Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ମାଳବିକା ଦେବୀ, ସମ୍ମାନିତ ଅତିଥି ଡ଼ା. ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁତ୍ତମ କୁମାର ନାୟକ ଓ ଦୁଷ୍ମନ୍ତ ପ୍ରଧାନ ଯୋଗ ଦେଇ ରାଷ୍ଟ୍ରଗଠନ ରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ଅତୁଳନୀୟ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ୱାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଵଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ସ୍କୁଲର ମୁଖପତ୍ର “ସ୍ୱାଭିମାନ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ଜିଲ୍ଲା ସ୍ତରୀୟ ଚେସ, ବକୃତା,ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ, ବୈଷ୍ଣବ ଜାଲ, ସ୍ୱାସ୍ଥ୍ୟକର୍ମୀ ରିୟାଜ ଅଲ୍ଲୀ ଓ ସଂଗୀତଜ୍ଞ ଦିଲୀପ କୁମାର ଜାନୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ଶିକ୍ଷକ ସମ୍ପଦ ମୁଣ୍ଡ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, ସାଧନା ପ୍ରଧାନ, କଲ୍ୟାଣୀ ବାଗ, ସୁଶ୍ରୀ ଶୁଭଶ୍ରୀ ସାହୁ, ସରିତା ବାଗେଲ, ସୁରଶ୍ମିତା ତ୍ରିପାଠୀ, ବୃଷଭ ଦାସ,ସୁଯ୍ୟକାନ୍ତି ସିଂ ଦେଓ, ବିନ୍ଦୁ ମାଝୀ ସହଯୋଗ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପରିବେଷଣ ହୋଇଥିଲା ଓ ରାଷ୍ଟ୍ରୀୟ ସଂଗୀତ ସହ ସଭା ସାଙ୍ଗ କରାଯାଇଥିଲା ।
Editor, News Gallery Mob: 9439506580 Email: newsgallery.in@gmail.com
