ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟର ଏମଜିଏନଆରଇଜିଏ ସହକାରୀ ପ୍ରିୟଙ୍କା ଜେନାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଏମଜିଏନଆରଇଜିଏ ଯୋଜନା ଅଧୀନରେ ଫାର୍ମ ପଣ୍ଡ (କୃଷି ପୋଖରୀ) ନିର୍ମାଣ ବାବଦକୁ ମଞ୍ଜୁର ହୋଇଥିବା ବିଲ୍ ଅର୍ଥ (୨.୬୮ ଲକ୍ଷ ଟଙ୍କା) ଛାଡ଼ କରିବା ବଦଳରେ ଜଣେ ହିତାଧିକାରୀଙ୍କ ଠାରୁ ୩୫,୦୦୦ ଟଙ୍କାର ବେଆଇନ ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ କରାଯାଇଛି।
ଅଭିଯୁକ୍ତ ହିତାଧିକାରୀଙ୍କ ସପକ୍ଷରେ ପୂର୍ବରୁ ମଞ୍ଜୁର ହୋଇସାରିଥିବା ବିଲ୍ ଅର୍ଥ ଏବଂ ବାକି ଥିବା ବିଲ୍ ଅର୍ଥକୁ ପାସ୍ କରାଇଦେବା ପାଇଁ ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଦାବି ମୁତାବକ ୩୫,୦୦୦ ଟଙ୍କା ଲାଞ୍ଚ ନଦେଲେ ବାକି ଥିବା ବିଲ୍ ଅର୍ଥ ଛାଡ଼ କରିବାରେ ସେ କୌଣସି ସହଯୋଗ କରିବେ ନାହିଁ ବୋଲି ହିତାଧିକାରୀଙ୍କୁ ଧମକ ମଧ୍ୟ ଦେଇଥିଲେ। ହିତାଧିକାରୀ ଜଣକ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ, ସେ ନିର୍ଯାତନା ବାବଦରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇ ଅଭିଯୋଗ କରିଥିଲେ।
ଉକ୍ତ ଅଭିଯୋଗ ଆଧାରରେ ଆଜି ଏକ ଟ୍ରାପ୍ ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ଜଣେ ହିତାଧିକାରୀଙ୍କ ଭବାନୀପାଟଣା ଇରିଗେସନ କଲୋନୀ ଛକ ନିକଟରେ ଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଏମଜିଏନଆରଇଜିଏ ସହକାରୀ ପ୍ରିୟଙ୍କା ଜେନାଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍ ରଙ୍ଗେହାତ କାବୁ କରିଥିଲା। ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇ ଏହି ଟ୍ରାପ୍ ପରେ, ଜେନାଙ୍କ ଭବାନୀପାଟଣାସ୍ଥିତ ବାସଭବନ ଏବଂ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକସଙ୍ଗେ ଚଢ଼ାଉ ଜାରି ରହିଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

