କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ସିନିଅର ଫେଲୋସିପ ଓ ଜୁନିୟର ଫେଲୋସିପ ମନୋନୟନର ଫଳାଫଳ ଘୋଷିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଦୁଇଜଣ ସଂସ୍କୃତି ଗବେଷକ ସତ୍ୟ ନାରାୟଣ ମହାପାତ୍ର ଘୁମୁରା ଗୀତର ସାହିତ୍ୟିକ ସୌନ୍ଦର୍ଯ୍ୟବୋଧ ଉପରେ ଗବେଷଣା ନିମନ୍ତେ ଓ ଧ୍ୟାନାନନ୍ଦ ପଣ୍ଡା ଲୋକ ବାଦ୍ୟ ଉପରେ ଗବେଷଣା ନିମନ୍ତେ ସିନିଅର ଫେଲୋସିପ ପାଇଁ ମନୋନୀତ ହୋଇଛନ୍ତି। ଦୁଇ ବର୍ଷ ଧରି ଏହି ଗବେଷକ ଦ୍ବୟ ନିଜ ନିଜ ବିଷୟ ଉପରେ ଗବେଷଣା କରି ସନ୍ଦର୍ଭ ଉପସ୍ଥାପନ କରିବେ।
ଏହି ଗବେଷଣା ନିମନ୍ତେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଉଭୟ ଗବେଷକ ଙ୍କୁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ସହଯୋଗ ରାଶି ଯୋଗାଇଦେବେ। ଏଠାରେ ସୂଚନାଯୋଗ୍ୟ ଯେ ସତ୍ୟ ନାରାୟଣ ମହାପାତ୍ର ଜଣେ ଘୁମୁରା ଗୀତିକାର ଓ ଗୁରୁ ତଥା କଳାହାଣ୍ଡି ଲୋକ ସଂସ୍କୃତି ଗବେଷକ। ସେ ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ସହିତ ବର୍ତ୍ତମାନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଛନ୍ତି। ସେହିପରି ଧ୍ୟାନାନନ୍ଦ ପଣ୍ଡା ଜଣେ ଲୋକବାଦ୍ୟ ଗୁରୁ, ଓସ୍ତାଦ ବିସ୍ମିଲ୍ଲା ଖାଁ ପୁରସ୍କାର ବିଜେତା। ସେ ପ୍ରତିଭା ଅନୁଷ୍ଠାନ ର ଅଧ୍ୟକ୍ଷ । ଦେଶ ବିଦେଶରେ ଲୋକନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି। କଳାହାଣ୍ଡି ଏହି ଦୁଇ ବିଶିଷ୍ଟ ସଂସ୍କୃତି ଗବେଷକ ସିନିଅର ଫେଲୋସିପ ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଉଭୟଙ୍କୁ କଳାହାଣ୍ଡି ଜିଲ୍ଲାର ବହୁ କଳାକାର ଓ ସଂସ୍କୃତି ପ୍ରେମୀ ଅଭିନନ୍ଦନ ଜଣାଇଛନ୍ତି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

