ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସପ୍ତାହ ବ୍ୟାପୀ ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ କାର୍ଯ୍ୟକ୍ରମ ଉତ୍ସାହ ଓ ସଚେତନତା ସହିତ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶଇଲେନ୍ଦୁ ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ୍ ନିଶା, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ସମାଜ କଲ୍ୟାଣ ଅଧିକାରିଣୀ ସୁମିତା ଦେବୀ ତ୍ରିପାଠୀ, ପ୍ରଧାନଶିକ୍ଷକ ଦୀନକୃଷ୍ଣ ଜୋଶୀ, ଜିଲ୍ଲା ସଂଯୋଜକ ମହିଳା ସଶକ୍ତିକରଣ ଯୋଗେଶ୍ଵର ବୁଦ୍ଧିଆ, ଜିଲ୍ଲା ସଂଯୋଜକ ଏଡ୍ ଏଟ୍ ଆକ୍ସନ ଦିବ୍ୟ ରଞ୍ଜନ ଯୋଷି, ଆଭା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବଦ୍ରି ପ୍ରସାଦ ସାହୁ ସହ ଜିଲ୍ଲା ମହିଳା ହବ୍ କର୍ମଚାରୀମାନେ ଉପସ୍ଥିତ ରହି ଶିଶୁ କନ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ।
ଅତିଥିମାନେ ଶିଶୁମାନଙ୍କୁ ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଅଧିକାର ବିଷୟରେ ସଚେତନ କରିବା ସହ ବାଲ୍ୟ ବିବାହ ଓ ଶିଶୁ ଶ୍ରମ ରୋକଥାମ ପାଇଁ ଶକ୍ତ ବାର୍ତ୍ତା ଦେଇଥିଲେ। ଏହି ଅବସରରେ କଳା, ଶିକ୍ଷ୍ୟା, ଭାଷଣ, ନିବନ୍ଧ, ନୃତ୍ୟ ଓ ସଙ୍ଗୀତ ଭଳି ବିଭିନ୍ନ ସାଂସ୍କୃତିକ ଓ ସୃଜନାତ୍ମକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ଶିଶୁମାନଙ୍କର ପ୍ରତିଭାକୁ ପ୍ରକାଶ କରିଥିଲା।
କାର୍ଯ୍ୟକ୍ରମର ପ୍ରତିଭାଶାଳୀ ଶିଶୁ ମାନଙ୍କୁ ସମ୍ମାନିତ କରାଯାଇଥିଲା।
Latest entries
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ
ଜିଲ୍ଲା ଖବରOctober 3, 2026ଭବାନିପାଟଣା ବିଧାୟକ ସାଗର ଚରଣ ଦାସଙ୍କ ସହ କଥିତ ଦୁର୍ବ୍ୟବହାର ପ୍ରତିବାଦ

