ନ୍ୟୁଜ ଗ୍ୟାଲେରି,ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦିଲ୍ଲୀର ଜନତା ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାରଙ୍କୁ ହଟାଇ ପଦ୍ମ ଫୁଟାଇ ଥିବାରୁ ମୋହନ ମାଝୀ ଏହି କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୋହନ ଚରଣ ମାଝୀ କହିଛନ୍ତି, ଅକୁଣ୍ଠ ଭଲ ପାଇବା ଓ ସମର୍ଥନ ଦେଇ ସମୃଦ୍ଧ ଦିଲ୍ଲୀ ଗଠନ ଦିଗରେ ବିଜେପିକୁ ଆଶୀର୍ବାଦ ଦେଇଥିବାରୁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଉଛି।
ବିକଶିତ ଭାରତର ବିକଶିତ ରାଜଧାନୀ ପାଇଁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଉପରେ ଦିଲ୍ଲୀବାସୀଙ୍କ ବିଶ୍ୱାସ ଓ ଭରସାର ପ୍ରତିଫଳନ। ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଡ଼ବଲ ଇଞ୍ଜିନ ସରକାର ଗଠନ ଦିଗରେ ନିଜର ଯୋଗଦାନ ଦେଇଥିବା ସମସ୍ତ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି।
Latest entries
ଜିଲ୍ଲା ଖବରJuly 29, 2026ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
ଜିଲ୍ଲା ଖବରJuly 29, 2026ପୂର୍ବତନ ମନ୍ତ୍ରୀ ଦିବଂଗତ ସୁଶାନ୍ତ ସିଂହଙ୍କ ବିୟୋଗରେ ବିଜୁ ଜନତା ଦଳ କଳାହାଣ୍ଡି ପକ୍ଷରୁ ଶୋକସଭା
ଜିଲ୍ଲା ଖବରJuly 27, 2026କର୍ଲାଗୁଡା ସ୍କୁଲରେ ଶିକ୍ଷକ ମନଇଚ୍ଛା ଆସିବା ପ୍ରସଙ୍ଗ ହେଉନି କାର୍ଯ୍ୟାନୁଷ୍ଠାନ
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ

