ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:ବିଳମ୍ବିତ ରାତ୍ରିରେ ନିଜ ଟ୍ରାକ୍ଟର ଟ୍ରଲି କୁ ଉଦ୍ଧାର କରିବାକୁ ଯାଇ ଦୁଇ ଗାଡି ମାଲିକ କୁ ଦୁର୍ବୁତ୍ତ ଚୋର ମାନେ ଟ୍ରାକ୍ଟର ଚଢାଇ ମାରିଦେଇଥିଲେ। ମୃତକ ମାନଙ୍କ ପରିବାର କୁ ସରକାରୀ ସହାୟତା ଯୋଗେଇଦେବା ଓ ଚୋର ମାନଙ୍କୁ ଧରିବା ଦାବୀ ନେଇ ମୃତକ ଙ୍କ ପରିବାର ଲୋକେ ଧର୍ମଗଡ ଜାତୀୟ ରାଜପଥ ୧୩୦ ସି କୁ ଅବରୋଧ କରି ରାସ୍ତା ରୋକ କରିଛନ୍ତି। ଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତା ର ଉଭୟ ପାର୍ଶ୍ଵ ରେ ଯାନବାହାନ ଅଟକି ରହିଥିଲା। ଲୋକମାନେ ନାହିଁ ନ ଥିବା ସମସ୍ୟା ଭୋଗିଥିଲେ।ଘଟଣା ରୁ ଜଣା ଯାଏ ଯେ ଗତକାଲି ବିଳମ୍ବିତ ରାତ୍ରିରେ ମେରଘରା ଗାଁ ର ଟ୍ରାକ୍ଟର ମାଲିକ ଲାଲୁ ଭଏସାଲ ନିଜର ଓଡି ୦୮ କ୍ଯୁ ୯୭୫୩ ନମ୍ବର ବିଶିଷ୍ଟ ଟ୍ରାକ୍ଟର ଟ୍ରଲିକୁ ନିଜ ଘରେ ରଖିଥିବା ବେଳେ କିଛି ଦୁର୍ବୁତ୍ତ ଚୋର ମାନେ ଟ୍ରାକ୍ଟର ଟ୍ରଲି କୁ ଚୋରି କରି ନେଇଯାଉଥିବାବେଳେ ମେରଘରା ଗାଁ ର ହରିଶଙ୍କର ଭଏସାଲ, ନିଜ କାକା ଘର ଟ୍ରାକ୍ଟର ର ଟ୍ରାଲି କୁ ଅନ୍ୟ ଏକ ଟ୍ରାକ୍ଟର ନେଇ କି ଯିବାର ଦେଖି ଟ୍ରାକ୍ଟର ମାଲିକର ସାନ ପୁଅ ସତ୍ୟମ ଭଏସାଲ କୁ ଡାକିଥିଲେ। ପରେ ଦୁହେଁ ଓଡି ୦୮ ଏନ ୬୫୨୨ ନମ୍ବର ବିଶିଷ୍ଟ ବାଇକ ଯୋଗେ ପିଛା କରି ତେନ୍ତୁଲିଆପଡା ଛକ ନିକଟରେ ଟ୍ରାକ୍ଟର କୁ ଅଟକାଇଲା ବେଳକୁ ଚୋର ମାନେ ଦୁଇ ଜଣଙ୍କୁ ଟ୍ରାକ୍ଟର ଯୋଗେ ଚାପି ଦେଇ ଚାଲିଯାଇଥିଲେ। ଘଟଣା ସମ୍ପର୍କ ରେ ସ୍ଥାନୀୟ ଲୋକେ ଜାଣିଲା ପରେ ଦୁଇ ଜଣଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ। ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ। ସେଠାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣକୁ ବୁର୍ଲା ସ୍ଥାନାନ୍ତର କରିଥିବା ବେଳେ କେସିଙ୍ଗା ନିକଟରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଧର୍ମଗଡ ଥାନାରେ ଏତଲା ଦେଲା ପରେ ଧର୍ମଗଡ ଥାନା କେଶ ନମ୍ବର ୩୨୭/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

