ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଭବାନୀପାଟଣା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଭିବି -ଜିରାମ -ଜୀ ଯୋଜନା ର ଜିଲ୍ଲା ସ୍ତରୀୟ ଜନଜାଗରଣ କର୍ମଶାଳା ଅନୁଷ୍ଠିତ ହେଇଯାଇଛି। ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ଅଧକ୍ଷ୍ୟତା ରେ ଆୟୋଜିତ କର୍ମଶାଳା ରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ଅନିରୁଦ୍ଧ ପ୍ରଧାନ, ନମିତା ରାଣୀ ସାହୁ,ଭିବି -ଜିରାମ-ଜୀ ର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା ସ୍ୱାଗତ ଭାଷଣ ଓ ବିଷୟବସ୍ତୁ ଉପରେ ଅଭିଭାଷଣ ଦେଇଥିଲେ ।
କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ସତ୍ୟ ବେହେରା, ମଞ୍ଚ ପରିଚାଳନା କରିଥିଲେ ଓ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା କାର୍ଯ୍ୟକ୍ରମ କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭିବି -ଜୀ ରାମ -ଜୀ ର ଜିଲ୍ଲା ସହ ସଂଯୋଜକ ତ୍ରିନାଥ ଶବର, ଘନଶ୍ୟାମ ଗହୀର, ଚନ୍ଦନ ସେନାପତି, ପ୍ରମୁଖ ଉଦବୋଧନ ଦେଇ ଜନଜାଗରଣ କରାଇଥିଲେ ।
କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ସନ୍ତୋଷୀ ଦାସ, ନିରୁପମା ସାମଲ, ପଦ୍ମଲୋଚନ ମିଶ୍ର, ସମ୍ପାଦକ ମମତା ପଣ୍ଡା, ସନ୍ତୋଷ ବିସୀ, ବିଭୀଷଣ ସାହୁ, ସୁକାନ୍ତି ସା, ହେମନ୍ତ ମାଝୀ, ଯୁବମୋର୍ଚା ଜିଲ୍ଲା ସଭାପତି ବିଜୟଦେବ ସାହୁ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଗଣେଶ କୁମାର, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ସାଗର ମାଝୀ, ସମସ୍ତ ମଣ୍ଡଳ ସଭାପତି, ପ୍ରଭାରୀ, ସମସ୍ତ ମଣ୍ଡଳ ଟୋଲୀ, ସମସ୍ତ ସରପଞ୍ଚ, ସମିତି, ବ୍ଲକ ଅଧକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଓ ମୁଖ୍ୟ ଅତିଥି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ମନରେଗା ରେ ହୋଈ ଆସୁଥିବା ଦୁର୍ନୀତି କୁ ରୋକିବାରେ କେନ୍ଦ୍ର ସରକାର ଙ୍କ ପ୍ରୟାସ କୁ ପ୍ରଶଂସା କରିବା ସହିତ ବିଭୀ -ଜିରାମ -ଜୀ ଯୋଜନା କୁ ପ୍ରତେକ ପଞ୍ଚାୟତ ରେ ଜନଜାଗରଣ କରି ପ୍ରଚାର ସକାଶେ ଆହ୍ୱାନ ଦେଇଥିଲେ କୃଷକ ଓ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଏହି ଆଇନ ରେ ପରିବର୍ତନ ହୋଇଛି ବୋଲି ବକ୍ତା ମାନେ ଅବଗତ କରାଇଥିଲେ ।ଆଗାମୀ ଦିନରେ ଜନଜାଗରଣ ସୃଷ୍ଟି ପାଇଁ ଏହାକୁ ବ୍ୟପକ ଭାବେ ପ୍ରଚାର କରିବା ସହ ଗାଁ ଗାଁ ବୁଲି ଶ୍ରମିକ ଓ କୃଷକ, ଜନସାଧାରଣ ଙ୍କ ପାଖରେ ପହଞ୍ଚିବା ପାଇଁ ସମସ୍ତ ନେତୃତ୍ୱ ଅଭିଭାଷଣ ରେ ପ୍ରକାଶ କରିଥିଲେ ।
Latest entries
ଜିଲ୍ଲା ଖବରJune 15, 2026ହାଇୱାକୁ ପଛରୁ ପିଟିଲା ବି ଏମ ଡବ୍ଲୁ କାର
ଜିଲ୍ଲା ଖବରJune 15, 2026ଡ. ଜଗନ୍ନାଥ ପ୍ରସାଦ ଦାସ ଓ ଡ. ପଲଉ ପ୍ରଧାନ କଳାହାଣ୍ଡିଆଙ୍କ ସ୍ମୃତିରେ ଚିରଦିନ ରହିବେ
ଜିଲ୍ଲା ଖବରJune 14, 2026ରଜନୀ କାନ୍ତ ନାଏକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ଜିଲ୍ଲା ଖବରJune 8, 2026ଓଡ଼ିଶା ଭିଜିଲାନ୍ସ ଜଳରେ ଏମଜିଏନଆରଇଜିଏ ଅଧିକରିଣୀ ପ୍ରିୟଙ୍କା ଜେନା

