ନ୍ୟୁଜ ଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ) ଧର୍ମଗଡ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ଟିପିଗୁଡା ଏବଂ ଡୁମେରଗୁଡା କୁ ସଂଯୋଗୀକରଣ କରୁଥିବା ଏକ ବିଶାଳ ନାଳ ଉପରେ ଏକ ସୁଉଚ୍ଚ ପୋଲ ସହ ୨କିମି ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଧର୍ମଗଡ ବିଧାୟକ ସୁଧୀର ରଂଜନ ପଟ୍ଟଯୋଷୀ ।
ସରକାର ଙ୍କ ତରଫରୁ ଏଥିପାଇଁ ୨କୋଟି୭୪ଲକ୍ଷ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା ସରିଛି । ସୁଉଚ୍ଚ ପୋଲ ଦୁଇପାଖରେ ଏହା ସହିତ ୨କିମି ପିଚୁରାସ୍ତା ମଧ୍ୟ ନିର୍ମାଣ କରାଯିବ । ଏହି କାର୍ଯ୍ୟ ସରିଲେ ଆଖପାଖର ସମସ୍ତ ପଞ୍ଚାୟତ ର ୪୦ଖଣ୍ଡ ଗ୍ରାମବାସୀ ଉପକୄତ ହେବେ । ଏହି କାର୍ଯ୍ୟକ୍ରମ ରେ ଗ୍ରମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ କପିଳେଶ୍ବର ସିଂ,ସହକାରୀ ଯନ୍ତ୍ରୀ ଅନିରୁଦ୍ଧ ଦୋରା,କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳ ସମେତ ହିମାଂଶୁ ପଣ୍ଡା, ଅପ୍ରେସ ସ୍ବାଇଁ, ଚତୁର୍ଭୁଜ ତାଣ୍ଡି, ସ୍ଥାନୀୟ ପଞ୍ଚାୟତ ମାନଙ୍କ ସରପଞ୍ଚ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

