ନ୍ୟୁଜ ଗ୍ୟାଲେରି ଭବାନୀପାଟଣା: ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଭବାନୀପାଟଣା ଓ ଧର୍ମଗଡ ଉପଖଣ୍ଡ ରେ ରଜନୀ କାନ୍ତ ନାଏକ କନିଷ୍ଠ ସହାୟକ ଭାବେ କାର୍ଯ୍ୟ ସମ୍ପାଦନ କରି ଅବସର ଗ୍ରହଣ କରିଥିଲେ। ତାଙ୍କର ଶୃଙ୍ଖଳିତ, ଅମାୟିକ, କାର୍ଯ୍ୟ ଦକ୍ଷତା ବ୍ୟକ୍ତିତ୍ୱ ଯୋଗୁଁ ସେ ଉପରିସ୍ଥ ଅଧିକାରୀ, ସହକର୍ମୀ ଓ ଠିକାଦାର ମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ ଭବାନୀପାଟଣା, ଧର୍ମଗଡ ଉପଖଣ୍ଡ କାର୍ଯ୍ୟାଳୟ ସମେତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଠିକାଦାର ସଂଘ ପକ୍ଷରୁ ପୃଥକ୍ ଭାବେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଠିକାଦାର ସଂଘ ପକ୍ଷରୁ ଭବାନୀପାଟଣା ଭାରତ ପ୍ୟାଲେସ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କାହ୍ନୁ ଚରଣ ମଣ୍ଡଳ, ପ୍ରଭାତ ଧଳ, ମନୋଜ ଗୁପ୍ତା, ଦୀପକ ପ୍ରଧାନ, ଜ୍ୟୋତି ପ୍ରକାଶ ମହଲା,ଦିନେଶ ଅଗ୍ରୱାଲ, ଶମ୍ଭୁ ଯୋଷୀ, ସଞ୍ଜୟ ସିଂ ପ୍ରମୁଖ ଠିକାଦାର ଉପସ୍ଥିତ ରହି କନିଷ୍ଠ ସହାୟକ ଶ୍ରୀ ନାଏକଙ୍କ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରିବା ସହ ମାନପତ୍ର, ଉପଢୌକନ ଓ ପ୍ରୀତି ଉପହାର ପ୍ରଦାନ କରିଥିଲେ। ଠିକାଦାର ଅଶୋକ କୁମାର ମହାପାତ୍ର ସଭା ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରJuly 29, 2026ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
ଜିଲ୍ଲା ଖବରJuly 29, 2026ପୂର୍ବତନ ମନ୍ତ୍ରୀ ଦିବଂଗତ ସୁଶାନ୍ତ ସିଂହଙ୍କ ବିୟୋଗରେ ବିଜୁ ଜନତା ଦଳ କଳାହାଣ୍ଡି ପକ୍ଷରୁ ଶୋକସଭା
ଜିଲ୍ଲା ଖବରJuly 27, 2026କର୍ଲାଗୁଡା ସ୍କୁଲରେ ଶିକ୍ଷକ ମନଇଚ୍ଛା ଆସିବା ପ୍ରସଙ୍ଗ ହେଉନି କାର୍ଯ୍ୟାନୁଷ୍ଠାନ
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ

