଡ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ଟିପିଗୁଡା ଏବଂ ଡୁମେରଗୁଡା କୁ ସଂଯୋଗୀକରଣ କରୁଥିବା ଏକ ବିଶାଳ ନାଳ ଉପରେ ଏକ ସୁଉଚ୍ଚ ପୋଲ ସହ ୨କିମି ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଧର୍ମଗଡ ବିଧାୟକ ସୁଧୀର ରଂଜନ ପଟ୍ଟଯୋଷୀ ।
ସରକାର ଙ୍କ ତରଫରୁ ଏଥିପାଇଁ ୨କୋଟି୭୪ଲକ୍ଷ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା ସରିଛି । ସୁଉଚ୍ଚ ପୋଲ ଦୁଇପାଖରେ ଏହା ସହିତ ୨କିମି ପିଚୁରାସ୍ତା ମଧ୍ୟ ନିର୍ମାଣ କରାଯିବ । ଏହି କାର୍ଯ୍ୟ ସରିଲେ ଆଖପାଖର ସମସ୍ତ ପଞ୍ଚାୟତ ର ୪୦ଖଣ୍ଡ ଗ୍ରାମବାସୀ ଉପକୄତ ହେବେ । ଏହି କାର୍ଯ୍ୟକ୍ରମ ରେ ଗ୍ରମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ କପିଳେଶ୍ବର ସିଂ,ସହକାରୀ ଯନ୍ତ୍ରୀ ଅନିରୁଦ୍ଧ ଦୋରା,କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳ ସମେତ ହିମାଂଶୁ ପଣ୍ଡା, ଅପ୍ରେସ ସ୍ବାଇଁ, ଚତୁର୍ଭୁଜ ତାଣ୍ଡି, ସ୍ଥାନୀୟ ପଞ୍ଚାୟତ ମାନଙ୍କ ସରପଞ୍ଚ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

