ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନିକଟସ୍ଥ ପୋଷ୍ୟଗ୍ରାମ ରିଷି ଗାଁ ଗ୍ରାମଠାରେ ଜାତୀୟ ସେବା ଯୋଜନା ଅଧିକାରୀ ଡ. ରାଧାରାଣୀ ନାୟକଙ୍କ ତତ୍ତ୍ୱାବଧାନରେ ଶୀତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ ଜଣ ବାଳିକା ସ୍ଵେଚ୍ଛାସେବୀଙ୍କୁ ନେଇ ୫ ତାରିଖ ଠାରୁ ଆରମ୍ଭ ହୋଇ ୧୧ ପର୍ଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଉଦ୍ଧଘାଟନ କରିବା ସହିତ ଛାତ୍ରୀମାନଙ୍କୁ ମହାବିଦ୍ୟାଳୟରୁ ଗାଁ କୁ ଯାଇ ବିଭିନ୍ନ ବିଷୟରେ ଲୋକମାନଙ୍କୁ ସାହାଯ୍ଯ ତଥା ସଚେତନ କରିବା ପାଇଁ ଉଦବୋଧନ ଦେଇଥିଲେ। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ସଭାପତିତ୍ୱ କରିଥିଲେ।ଏହି ଶିବିରର ଉଦ୍ଧଘାଟନ ଉତ୍ସବରେ ସମ୍ମାନୀତ ଅତିଥି ରିଷିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୀତା ମହାନ୍ତି ଯୋଗଦାନ କରିଥିଲେ। ଏହି ଶିବିରରେ ସ୍ବେଚ୍ଛାସେବୀମାନେ ଯଥା ସାତ୍ତ୍ବିକ ମାଝୀ, ଶିବାନୀ ବାଗ୍, ରିଙ୍କି ମେହେର, ସିପ୍ରା ପଟ୍ଟନାୟକ, କୁମୁଦିନୀ ଶବର ଆଦି ପ୍ରମୁଖ ଅଗ୍ରଣୀ ଭୂମିକା ଲିଭାଇଥିଲେ। ଡ. ରାଧାରାଣୀ ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଡ. ପ୍ରତାପ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

