କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ସିନିଅର ଫେଲୋସିପ ଓ ଜୁନିୟର ଫେଲୋସିପ ମନୋନୟନର ଫଳାଫଳ ଘୋଷିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଦୁଇଜଣ ସଂସ୍କୃତି ଗବେଷକ ସତ୍ୟ ନାରାୟଣ ମହାପାତ୍ର ଘୁମୁରା ଗୀତର ସାହିତ୍ୟିକ ସୌନ୍ଦର୍ଯ୍ୟବୋଧ ଉପରେ ଗବେଷଣା ନିମନ୍ତେ ଓ ଧ୍ୟାନାନନ୍ଦ ପଣ୍ଡା ଲୋକ ବାଦ୍ୟ ଉପରେ ଗବେଷଣା ନିମନ୍ତେ ସିନିଅର ଫେଲୋସିପ ପାଇଁ ମନୋନୀତ ହୋଇଛନ୍ତି। ଦୁଇ ବର୍ଷ ଧରି ଏହି ଗବେଷକ ଦ୍ବୟ ନିଜ ନିଜ ବିଷୟ ଉପରେ ଗବେଷଣା କରି ସନ୍ଦର୍ଭ ଉପସ୍ଥାପନ କରିବେ।
ଏହି ଗବେଷଣା ନିମନ୍ତେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଉଭୟ ଗବେଷକ ଙ୍କୁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ସହଯୋଗ ରାଶି ଯୋଗାଇଦେବେ। ଏଠାରେ ସୂଚନାଯୋଗ୍ୟ ଯେ ସତ୍ୟ ନାରାୟଣ ମହାପାତ୍ର ଜଣେ ଘୁମୁରା ଗୀତିକାର ଓ ଗୁରୁ ତଥା କଳାହାଣ୍ଡି ଲୋକ ସଂସ୍କୃତି ଗବେଷକ। ସେ ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ସହିତ ବର୍ତ୍ତମାନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଛନ୍ତି। ସେହିପରି ଧ୍ୟାନାନନ୍ଦ ପଣ୍ଡା ଜଣେ ଲୋକବାଦ୍ୟ ଗୁରୁ, ଓସ୍ତାଦ ବିସ୍ମିଲ୍ଲା ଖାଁ ପୁରସ୍କାର ବିଜେତା। ସେ ପ୍ରତିଭା ଅନୁଷ୍ଠାନ ର ଅଧ୍ୟକ୍ଷ । ଦେଶ ବିଦେଶରେ ଲୋକନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି। କଳାହାଣ୍ଡି ଏହି ଦୁଇ ବିଶିଷ୍ଟ ସଂସ୍କୃତି ଗବେଷକ ସିନିଅର ଫେଲୋସିପ ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଉଭୟଙ୍କୁ କଳାହାଣ୍ଡି ଜିଲ୍ଲାର ବହୁ କଳାକାର ଓ ସଂସ୍କୃତି ପ୍ରେମୀ ଅଭିନନ୍ଦନ ଜଣାଇଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

